ସମସ୍ୟା ଡାଳୁଅ ଧାନରେ ଅଜଣା ରୋଗ – ଚିନ୍ତାରେ ଚାଷୀ Angul OnlineFebruary 26, 2023February 26, 2023 ଆଠମଲ୍ଲିକ – ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ମାଧପୁର ପଞ୍ଚାୟତର ତିତିରିକଟା ଗ୍ରାମରେ ଡାଳୁଅ ଧାନ ଚାଷରେ ଅଜଣା ରୋଗ ଧରିଛି । ଏହାଦ୍ଵାରା ଗ୍ରାମର ଧାନ ଗଛ ନଷ୍ଟ ହେବାରେ ଲାଗିଛି । ଏ ନେଇ ସ୍ଥାନୀୟ ଇଂ . ପ୍ରିୟଦର୍ଶନୀ ସ୍ଵାଇଁ ମୁଖ୍ୟମନ୍ତ୍ରୀ , କୃଷିମନ୍ତ୍ରୀ ଓ କୃଷି ସଚିବଙ୍କୁ ଟୁଇଟ୍ କରି ଜଣାଇବା ପରେ ଜିଲ୍ଲା ପ୍ରଶାସନ ଏହାର ତଦାରଖ କରି ପଦକ୍ଷେପ ନେବାକୁ କୃଷି ସଚିବ ଡ . ଅରବିନ୍ଦ ପାଢ଼ୀ ନିର୍ଦ୍ଦେଶ ଦେଇଛନ୍ତି ।କିଶୋରନଗର ବ୍ଲକ କୃଷି ଅଧିକାରୀ ଏବଂ ଆଠମଲ୍ଲିକ କୃଷି ଅଧିକାରୀ ଚଣ୍ଡୀ ପ୍ରସାଦ ମହାଳିକ ଆଜି ଉକ୍ତ ଗ୍ରାମକୁ ଯାଇ ରୋଗ ପୋକ ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି । ଗ୍ରାମର ପ୍ରାୟ ୧୫ ଏକର ଚାଷ ଜମିରେ ଖରାଟିଆ ଧାନଚାଷ ହୋଇଛି । କୀଟନାଶକ ଓଭର୍ଡୋଜ୍ ଯୋଗୁଁ ପ୍ରାୟ ୨ ଏକର ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି । ଏହାଛଡ଼ା ହଠାତ୍ ଖରା ବୃଦ୍ଧି ପାଇଥିବାରୁ ଆଉ କିଛି ଚାଷଜମିରେ ଧାନଗଛ କ୍ଷତିଗ୍ରସ୍ତ ହୋଇଛି । ଏ ନେଇ ଚାଷୀମାନଙ୍କୁ ଆବଶ୍ୟକ ପରାମର୍ଶ ଦିଆଯାଇଛି । ସେମାନଙ୍କୁ ରିହାତି ଦରରେ ସାର , ଔଷଧ ଆଦି ଯୋଗାଇବା ନିମନ୍ତେ ପଦକ୍ଷେପ ନିଆଯାଉଛି । ଏଥିସହ ଖୁବ୍ଶୀଘ୍ର ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକମାନେ ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିବେ ବୋଲି କୃଷି ଅଧିକାରୀ ପମିଲ କୁମାର ସ୍ୱାଇଁ ପ୍ରକାଶ କରିଛନ୍ତି । Advertisement
ରାସ୍ତା ନଥିବାରୁ ଖଟିଆରେ ବୁହା ହେଲେ ରୋଗୀ ପାଲଲହଡା – ଅନୁଗୁଳ ଜିଲ୍ଲା ପାଲଲହଡ଼ା ଉପଖଣ୍ଡ ସଦରମହକୁମା ଠାରୁ ମାତ୍ର ୪ କିମି ଦୂର ଏକ ଗାଁ କୁ ରାସ୍ତା ନଥିବାରୁ ଦେଢ କିଲୋମିଟର ରୋଗୀଙ୍କୁ…
ଜି.ଏସ୍.ଟି. କାର୍ଯ୍ୟାଳୟ ଘେରିଲେ ବ୍ୟବସାୟୀ ଅନୁଗୁଳ – ଜୟପୁରରେ ବ୍ୟବସାୟିକ ଅନୁଷ୍ଠାନରେ ଅତର୍କିତ ଚଢ଼ାଉ ପରେ ବ୍ୟବସାୟୀଙ୍କ ହୃଦଘାତରେ ମୃତ୍ୟୁ ହୋଇଥିଲା । ଏହାର ପ୍ରତିବାଦର ସ୍ବର ସାରା ରାଜ୍ୟରେ ଦେଖିବାକୁ ମିଳିଛି…
ଗୃହ ଟିକସ ବୃଦ୍ଧି ନିଷ୍ପତିର ପୁନଃବିଚାର ଓ ଅଳିଆ ପାଇଁ ବ୍ୟବହାରିକ କର ପ୍ରତ୍ୟାହାର ଦାବୀ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ପୌରପରିଷଦ ତରଫରୁ ତାଳଚେର ସହରବାସୀଙ୍କ ଉପରେ ଧାର୍ଯ୍ୟ କରାଯାଇଥିବା ବର୍ଦ୍ଧିତ ଗୃହ ଟିକସ ସମ୍ପୁର୍ଣ୍ଣ ତୃଟିପୂର୍ଣ୍ଣ ଦର୍ଶାଇବା ସହ ଏହି…