ଦୁର୍ଘଟଣାରେ ତିନି ମୃତ ଦୁଇ ଆହତ

ଦୁର୍ଘଟଣାରେ ତିନି ମୃତ ଦୁଇ ଆହତ

ଅନୁଗୋଳ – ଅନୁଗୋଳ ଜିଲ୍ଲା ଶଙ୍ଖପୁର ଖାଲଗାଁ ନିକଟରେ ବିଳମ୍ବିତ ରାତିରେ ଏକ ମର୍ମନ୍ଦୁନ୍ତ ସଡକ ଦୁର୍ଘଟଣାରେ ୩ ଜଣ ଙ୍କର ମୃତ୍ୟୁ ହୋଇଛି । ଜାଗର ଯାତ୍ରାରୁ ଫେରୁଥିବା ବେଳେ ଭାରାସମ୍ୟ ହରାଇ ଯାତ୍ରୀବାହୀ ଅଟୋ ଦୁର୍ଘଟଣା ହେବା ଫଳରେ ଏହି ଅଭାବବନିୟ ଘଟଣା ଘଟିଛି । ସୂଚନା ଅନୁସାରେ ଅନୁଗୋଳ ଜିଲ୍ଲା କୁଲାସିଂହା ଗ୍ରାମର ପିତାମ୍ବର ପ୍ରଧାନ , ଗୁଣ୍ଡିଚା ପ୍ରଧାନ ଓ ମୁନା ପ୍ରଧାନ ଆଇ ୫ ଜଣ ଆଦି ନୁଆଁ ରାଇଗୁଡା ଅଞ୍ଚଳକୁ ଝିଅ ଛାଡିବାକୁ ଯାଇଥିଲେ । ଝିଅ ଛାଡି ନକଟସ୍ଥ ଗାଁରେ ହେଉଥିବା ଜାଗର ଯାତ୍ରା ଦେଖି ଫେରୁଥିବା ବେଳେ ବିଳମ୍ବିତ ରାତିରେ ଫେରୁଥିବା ବେଳେ ଭାରସାମ୍ୟ ହରାଇ ଅଟୋ ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ପିତାମ୍ବର ପ୍ରଧାନ , ଗୁଣ୍ଡିଚା ପ୍ରଧାନଙ୍କର ମୃତ୍ୟୁ ହୋଇଥିଲା । ଗୁରୁତର ଅବସ୍ଥାରେ ଅନୁଗୋଳ ମୁଖ୍ୟ ଚିକିତ୍ସାଳୟରେ ଅଟୋ ଡ୍ରାଇଭର ମୁନାଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା । ଅନ୍ୟ ମା ଓ ଝିଅ ଜଣେ ସାମାନ୍ୟ ଆହତ ହୋଇ ବନ୍ତଳା ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । ଖବର ପାଇ ବନ୍ତଳା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଅଟୋଟି ନିଜେ ଭାରସାମ୍ୟ ହରାଇ ଓଲଟିଛି ନା କୌଣସି ଗାଡି ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ଘଟିଛି ତାହା ସ୍ପଷ୍ଟ ହୋଇ ନାହିଁ ।

 

What’s your Reaction?
+1
0
+1
1
+1
0
+1
0
+1
0
+1
1
+1
3

Leave a Reply