ରାଜନୀତି ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୭ତମ ଜନ୍ମ ଜୟନ୍ତୀ ପାଳନ Angul OnlineMarch 6, 2023March 6, 2023 ଅନୁଗୋଳ – ଆଧୁନିକ ଓଡ଼ିଆ ଯୁଗର ଖାରବେଳ, ମହାନ ଜନନାୟକ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୭ତମ ଜନ୍ମ ଜୟନ୍ତୀ ପାଳନ ଅବସରରେ ଅନୁଗୋଳ ନିର୍ବାଚନ ମଣ୍ଡଳୀ ଠାରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଛି । ଅରୁଣାଭ ସିଂହଙ୍କ ନେତୃତ୍ୱରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ସର୍ବପ୍ରଥମେ ବିଜୁ ମଇଦାନ ସ୍ଥିତ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ପରବର୍ତ୍ତୀ ସମୟରେ ଅନୁଗୋଳ ନଗର ବିଜୁ ମହିଳା-ଛାତ୍ର-ଯୁବ ଜନତା ଦଳ ପକ୍ଷରୁ ୩୦୦ରୁ ଉର୍ଦ୍ଧ୍ବ ସାଇକେଲରେ ବିଜୁ ବାବୁଙ୍କ ସ୍ମୃତିରେ ଏକ ସାଇକେଲ ଶୋଭାଯାତ୍ରା ସହର ପରିକ୍ରମା କରି ବିଜୁ ମଇଦାନରେ ଶେଷ ହୋଇଥିଲା । ଅନୁଗୋଳ ନଗର ବିଜେଡି ସଭାପତି ଶ୍ରୀ ବୃନ୍ଦାବନ ସ୍ୱାଇଁ, ନିର୍ବାଚନ ମଣ୍ଡଳୀ ଯୁବ ବିଜେଡି ସଭାପତି ଅଜିତ ଦ୍ବିବେଦୀ, ସମସ୍ତ ବିଜେଡି କାଉନସିଲର, ଜିଲ୍ଲା ଛାତ୍ର ବିଜେଡି ସଭାପତି ଶ୍ରୀ ରାଜୀବ ଲୋଚନ ଦାସଙ୍କ ସହଯୋଗରେ ସାଇକେଲ ଶୋଭାଯାତ୍ରା ସଫଳ ହୋଇଥିଲା । ଅରୁଣାଭ ସିଂହ, ମହେନ୍ଦ୍ର ବସ୍ତିଆ, ବୃନ୍ଦାବନ ସ୍ୱାଇଁ, ରାଜୀବ ଲୋଚନ ଦାସ, ଅପର୍ଣ୍ଣ ରଥଙ୍କ ଦ୍ଵାରା ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଫଳ ଓ ବିସ୍କୁଟ ବଣ୍ଟନ କରାଯାଇଥିଲା । ପରିଶେଷରେ ଚଣ୍ଡୀଖମଣସ୍ଥିତ ଆମ୍ବତୋଟା ଠାରେ ନିର୍ବାଚନ ମଣ୍ଡଳୀ ସ୍ତରୀୟ ସ୍ମୃତି ଚାରଣ ସଭା ଓ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ନିର୍ବାଚନ ମଣ୍ଡଳୀର ୧୩୦୦ରୁ ଉର୍ଦ୍ଧ୍ବ କର୍ମୀ, ନିର୍ବାଚିତ ପ୍ରତିନିଧି, ଦଳୀୟ ପଦାଧିକାରୀ, ବ୍ଲକ ଅଧ୍ୟକ୍ଷ, ବ୍ଲକ ଅଧ୍ୟକ୍ଷା ଓ ନେତୃମଣ୍ଡଳୀ, ସମବାୟ ନିର୍ଦ୍ଧେଶକ ପ୍ରମୁଖ ଉପସ୍ଥିତ ଥିଲେ । ସଭାରେ ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀ ପ୍ରିୟଦର୍ଶୀ ପଟ୍ଟନାୟକ ସଭାପତିତ୍ୱ କରିଥିଲେ । ବଅଁରପାଳ ବ୍ଲକ ବିଜେଡି ସଭାପତି ତଥା ବ୍ଲକ ଅଧ୍ୟକ୍ଷ ଶ୍ରୀ ବିଜୟ କୁମାର ନାଥ , ଅନୁଗୋଳ ବ୍ଲକ ବିଜେଡି ସଭାପତି ସରୋଜ ନାରାୟଣ ସାହୁଙ୍କ ତତ୍ୱବାଧାନରେ ସଭା ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ବିଜେଡି ସଭାପତି ଶ୍ରୀ ମହେନ୍ଦ୍ର ବସ୍ତିଆ ଉପସ୍ଥିତ ସମସ୍ତ ବ୍ୟକ୍ତିଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ଶପଥ ପାଠ କରାଇଥିଲେ । Advertisement
ବିଶ୍ୱରଞ୍ଜନ ଜିଲ୍ଲା ଯୁବ କଂଗ୍ରେସ ସଭାପତି ନିର୍ବାଚିତ ଅନୁଗୋଳ – ଓଡିଶା ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ସମସ୍ତ ପଦବୀ ନିମନ୍ତେ ସାଙ୍ଗଠନିକ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏହି କ୍ରମରେ ଅନୁଗୋଳ ଜିଲ୍ଲା…
ବ୍ରଜ ଓ ନଲିନୀଙ୍କୁ ନବୀନ ଦେଲେ ଗୁରୁଦାୟିତ୍ଵ ଭୁବନେଶ୍ୱର – ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ନିଜ ଦଳର ବିଧାୟକ ମାନଙ୍କୁ ବିଭାଗ ଆବଣ୍ଟନ କରିଛନ୍ତି । ଯେଉଁସବୁ ବିଧାୟକମାନଙ୍କୁ ଯେଉଁ ବିଭାଗ ଦିଆଯାଇଛି…
ବିଜେପିର ମଣ୍ଡଳ ସଭାପତି ତାଲିକା ହେଲା ଘୋଷଣା , କିଏ ହେବ ଜିଲ୍ଲା ସଭାପତି ? ଅନୁଗୁଳ – ବିଜେପିର ସଂଗଠନ ପର୍ବରେ ଅନୁଗୁଳ ଜିଲ୍ଲାର ୩୧ ଟି ମଣ୍ଡଳରୁ ୨୭ ଟି ମଣ୍ଡଳର ସଭାପତି ନିର୍ବାଚିତ ହୋଇଥିବା ନେଇ ରାଜ୍ୟ ବିଜେପିର ନିର୍ବାଚନ…