ଅପରାଧ ୯୭ ହଜାର ଲୁଟିନେଲେ ସାଇବର ଲୁଟେରା Angul OnlineFebruary 28, 2023February 28, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲା କୋଲିଏରୀ ଥନା ଅନ୍ତର୍ଗତ ଘଣ୍ଟପଡ଼ାଠାରେ ଥିବା ଗ୍ଲୋବାଲ କୋଲ ୱାସେରୀର ଜଣେ କର୍ମଚାରୀଙ୍କଠାରୁ ୯୭ ହଜାର ୬୯୦ ଟଙ୍କା ଲୁଟି ନେଇଛନ୍ତି ସାଇବର ଲୁଟେରା । ସୂଚନା ଅନୁସାରେ , ଝାଡ଼ଖଣ୍ଡ ଅଞ୍ଚଳର ଜିଆଉଲ ହକ୍ ନାମକ ଜଣେ କୋଲ ୱାସେରୀର କର୍ମଚାରୀଙ୍କୁ ୧୭ ତାରିଖରେ ଆକ୍ସିସ୍ ବ୍ୟାଙ୍କର ଏକ କ୍ରେଡିଟ କାର୍ଡ ମିଳିଥିଲା । ୨୩ ତାରିଖ ଅପରାହ୍ନରେ ଏକ ଅଜଣା ନମ୍ବରରୁ ଫୋନ୍ ତାଙ୍କ ପାଖକୁ ଆସିଥିଲା । କ୍ରେଡିଟ କାର୍ଡ ବିଭାଗରୁ କଗୁଥିବା କହି ତାଙ୍କ ନୂଆ କ୍ରେଡିଟ କାର୍ଡରେ ୨ ଅଫର ଆସିଛି ବୋଲି ଫୋନ କରିଥିବା ବ୍ୟକ୍ତି କହିଥିଲା । ଅଫର ସମ୍ପର୍କରେ ଶୁଣି ଜିଆଉଲ କାର୍ଡର ସମସ୍ତ ତଥ୍ୟ ସହ ତାଙ୍କ ମୋବାଇଲକୁ ଆସିଥିବା ଓଟିପି ଦେଇ ଦେଇଥିଲେ । ଏହାପରେ ତାଙ୍କ କ୍ରେଡିଟ କାର୍ଡରୁ ୯୭ ହଜାର ୬୯୦ ଟଙ୍କା କଟିଥିବା ମେସେଜ୍ ଆସିଥିଲା । ଏ ନେଇ ଜିଆଉଲ ଆକ୍ସିସ୍ ବ୍ୟାଙ୍କରେ ଲିଖିତ ଅଭିଯୋଗ କରିବାପରେ ସୋମବାର ଅନୁଗୋଳ ସାଇବର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇ ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିଛି । Advertisement
ସାମାନ୍ୟ ବଚସାରୁ ଖୁରରେ ତଣ୍ଟି କାଟି ହତ୍ୟା ଉଦ୍ୟମ ଅନୁଗୁଳ – ଅନୁଗୁଳ ସହର ଉପକଣ୍ଠ କୁମଣ୍ଠ ଚଣ୍ଡିବଜାର ଛକ ନିକଟରେ ଏକ ସେଲୁନ କର୍ମଚାରୀଙ୍କ ବେକକୁ ଖୁରରେ କାଟି ହତ୍ୟା ଉଦ୍ୟମ କରିଥିବା ଅନୁଗୁଳ ସଦର…
ଗଞ୍ଜେଇ ଚାଷ ନଷ୍ଟ ବେଳେ ମିଳିଲା ବନ୍ଧୁକ ଓ ଗୁଳି ଅନୁଗୁଳ – ବେଆଇନ ଗଞ୍ଜେଇ ଚାଷ ଉପରେ ପୁଲିସ , ବନ ବିଭାଗ ଓ ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢ଼ାଉ କର ଯାଇଛି । ଚଢାଉ…
ପାଞ୍ଚ ଜଣଙ୍କ ନାମରେ ଲଟକା ଜାରି କଲା ପୁଲିସ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ତିପଦା ସାପୋଇନାଳି ଗ୍ରାମରେ ଗଞ୍ଜେଇ କାରବାରରୁ ବେଆଇନ ସମ୍ପତି ଜବତ ଘଟଣାରେ ପୁଲିସ ଚିତରଞ୍ଜନଙ୍କ ଘରେ ୫ ଜଣଙ୍କ ନାମରେ ଲଟକା…