ଆଞ୍ଚଳିକ ସହର ଟ୍ରାଫିକ ସମସ୍ୟା ଦୁର କରିବା ପାଇଁ ରିଂ ରୋଡ଼ Angul OnlineMarch 2, 2023March 2, 2023 ଅନୁଗୋଳ – ଅନୁଗୋଳ ପାଇଁ ରିଂ ରୋଡ଼ ପରିକଳ୍ପନା କରା ଯାଇଛି । ସହର ମଧ୍ୟରେ ଅନେକ ସମୟରେ ଟ୍ରାଫିକ୍ ସମସ୍ୟା ହେଉଥିବା ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଏ ଦିଗରେ ପଦକ୍ଷେପ ନେଇଛି । ଡି ଏମ୍ ଫ୍ ସହରାଞ୍ଚଳ ଉନ୍ନୟନ ଏକ୍ସପର୍ଟଙ୍କ ଦ୍ବାରା ପ୍ରସ୍ତାବିତ ରିଂ ଗୋଡ଼ର ସବିଶେଷ ଅନୁଧ୍ୟାନ କରାଯାଇଛି । ପୌରାଞ୍ଚଳ ଭିତରେ ତଥା ମୁଖ୍ୟ ସହରର ଚାରି ପାଖରେ ପ୍ରାୟ ସାଢ଼େ ୮ କିଲୋମିଟରର ରିଂ ରୋଡ଼ ନିର୍ମାଣ କରାଯିବାକୁ ଯୋଜନା ରହିଛି । ରିଂ ରୋଡ଼ର ଡିପିଆର ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଖୁବ୍ଶୀଘ୍ର କାର୍ଯ୍ୟ ଆରମ୍ଭ ହୋଇ ଚଳିତ ବର୍ଷ ସୁଦ୍ଧା ଏହି ପ୍ରକଳ୍ପ ଶେଷ କରିବାକୁ ପ୍ରଶାସନିକ ସ୍ତରରେ ଲକ୍ଷ୍ୟ ରଖାଯାଇଛି । କେଉଁଠି କେଉଁ ପ୍ରକାର ସମସ୍ୟା ରହିଛି , ଜିଭଳି ସମସ୍ୟାର ସମାଧାନ ହେବ ଏ ନେଇ ବିଭିନ୍ନ ବିଭାଗ ସହ ଟିକିନିଖି ଯାଞ୍ଚ କରାଯାଇଛି । ସୂଚନା ଅନୁସାରେ , ଅନୁଗୋଳ ସହର ମଧ୍ୟ ଦେଇ ଦୁଇଟି ଜାତୀୟ ରାଜପଥ ଯାଇଛି । ମୁଖ୍ୟତଃ ୫୫ ନମ୍ବର ଜାତୀୟ ରାଜପଥରେ ସଂଖ୍ୟାଧିକ ଗାଡ଼ିମଟର ଚଳପ୍ରଚଳ କରୁଥିବାରୁ ଅନେକ ସମୟରେ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେଉଛି । ଏପରିକି ପୂଜାପାର୍ବଣ , ଅବା ସହର ମଧ୍ୟରେ କୌଣସି କାର୍ଯ୍ୟକ୍ରମ ହେଲେ ଟ୍ରାଫିକ୍ ଆଡ଼େଇବା କାଠିକର ହୋଇପଡୁଛି । ଏହାକୁ ଦୃଷ୍ଟିରେ ରଖି ଅନୁଗୋଳ ସହର ପାଇଁ ରିଂ – ରୋଡ଼ ପରିକଳ୍ପନା କରାଯାଇଛି । ଏଥିପାଇଁ ଯେଉଁଠି ଘରୋଇ ଜାଗା ଅଧିଗ୍ରହଣ କରିବାକୁ ପଡ଼ିବନି , ଏବଂ ବିଶେଷ ସମସ୍ୟା ନଥିବା ତାକୁ ଦୃଷ୍ଟିରେ ରଖି ରିଂ – ରୋଡ଼ ନିର୍ମାଣ କରାଯିବ । ରୁଟ୍ ଚୟନ ପରେ ପ୍ରକଳ୍ପ ନିମନ୍ତେ ବ୍ୟୟ ଅଟକଳ ପ୍ରସ୍ତୁତ କରାଯିବ । ଟେଣ୍ଡର୍ ହୋଇ ଖୁବ୍ଶୀଘ୍ର କାର୍ଯ୍ୟାରମ୍ଭ ହେବ ବୋଲି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ପ୍ରକାଶ କରିଛନ୍ତି । ରିଂ – ରୋଡ଼୍ ଦ୍ଵାରା ସହର ମଧ୍ୟରୁ ୪୦ ପ୍ରତିଶତ ଟ୍ରାଫିକ୍ ସମସ୍ୟା ଦୂର ହୋଇପାରିବ ବୋଲି ଜିଲ୍ଲାପାଳ ଆଶା ବ୍ୟକ୍ତ କରିଛନ୍ତି ପୂର୍ବରୁ ସହରରେ ଦଶହରା , ଲକ୍ଷ୍ମୀପୂଜା ରଥଯାତ୍ରା ଆଦି ପାର୍ବଣ ଏବଂ ମହୋତ୍ସବ ତଥା ଅନ୍ୟାନ୍ୟ ଭିଡ଼କୁ ଦୃଷ୍ଟିରେ ରଖି ହୁଲୁରିସିଂହା ଛକ – ରାଜ୍ ହୋଟେଲ ଛକ , ଗାଜ ହୋଟେଲ୍ ଛକରୁ ମିଶ୍ରପଡ଼ା ଦେଇ ହରିମୋହୁରୀ ଛକ ରାସ୍ତାକୁ ବ୍ୟବହାର କରାଯାଇ ଆସୁଥିଲା । ଏ ସମସ୍ୟାର ସ୍ଥାୟୀ ସମାଧାନ ନିମନ୍ତେ ରାଜ ହୋଟେଲ ଛକ – ଡିଆଇସି ଛକ – ହେମସୁରପଡ଼ା ଗାନ୍ଧିମାର୍ଗ – ହୁଲୁରିସିଂହା – ଲିଙ୍ଗରାଯୋଡ଼ି ଛକ ହାଇଟେକ୍ ବାର- ମାଟିଆସାହି – ଖଲାରୀ ପେଟ୍ରୋଲ ପମ୍ପ – କଲେଜ ଛକ – ଇଡ୍ କୋ ଛକ – ରେଞ୍ଜର୍ସ କଲେଜ୍ – ରାଜ୍ ହୋଟେଲ୍ ଛକ ରାସ୍ତାକୁ ରିଂ ରୋଡ଼ କରାଯିବାକୁ ସ୍ଥିର ହୋଇଛି । ସମୁଦାୟ ରିଂ ରୋଡ଼ର ଦୈର୍ଘ୍ୟ ୮ କିଲୋମିଟର ୬୪୦ ମିଟର ହେବ ବୋଲି ଆକଳନ କରାଯାଇଛି । Advertisement
ଲୋକାର୍ପଣ ହେଲା ଆଠ କୋଟି ଟଙ୍କା ଖର୍ଚ୍ଚରେ ନିର୍ମିତ ସଭାଘର ଅନୁଗୁଳ – ବହୁ ପ୍ରତିକ୍ଷିତ ସଭାଘର ଆଜି ଆନୁଷ୍ଠାନିକ ଭାବେ ଅନୁଗୁଳ ବିଧାୟକ ତଥା ଓଡିଶା ବିଧାନ ସଭାର ଉପବାଚସ୍ପତି ରଜନୀକାନ୍ତ ସିଂହଙ୍କ ଦ୍ଵାରା ଜନସାଧାରଣଙ୍କ ଉଦ୍ଦେଶ୍ୟରେ…
ଜିଲ୍ଲାସ୍ତରୀୟ ପ୍ରଧାନମନ୍ତ୍ରୀ କୃଷକ କଲ୍ୟାଣ ସମ୍ମେଳନ ଆୟୋଜିତ ଅନୁଗୁଳ – କୃଷି ବିଜ୍ଞାନ କେନ୍ଦ୍ର, ଅନୁଗୁଳ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ପ୍ରଧାନମନ୍ତ୍ରୀ କୃଷକ କଲ୍ୟାଣ ସମ୍ମିଳନୀ ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମାନ୍ୟବର ଲୋକସଭା ସାଂସଦ…
ଗୋରୁ ଚାଲାଣ ବେଳେ ପୋଲିସର ଚଢ଼ାଉ – ୧୦୦ ରୁ ଊର୍ଦ୍ଧ୍ଵ ଗୋରୁଗାଇ ଜବତ ଛେଣ୍ତିପଦା – ଅନୁଗୋଳ ଜିଲ୍ଲା ଛେଣ୍ତିପଦା ଥାନା ଅନ୍ତର୍ଗତ ଟାଙ୍ଗିରୀ ଗ୍ରାମ ଦେଇ ଗୋରୁ ଚାଲାଣ ବେଳେ ପୋଲିସ ଚଢ଼ାଉ କରି ୧୦୮ ଟି ଗୋରୁଙ୍କୁ ଉଦ୍ଧାର …