ଆଞ୍ଚଳିକ ଜେଏସପି ତାପଜ ବିଦ୍ୟୁତ କେନ୍ଦ୍ରରେ ‘ନିରାପତ୍ତା ଏବଂ ସ୍ୱାସ୍ଥ୍ୟ’ କର୍ମଶାଳା Angul OnlineFebruary 23, 2023February 23, 2023 ଅନୁଗୋଳ – ଫାକଟ୍ରିସ ଆଣ୍ଡ ବଏଲର୍ସ ନିର୍ଦ୍ଦେଶାଳୟ ଅନୁଗୋଳ ପକ୍ଷରୁ ଏକ ଡିଭିଜନ ସ୍ତରୀୟ କର୍ମଶାଳା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଯାଇଅଛି l ତାପଜ ବିଦ୍ୟୁତ କେନ୍ଦ୍ରରେ ନିରାପତ୍ତା ଏବଂ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିଭିନ୍ନ ଦିଗ ଉପରେ ଗୁରୁତ୍ଵ ପ୍ରଦାନ କରିବା ସହ ବିପଦ ନିୟନ୍ତ୍ରଣ ଏବଂ ଏହାର ସୁପରିଚାଳନା କିପରି କରାଯାଇ ପାରିବ ତାହା ଥିଲା ଏହି କର୍ମଶାଳାର ମୂଳ ଉଦ୍ଦେଶ୍ୟ । ଏହି ଅବସରରେ ଫାକଟ୍ରିସ ଆଣ୍ଡ ବଏଲର୍ସ ବିଭାଗର ଅନୁଗୋଳ ଜୋନ ଉପ-ନିର୍ଦ୍ଦେଶକ, ଡକ୍ଟର ରମେଶ କୁମାର ବେହେରା ଏବଂ ଫାକଟ୍ରିସ ଆଣ୍ଡ ବଏଲର୍ସ ବିଭାଗର ସହ-ନିର୍ଦ୍ଦେଶିକା ଅନୁଗୋଳ ଜୋନ – ୧, ଶ୍ରୀମତୀ ଅର୍ଚ୍ଚନା ଦାସ, ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଅନୁଗୋଳ ପ୍ରକଳ୍ପ ନିର୍ବାହୀ ନିର୍ଦ୍ଦେଶକ, ଶ୍ରୀ ହୃଦୟେଶ୍ଵର ଝା, ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ନିର୍ବାହୀ ନିର୍ଦ୍ଦେଶକ (ଜେଏସଓଏଲ), ଶ୍ରୀ ଦାମୋଦର ମିତ୍ତଲ ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଏହି କର୍ମଶାଳାରେ ଯୋଗ ଦେଇ ନିଜର ଅଭିଜ୍ଞତା ଉପସ୍ଥାପନ କରିବା ସହ ନିୟମିତ ବ୍ଯବଧାନରେ ଏହି ପ୍ରକାର କର୍ମଶାଳା ଆୟୋଜନର ମହତ୍ଵ ବିଷୟରେ କହିଥିଲେ । କର୍ମଶାଳା ପ୍ରାରମ୍ଭରେ ଫାକଟ୍ରିସ ଆଣ୍ଡ ବଏଲର୍ସ ବିଭାଗର ସହ-ନିର୍ଦ୍ଦେଶିକା ଶ୍ରୀମତୀ ଅର୍ଚ୍ଚନା ଦାସ ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିଲା ବେଳେ ଫାକଟ୍ରିସ ଆଣ୍ଡ ବଏଲର୍ସ ବିଭାଗର ଅନୁଗୋଳ ଡିଭିଜନ ଉପ-ନିର୍ଦ୍ଦେଶକ ଡକ୍ଟର ରମେଶ କୁମାର ବେହେରା କର୍ମଶାଳା ବିଷୟବସ୍ତୁ ଉପରେ ଚିନ୍ତା ପ୍ରକଟ କରିବା ସହ ଅକୁପେସନାଲ ରୋଗ ବିଷୟରେ ନିଜର ମତାମତ ରଖିଥିଲେ । ଏହି ଅବସରରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଆଞ୍ଚଳିକ ଅଧିକାରୀ, ଶ୍ରୀ ଅନୁପ କୁମାର ମଲ୍ଲିକ, ତାପଜ ବିଦ୍ୟୁତ କେନ୍ଦ୍ରରେ ଧୁଳିକଣା ସମସ୍ଯା ଏବଂ ଏହାକୁ କିପରି ନିୟନ୍ତ୍ରଣ କରାଯାଇପାରିବ ସେ ବିଷୟରେ କର୍ମଶାଳାରେ ଉପସ୍ଥିତ ଅଂଶଗ୍ରହଣକାରୀଙ୍କୁ ପ୍ରକାଶ କରିଥିଲେ । ଏହି କର୍ମଶାଳାରେ ଶ୍ରୀ ହୃଦୟେଶ୍ଵର ଝା ଏବଂ ଶ୍ରୀ ଦାମୋଦର ମିତ୍ତଲଙ୍କ ସହିତ ଅନ୍ୟାନ୍ୟ ଅତିଥି ଯଥା, ଶ୍ରୀ ବି. ପ୍ରଧାନ, ନିର୍ବାହୀ ନିର୍ଦ୍ଦେଶକ- ନାଲକୋ, ଶ୍ରୀ କେ.ଏସ. ସୁନ୍ଦରମ, ନିର୍ବାହୀ ନିର୍ଦ୍ଦେଶକ- ଟିଏସଟିପିଏସ, ଏନଟିପିସି, ଶ୍ରୀ ଅତୁଲ ଦୁବେ, ଇଭିପି- ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର, ଶ୍ରୀ ଜି.ପ୍ରକାଶ, ଭିପି- ନବ ଲିମିଟେଡ, ଶ୍ରୀ ରାଜ କୁମାର ଚୌଧୁରୀ, ଜେଆଇଟିପିଏଲ ପ୍ଳାଣ୍ଟ ମୁଖ୍ୟ ଏବଂ ଶ୍ରୀ ଅଗମ କୁମାର, ଟାଟା ଷ୍ଟିଲର ମୁଖ୍ୟ ନିରାପତ୍ତା ଅଧିକାରୀ ପ୍ରମୁଖ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ବିଭିନ୍ନ ଶିଳ୍ପ ସଂସ୍ଥାର ଅକୁପେସନାଲ ସ୍ୱାସ୍ଥ୍ୟ ବିଭାଗର ଡାକ୍ତର ମାନେ ଯୋଗ ଦେଇ ଅକୁପେସନାଲ ସ୍ୱାସ୍ଥ୍ୟ ବିଷୟରେ ନିଜ ନିଜର ଅଭିଜ୍ଞତା ଉପସ୍ଥାପନ କରିଥିଲେ । ପରିଶେଷରେ, ଫାକଟ୍ରିସ ଆଣ୍ଡ ବଏଲର୍ସ ବିଭାଗର ସହ-ନିର୍ଦ୍ଦେଶକ, ଅନୁଗୋଳ ଜୋନ-୧ କର୍ମଶାଳାରେ ଉପସ୍ଥିତ ଥିବା ଅତିଥି, ଅଂଶଗ୍ରହଣକାରୀ ଏବଂ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରକୁ ଧନ୍ୟବାଦ ପ୍ରଦାନ କରିଥିଲେ । Advertisement
ମା’ବାୟାଣୀ ଯାତ୍ରା ସମ୍ପନ୍ନ – ଦୁଇ ବର୍ଷ ପରେ ଯାତ୍ରାରେ ଜନ ସମାଗମ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ଅନ୍ତର୍ଗତ ପାତ୍ରପଡା ଗ୍ରାମର ମା’ବାୟାଣୀଙ୍କ ବାର୍ଷିକ ପୂଜା ଓ ଯାତ୍ରା ବହୁ ଜନସମାଗମରେ ଶୃଙ୍ଖଳାର ସହ ରବିବାର ଗ୍ରାମବାସୀଙ୍କ…
ରାଜ୍ୟ ବାର କାଉନସିଲ ନିର୍ବାଚନ – ସୀତାଂଶୁ ମୋହନ ଦ୍ୱିବେଦୀ ନିର୍ବାଚିତ ଅନୁଗୋଳ – ରାଜ୍ୟ ବାର କାଉନସିଲ ନିର୍ବାଚନ ଉଚ୍ଚ ନ୍ୟାୟଳୟଙ୍କ ନିର୍ଦ୍ଦେଶ କ୍ରମେ ୧୫.୦୪.୨୦୨୩ ତାରିଖରେ ସମାପନ ହୋଇଛି । ଯେଉଁଥିରେ କି ୯୬ ଜଣ…
ମହୋତ୍ସବରେ ସହିଦ ସ୍ମୃତି ସ୍ତମ୍ଭ ଅନୁଗୁଳ – ଅନୁଗୁଳ ଜିଲ୍ଲା ମହୋତ୍ସବ ରେ ସବୁ ବର୍ଷ ପରି ସହିଦ ସ୍ମୃତି ସ୍ତମ୍ଭ ନିର୍ମାଣ କରାଯାଇଛି । ଜିଲ୍ଲାର ସମସ୍ତ ସହିଦ ମାନଙ୍କ ସମ୍ମାନାର୍ଥେ…