ଅପରାଧ ଘର ମାଲିକଙ୍କୁ ମାଉଜର ଓ ଭୁଜାଲିରେ ଆକ୍ରମଣ କରି ଲୁଟ Angul OnlineFebruary 22, 2023February 22, 2023 ତାଳଚେର – ଅନୁଗୋଳ ଜିଲ୍ଲା ତାଳଚେର ବନମାଳିପୁର ଗାଁରେ ସଶସ୍ତ୍ର ଡକାୟତି ହୋଇଛି । ଭୁଜାଲି ଓ ବନ୍ଧୁକ ଦେଖାଇବା ସହ ଘର ମାଲିକଙ୍କୁ ଭୁଜାଲିରେ ଆକ୍ରମଣ କରି ଟଙ୍କା ସୁନା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ସୂଚନା ଅନୁସାରେ ଆଜି ସନ୍ଧ୍ୟା ପ୍ରାୟ ୮ ଟା ବେଳେ ଗାଁର କାଠିଆ ସାହୁ ଓ ତାଙ୍କ ପତ୍ନୀ ଘରେ ଥିବା ବେଳେ ତିନି ଜଣ ଦୁର୍ବୃତ୍ତ ଘର ଆଗକୁ ଆସି ପାଣି ମାଗିଥିଲେ । ପାଣି ପିଇବା ବାହାନାରେ କାଠିଆଙ୍କୁ ଘର ନିର୍ମାଣ କାମ କଥା ବୁଝାବୁଝି କରି ଘର ଭିତରକୁ ପଶି ଯାଇଥିଲେ । ଆଉ ହଠାତ ଭୁଜାଲି ଓ ବନ୍ଧୁକ ଦେଖାଇ କାଠିଆ ଏବଂ ତାଙ୍କ ପତ୍ନୀଙ୍କୁ ଭୟଭୀତ କରି ଟଙ୍କା ସୁନା ମାଗିଥିଲେ । କାଠିଆ ପ୍ରତିବାଦ କରିବାରୁ କାଠିଆଙ୍କ ମୁଣ୍ଡ ଓ ହାତକୁ ଭୁଜାଲିରେ ଆକ୍ରମଣ କରିବା ସହ ତାଙ୍କ ପତ୍ନୀଙ୍କୁ ମଧ୍ୟ ମାଡ଼ ମାରିଥିଲେ । ପରେ ଘରେ ଥିବା ଟଙ୍କା ନେବା ସହ କାଠିଆଙ୍କ ସ୍ତ୍ରୀଙ୍କ ବେକରେ ଥିବା ମଙ୍ଗଳସୁତ୍ର ନେଇ ଚମ୍ପଟ ମାରିଥିଲେ । ଗଲା ବେଳକୁ ସେମାନେ ସେମାନଙ୍କ ଭୁଜାଲି ଓ ପିସ୍ତଲ ଛାଡି ପଳାଇଥିବା ଜଣା ପଡ଼ିଛି । ଖବର ପାଇ ତାଳଚେର ପୁଲିସ ଘଟଣା ସ୍ଥଳରେ ପହଞ୍ଚି କାଠିଆଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରି ତଦନ୍ତ କରୁଛି । Advertisement
ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଘଟଣା – ଅଭିଯୁକ୍ତକୁ କୋର୍ଟ ଚାଲାଣ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅଞ୍ଚଳର ଜଣେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ କରିବା ଘଟଣାରେ ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି…
ଜବତ ଗଞ୍ଜେଇ ଓ ବ୍ରାଉନ ସୁଗାର ପୋଡି ନଷ୍ଟ କଲା ଅବକାରୀ ବିଭାଗ ନାଲକୋନଗର – ଅନୁଗୋଳ ଜିଲ୍ଲା ଅବକାରୀ ବିଭାଗ ଦ୍ଵାରା ବିଭିନ୍ନ ସମୟରେ ଧର ପଗଡ଼ କରି ଛେଣ୍ଡିପଦା,ଆଠମଲ୍ଲିକ, କୋଲିୟରି ଅନୁଗୋଳ ପ୍ରଭୃତି ଥାନା ଅଂଚଳରୁ ଜବତ କରିଥିବା…
ମଦ କାଉଣ୍ଟର ମ୍ୟାନେଜରଙ୍କୁ ହାଣିଲେ ଦୁର୍ବୃତ୍ତ ଅନୁଗୁଳ – ଅନୁଗୁଳ ଜିଲ୍ଲା ବଡ଼କେରା ବିଦେଶୀ ମଦ କାଉଣ୍ଟର ମ୍ୟାନେଜରଙ୍କୁ ଭୁଜାଲିରେ ହାଣିଲେ ଦୁର୍ବୁତ୍ତ । ଗତକାଲି (ମଙ୍ଗଳବାର) ସନ୍ଧ୍ୟାରେ ଏକ ମୋଟରସାଇକେଲରେ ଦୁଇ ଜଣ…