ମୁଖ୍ୟ ଖବର ଅନୁଗୋଳ ଜିଲ୍ଲା ଟ୍ରକ୍ ମାଲିକ ସଂଘ ନିର୍ବାଚନ – ଦ୍ଵିତୀୟ ଥର ପାଇଁ ଅମ୍ବିକା ସଭାପତି Angul OnlineMarch 5, 2023March 5, 2023 ଅନୁଗୋଳ – ଚଳିତ ୨୦୨୩-୨୫ ବର୍ଷ ପାଇଁ ଅନୁଗୋଳ ଜିଲ୍ଲା ଟ୍ରକ୍ ମାଲିକ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ ରବିବାର ଦିନ ସଂଘ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ରବିବାର ସକାଳ ୮ଟା ବେଳେ ସଂଘ କାର୍ଯ୍ୟାଳୟ ପରିସରରେ ସମୁଦାୟ ୬୦୩ଜଣ ଭୋଟର ମତଦାନ କରିଥିଲେ । ଏହି ମତଦାନ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିଥିଲା । ସନ୍ଧ୍ୟା ୫ଟା ସମୟରେ ଭୋଟ ଗଣତି ଆରମ୍ଭ ହୋଇଥିଲା ।ଭୋଟ ଗଣତି ପରେ ନିର୍ବାଚନ ଅଧିକାରୀ ଭୋଟର ଫଳାଫଳ ଘୋଷଣା କରିଥିଲେ । ଏହି ଘୋଷଣା ଅନୁଯାୟୀ ସଂଘର ସଭାପତି ଭାବେ ଇଂ ଅମ୍ବିକା ପ୍ରସାଦ ଭଟ ତାଙ୍କ ନିକଟ ତମ ପ୍ରତିଦ୍ବନ୍ଦୀ ବିଭୂତି ପ୍ରସାଦ ଦାସଙ୍କୁ ୧୩୧ ଖଣ୍ଡ ଭୋଟରେ ପରାସ୍ତ କରି ବିଜୟ ହୋଇଥିବା ବେଳେ ଉପସଭାପତି (୧)ଭାବେ ଅମରେଶ ଚନ୍ଦ୍ର ସ୍ୱାଇଁ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ଅଶୋକ କୁମାର ଦଳବେହେରାଙ୍କୁ ୧୮୩ ଖଣ୍ଡ ଭୋଟରେ ପରାସ୍ତ କରି ବିଜୟଳାଭ କରିଛନ୍ତି । ସେହିପରି ଉପସଭାପତି(୨) ଭାବେ ରାଜକିଶୋର ପ୍ରଧାନ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ପ୍ରମୋଦ କୁମାର ପ୍ରଧାନଙ୍କୁ ୯୩ ଖଣ୍ଡ ଭୋଟରେ ପରାସ୍ତ କରି ବିଜୟ ହୋଇଛନ୍ତି । ସେହିପରି ସାଧାରଣ ସମ୍ପାଦକ ଭାବେ ସନ୍ତୋଷ କୁମାର ଦାସ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ଅନୁଗୋଳର ପୌରାଧ୍ୟକ୍ଷ ଅକ୍ଷୟ କୁମାର ସାମନ୍ତଙ୍କୁ ୩୧ ଖଣ୍ଡ ଭୋଟରେ ପରାସ୍ତ କରି ବିଜୟ ହୋଇଛନ୍ତି । କୋଷାଧ୍ୟକ୍ଷ ଭାବେ ରଜତ କୁମାର ମହାପାତ୍ର ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ସୁନିଲ କୁମାର ବେହେରା ଙ୍କୁ ୧୯୮ଖଣ୍ଡ ଭୋଟରେ ପରାସ୍ତ କରି ବିଜୟ ହୋଇଛନ୍ତି । ଯୁଗ୍ମ ସମ୍ପାଦକ ଭାବେ ଗୌତମ ସାହୁ , ଜିତେନ୍ଦ୍ର କୁମାର ସାହୁ , ପ୍ରମୋଦ କୁମାର ବ୍ରହ୍ମା , କେଶବ ଚନ୍ଦ୍ର ବେହେରା ପ୍ରମୁଖ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀଙ୍କ ଠାରୁ ବହୁ ଭୋଟରେ ବିଜୟ ଲାଭ କରିଛନ୍ତି । ରବିବାର ଅନୁଷ୍ଠିତ ନିର୍ବାଚନକୁ ବରିଷ୍ଠ ଓକିଲ ପରମାନନ୍ଦ ମିଶ୍ର ଏବଂ ରବୀନ୍ଦ୍ର ପ୍ରସାଦ ପଟ୍ଟନାୟକ ନିର୍ବାଚନ ଅଧିକାରୀ ଭାବେ ଯୋଗଦେଇ ପରିଚାଳନା କରିଥିଲେ । Advertisement
ଟ୍ରଲର ଧକ୍କାରେ ଦୁଇ ମୃତ ପାଲଲହଡା – ପରିବାର ଲୋକଙ୍କ ଗହଣରେ ଆସନ୍ତାକାଲି ପାଳିଥାନ୍ତେ ଆଲୋକର ପର୍ବ ଦୀପାବଳି । କିନ୍ତୁ ତା’ ପୂର୍ବରୁ ଘରକୁ ଅନ୍ଧାର କରି ଚାଲିଗଲେ ସେମାନେ ।…
ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ଅନୁଗୋଳ – ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ମହିଧରପୁର ଗାଁରେ ମଙ୍ଗଳବାର ସକାଳେ ଏକ ଅଜଣା ଗାଡ଼ି ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଛି। ସୂଚନା ଯେ,…
ମାଲିକାଣୀକୁ ହତ୍ୟା କରି ଘରୁ ଲୁଟ କଲା ଡ୍ରାଇଭର ଅନୁଗୁଳ – ଅନୁଗୁଳ ଜିଲ୍ଲା କଣିହାଁ ଥାନା କୁମୁଣ୍ଡା ଗାଁରେ ମାଲିକାଣୀକୁ ହତ୍ୟା କରି ଟଙ୍କା ସୁନା ଲୁଟ କଲା ଡ୍ରାଇଭର । ରାତିରେ ଘରେ ଅନ୍ୟ…