ଆଞ୍ଚଳିକ ସାତ ବର୍ଷ ଛୁଆର ମା ପ୍ରେମିକ ସହ ଫେରାର ବେଳେ ଦୁର୍ଘଟଣାରେ ଗୁରୁତର Angul OnlineMarch 1, 2023March 1, 2023 ଅନୁଗୋଳ – ଜଣେ ବିବାହିତ ମହିଳା , ଯାହାଙ୍କର ୭ ବର୍ଷର ଏକ ସନ୍ତାନ ଅଛି ପ୍ରେମରେ ଉଟୁବୁଟୁ ହୋଇ ରାତି ଅଧରେ ପ୍ରେମିକ ସହ ଛୁ ମାରିଥିଲେ । ହେଲେ ବାଟରେ ଦୁର୍ଘଟଣା ଘଟିଥିଲା । ଆଉ ଏବେ ଉଭୟ ପ୍ରେମିକ ପ୍ରେମିକା ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ଯାହାକି ସ୍ଥାନୀୟ ଅଞ୍ଚଳରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ଅନୁସାରେ ଅନୁଗୋଳ ଜିଲ୍ଲା ବାଗଡ଼ିଆ ଥାନା ଅଞ୍ଚଳର ଜଣେ ମହିଳା ପ୍ରାୟ ୧୦ ବର୍ଷ ତଳୁ ବିବାହ କରିଛନ୍ତି । ତାଙ୍କର ୭ ବର୍ଷର ଏକ ପୁଅ ମଧ୍ୟ ଅଛି । ହେଲେ ସମ୍ପୃକ୍ତ ମହିଳା ଜଣଙ୍କର ତାଙ୍କ ପାଖ ପଡୋଶୀ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଧୀରେ ଧୀରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ନିବିଡ ହେବା ପରେ ଉଭୟ ଘର ଛାଡ଼ି ପଳାଇବାକୁ ନିଷ୍ପତ୍ତି ନେଇଥିଲେ । ଆଉ ଯୋଜନା ଅନୁସାରେ ସୋମବାର ରାତିରେ ଉଭୟ ପ୍ରମିକର ମୋଟରସାକେଲରେ ଘର ଛାଡି ଫେରାର ହୋଇ ଯାଇଥିଲେ । ହେଲେ ଦୁର୍ଭାଗ୍ୟବଶତଃ ଉଭୟ ଫେରାର ମାରୁଥିବା ବେଳେ କୋଶଳା ଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ । ଉଭୟ ରାସ୍ତା ଉପରେ ଗୁରୁତର ଅବସ୍ଥାରେ ପଡି ରହିଥିବା ବେଳେ ସ୍ଥାନୀୟ ଲୋକ ଉଦ୍ଧାର କରି ଉଭୟଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ତେବେ ଏହି ଘଟଣା ସକାଳେ ଜଣା ପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି । Advertisement
ବଜ୍ରାଘାତରେ ମହିଳା ମୃତ କଣିହାଁ – ଅନୁଗୁଳ ଜିଲ୍ଲା କଣିହାଁ ଥାନା କସଂମୁଣ୍ତା ଗ୍ରାମରେ ବଜ୍ରାଘାତରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ ମହିଳା ଜଣଙ୍କ ହେଲେ ସେହି ଗ୍ରାମର…
ଗାଁରେ ୨୫ ହାତୀ – ଭୟଭୀତ ଗ୍ରାମବାସୀ ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ବନାଞ୍ଚଳ ମହିଧରପୁର ନୂଆସାହିରେ ହାତୀ ଆତଙ୍କ ଦେଖିବାକୁ ମିଳିଛି । ସୂଚନା ଅନୁସାରେ ପ୍ରାୟ ୨୫ରୁ ଅଧିକ ହାତୀ ଆଜି…
ଛେଳି ଗିଳୁଥିବା ଅଜଗର ଉଦ୍ଧାର ଅନୁଗୋଳ – ଅନୁଗୋଳ ଜିଲ୍ଲା ସରଧାପୁର ଗ୍ରାମ ନିକଟରେ ଛେଳିକୁ ଖାଉଥିବା ବେଳେ ଏକ ଆଠ ଫୁଟ ଲମ୍ବର ଅଜଗର ସାପକୁ ଉଦ୍ଧାର କରା ଯାଇଛି ।…