ମୁଖ୍ୟ ଖବର ଅବସରପ୍ରାପ୍ତ ଡିଭିଜନାଲ ମ୍ୟାନେଜରଙ୍କୁ କାରାଦଣ୍ଡାଦେଶ Angul OnlineFebruary 20, 2023February 20, 2023 ଭୁବନେଶ୍ୱର – ଅନୁଗୋଳ ଜିଲ୍ଲା ଓଏଫଡ଼ିସିର ଅବସରପ୍ରାପ୍ତ ଡିଭିଜନାଲ ମ୍ୟାନେଜର ରସାନନ୍ଦ ପ୍ରଧାନ କଟକର ଏକ ସ୍ପେସିଆଲ କୋର୍ଟରେ ଦୋଷୀ ସାବସ୍ତ୍ୟ ହୋଇଛନ୍ତି । ଆୟ ବହିର୍ଭୁତ ସମ୍ପତ୍ତି ରଖିଥିବା ଅଭିଯୋଗ ପରେ ଆଉ ତାର ସଠିକ ହିସାବ ନ ଦେଇ ପାରିବା ପରେ ମାନ୍ୟବର କୋର୍ଟ ତାଙ୍କୁ ଦୁଇ ବର୍ଷ କାରାଦଣ୍ଡାଦେଶ ସହ ୫୦ ହଜାର ଟଙ୍କା ଜୋରିମନାରେ ଦଣ୍ଡିତ କରିଛନ୍ତି । ଜୋରିମନା ଅନାଦେୟ ଅଧିକ ୬ ମାସ ଜେଲ ଭୋଗିବାକୁ ପଡ଼ିବ ବୋଲି ରାୟରେ ଉଲ୍ଲେଖ ରହିଛି । ୨୦୧୧ ମସିହାରେ ରସାନନ୍ଦଙ୍କ ଠାରୁ ୧୭ ଲକ୍ଷ ୩ ହଜାର ୯୭୫ ଟଙ୍କାର ଆୟ ବହିର୍ଭୁତ ସମ୍ପତ୍ତି ରାଜ୍ୟ ଭିଜିଲାନ୍ସ ବିଭାଗ ଠାବ କରିଥିଲା । ଏଥିପାଇଁ ଭିଜିଲାନ୍ସ ବିଭାଗ ରସାନନ୍ଦଙ୍କ ନାମରେ ୫/୨୦୧୧ U/S ୧୩(୨) r/w ୧୩(୧)(e) ରେ ସ୍ପେସିଆଲ କୋର୍ଟରେ ମାମଲା ରୁଜ୍ଜୁ କରିଥିଲା । ଆଉ ଏହି ମାମଲାର ଶୁଣାଣି କରି ମାନ୍ୟବର କୋର୍ଟ ଉପରୋକ୍ତ ଦଣ୍ଡାଦେଶ ଶୁଣାଇଥିବା ଜଣା ପଡ଼ିଛି । ଆଉ ଏହି ଦଣ୍ଡାଦେଶ ପରେ ରସାନନ୍ଦଙ୍କ ପେନସନ ଉପରେ ରୋକ ଲଗାଇଥିବା ମଧ୍ୟ ସୂଚନା ମିଳିଛି । Advertisement
ବିଜେଡ଼ିରୁ ପୁଣି ଦୁଇ ନିଲମ୍ବିତ ଅନୁଗୁଳ – ବିଜେଡିରେ ଦଳ ବିରୋଧୀ କାମ କରୁଥିବା ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଆଗକୁ ପୌର…
ଔଷଧ ଦୋକାନରୁ ଚୋରି ଅନୁଗୋଳ – ଅନୁଗୋଳ ସହରର ଅମଲାପଡ଼ାରେ ଥିବା ଏକ ଔଷଧ ଦେକାନରୁ ଗୁରୁବାର ବିଳମ୍ବିତ ରାତିରେ ତାଲାଭାଙ୍ଗି ଚୋରି ହୋଇଛି । ସୂଚନା ଯେ, ରାତିରେ…
ବୃଦ୍ଧଙ୍କୁ ଦଳିଦେଲା ଦନ୍ତା ଅନୁଗୁଳ – ଅନୁଗୁଳ ଜିଲ୍ଲା ନଳଚନ୍ଦ୍ରପୁର ଗ୍ରାମରେ ହାତୀ ଆକ୍ରମଣରେ ଏକ ଗୋରୁ ସହ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି । ବଅଁରପାଳ ବ୍ଲକ୍ ଅନ୍ତର୍ଗତ ଗଡସନ୍ତ୍ରୀ…