ଆଞ୍ଚଳିକ ଜଳିଗଲା ଆଠ ବଖରା ଘର Angul OnlineFebruary 27, 2023February 27, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲା ନିଶା ଇଣ୍ତଷ୍ଟ୍ରିଆଲ ଥାନା ଅନ୍ତର୍ଗତ ଗୋଳାଗାଡିଆ ଗ୍ରାମରେ ଅଗ୍ନିକାଣ୍ଡ ଯୋଗୁଁ ୮ବଖରା ଭସ୍ମୀଭୂତ ହୋଇଯାଇଛି । ସୂଚନା ଅନୁସାରେ , ଗୋଟିଏ ଘରେ ବିଦ୍ୟୁତ ସର୍କିଟରୁ ନିଆଁ ଲାଗିଥିବା ବେଳେ ନିଆଁକୁ ଆୟତ୍ତ କରିବା ପୁର୍ବରୁ ୮ଟି ଚାଳ ଘର ଜଳିପୋଡି ପାଉଁଶ ହୋଇଯାଇଥିଲା । ଗ୍ରାମର ରବିନ୍ଦ୍ର ନାୟକଙ୍କ ୩ବଖରା, କୁନି ନାୟକଙ୍କ ୨ବଖରା, ଛବି ନାୟକଙ୍କ ୨ବଖରା ଓ ସଜନି ନାୟକଙ୍କ ଗୋଟିଏ ବଖରା ଘର ଜଳିଯାଇଥିବାବେଳେ ଏକ ଲକ୍ଷରୁ ଅଧିକ ସମ୍ପତ୍ତି ନଷ୍ଟ ହୋଇଛି । ଛେଣ୍ତିପଦା ଅଗ୍ନିଶମ ବିଭାଗ ଓ ଜେଏସପି ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇଥିଲେ । ଅଗ୍ନିକାଣ୍ଡ ଫଳରେ ୪ଟି ପରିବାର ଖୋଲା ଆକାଶ ତଳେ ଅଛନ୍ତି । Advertisement
ଜାତୀୟ ସ୍ବେଚ୍ଛାକୃତ ରକ୍ତଦାନ ଦିବସ ଅବସରରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ଅନୁଗୁଳ – ଜାତୀୟ ସ୍ବେଚ୍ଛାକୃତ ରକ୍ତଦାନ ଦିବସ ଅବସରରେ ରବିବାର ଅମଲାପଡ଼ାର ମା’ ବାସନ୍ତୀ ଦୁର୍ଗାପୂଜା ପଡ଼ିଆରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।…
ଗଛ ଡାଳ ଭାଙ୍ଗିବାରୁ ରେଳ ଚଳାଚଳ ବାଧାପ୍ରାପ୍ତ ଅନୁଗୋଳ – ଅନୁଗୋଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଜି କାଳ ବୈଶାଖୀ ପ୍ରଭାବରେ ବର୍ଷା ସାଙ୍ଗକୁ ଜୋର ପବନ ହୋଇଥିଲା । ଫଳରେ ବିଭିନ୍ନ ସ୍ଥାନରେ ଗଛ…
ଗାତରେ ପଡିଲା ହାତୀ – ଉଦ୍ଧାର ପରେ ଗୋଡାଇ ଆକ୍ରମଣ କଲା ପାଲଲହଡ଼ା – ଅନୁଗୁଳ ଜିଲ୍ଲା ପାଲଲହଡ଼ା ବ୍ଲକ ଖମାର ରେଞ୍ଜ ଶଙ୍ଖମୁର ପଞ୍ଚାୟତ ବେଶଳିୟା ଜଙ୍ଗଲରେ ଏକ ହାତୀ ଗାତରେ ପଡ଼ି ଗତ ଶନିବାରଠାରୁ ଛଟପଟ ହେଉଥିଲା…