ମୁଖ୍ୟ ଖବର ବଦଳିଲେ ଉପ-ଜିଲ୍ଲାପାଳ Angul OnlineMarch 3, 2023March 3, 2023 ଅନୁଗୋଳ – ଅନେକ ଦିନ ହେଲା ଅନୁଗୋଳ ଜିଲ୍ଲାରେ କାର୍ଯ୍ୟ କରି ଆସୁଥିବା ତଥା ବର୍ତ୍ତମାନ ଅନୁଗୋଳ ଉପ-ଜିଲ୍ଲାପାଳ ବୈତୁରା ଦୀପଙ୍କର ବଦଳି ହୋଇଛି । ଓଡିଶା ସରକାରଙ୍କ ଜେନେରାଲ ଆଡମିନଷ୍ଟ୍ରେସନ ତଥା ପବ୍ଲିକ ଗ୍ରିଭାନ୍ସ ବିଭାଗ ପକ୍ଷରୁ ଜାରି କରା ଯାଇଥିବା ଏହି ଚିଠି ଅନୁସାରେ ବୈତୁରା ଦୀପଙ୍କର ଅନୁଗୋଳରୁ ବରଗଡ ଜିଲ୍ଲା ପଦ୍ମପୁର ସବଡିଭିଜନର ଉପ ଜିଲ୍ଲାପାଳ ଭାବେ ବଦଳି ହୋଇଛି । ପାଲଲହଡା ଉପଜିଲ୍ଲାପାଳ ସୁଶାନ୍ତ କୁମାର ପତିଙ୍କୁ ଅନୁଗୋଳ ଉପ ଜିଲ୍ଲାପାଳ ଭାବରେ ବଦଳି ହୋଇଛି । ତେବେ ଏହି ଚିଠି ଅନୁଯାୟୀ ପାଲଲହଡା ପାଇଁ କାହାକୁ ଦାୟିତ୍ୱ ମିଳି ନାହିଁ । Advertisement
ବୁଲେଟ କିଣିବାକୁ ଯାଇ ଠକାମିର ଶିକାର – ୩ ସାଇବର ଠକଙ୍କୁ ଗିରଫ କଲା ପୁଲିସ ତାଳଚେର – ବୁଲେଟ ମୋଟରସାଇକେଲ ଅଳ୍ପ ଦରରେ କିଣିବାକୁ ଯାଇ ଠକାମିରେ ଶିକାର ହୋଇଥିଲେ ଜଣେ ଯୁବକ । ଆଉ ଥାନାରେ ଏ ନେଇ ଅଭିଯୋଗ ପରେ…
ଦଳ ବିରୋଧୀ କାର୍ଯ୍ୟ ପାଇଁ ଦଳରୁ ବ୍ଲକ ଅଧ୍ୟକ୍ଷ ନିଲମ୍ବନ ଭୁବନେଶ୍ଵର – ବିଜୁ ଜନତା ଦଳରୁ ନିଲମ୍ବିତ ହେଲେ ଛେଣ୍ଡିପଦା ବ୍ଲକ ଅଧ୍ୟକ୍ଷ ତଥା ବରିଷ୍ଠ ନେତା ଅଶୋକ କୁମାର ପ୍ରଧାନ । ଦଳ ବିରୋଧୀ କାର୍ଯ୍ୟ…
ଗୋଟିଏ ଦିନରେ କରୋନା ନେଲା ୫ ଜୀବନ ଭୁବନେଶ୍ଵର – ଅନୁଗୁଳ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ ଆଜି ଏହି ଅଦୃଶ୍ୟ ଭୂତାଣୁ ୫ ଜଣଙ୍କ ଜୀବନ ନେଇଛି…