ରାଜନୀତି ଦୁର୍ନୀତି ଓ ଭ୍ରଷ୍ଟାଚାର ର କେନ୍ଦ୍ରବିନ୍ଦୁ ପାଲଟିଛି ବ୍ଲକ କାର୍ଯ୍ୟାଳୟ – ବିଜେପି Angul OnlineMarch 6, 2023March 6, 2023 ଅନୁଗୋଳ – ପଞ୍ଚାୟତ ରାଜ ଦିବସକୁ ଭ୍ରଷ୍ଟାଚାର ଦିବସ ଭାବେ ସାରା ରାଜ୍ୟରେ ପାଳନ କରିଛି ବିଜେପି । ଏ ପରିପେକ୍ଷୀରେ ଅନୁଗୋଳ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଅନୁଗୋଳ ବିଜେପି ପକ୍ଷରୁ ଶତାଧିକ କାର୍ଯ୍ୟକର୍ତ୍ତା କଳା ପଟି ହାତରେ ବାନ୍ଧି ଧାରଣା ଦେଇଥିଲେ । ଜିଲ୍ଲା ସଭାପତି ଡିଲେଶ୍ୱର ପ୍ରଧାନ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏକ ପ୍ରତିବାଦ ସଭାରେ ପ୍ରାକ୍ତନ ସାଂସଦ ରୁଦ୍ର ନାରାୟଣ ପାଣି ଯୋଗଦେଇ ସର୍ବଭାରତୀୟ ସ୍ତରରେ ଏପ୍ରିଲ ୨୪ ତାରିଖକୁ ପଂଚାୟତିରାଜ ଦିବସ ଭାବେ ପାଳନ କରାଯାଉଥିବାବେଳେ ଓଡିଶାରେ ବିଜେଡି ସରକାର ମାର୍ଚ୍ଚ ୫ ତାରିଖରେ ପାଳନ କରିବା କେବଳ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଏବଂ ପଂଚାୟତରାଜ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ରାଜ୍ୟ ସରକାରଙ୍କ କୈାଣସି ଆନ୍ତରିକତା ନାହିଁ ବରଂ ଓଡ଼ିଶାରେ ପଂଚାୟତିରାଜ ବ୍ୟବସ୍ଥାକୁ ରାଜ୍ୟ ସରକାର ହତ୍ୟା କରିଛନ୍ତି ବୋଲି ପ୍ରକାଶ କରିଥିଲେ । ରାଜ୍ୟରେ ପଂଚାୟତରାଜ ବ୍ୟବସ୍ଥାର ଆତ୍ମା କାନ୍ଦୁଛି । ଭ୍ରଷ୍ଟାଚାର ଓ ଦୁର୍ନୀତିର କେନ୍ଦ୍ର ବିନ୍ଦୁ ପାଲଟି ଯାଇଛି । ପଂଚାୟତରାଜ ବ୍ୟବସ୍ଥାକୁ ଭ୍ରଷ୍ଟାଚାର ଓ ଦୁର୍ନୀତି ଖଣିରେ ପରିଣତ କରିବାରେ ସର୍ବଶ୍ରେଷ୍ଠ ସ୍ଥାନରେ ଅଛି ଓଡ଼ିଶା । ଅତୀତରେ ପଂଚାୟତ ତଥା ଗ୍ରାମାଂଚଳର ଉନ୍ନତିକରଣ ଓ ବିକାଶ ପାଇଁ ପଲ୍ଲୀସଭା ଓ ଗ୍ରାମସଭା କରାଯାଇ ସାଧାରଣ ଗ୍ରାମବାସୀଙ୍କ ମତ ନିଅଯାଉଥିଲା । କିନ୍ତୁ ଏବେ ପଂଚାୟତ ପ୍ରତିନିଧି ମାନଙ୍କର କ୍ଷମତା କୁ ସମ୍ପୂର୍ଣ ଭାବେ କ୍ଷୁର୍ଣ କରିଛନ୍ତି ରାଜ୍ୟ ସରକାର ବୋଲି ଶ୍ରୀ ପାଣି କହିଥିଲେ । ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ଚନ୍ଦ୍ର ପ୍ରଧାନ ବର୍ତମାନ ଶାସକ ଦଳର ବିଧାୟକ ଓ ନେତାମାନେ ବ୍ଲକ ରେ ଦୁର୍ନୀତି କୁ ଚରମ ସୀମା ରେ ପହଞ୍ଚାଇଛନ୍ତି ବୋଲି କହିଥିଲେ । ଜିଲ୍ଲା ସଭାପତି ଡିଲେଶ୍ୱର ପ୍ରଧାନ ମୋଦୀ ସରକାର ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଯୋଗୁଁ ଅନୁଗୁଳ କୁ କୋଟି କୋଟି ଟଙ୍କାର ଅନୁଦାନ ଆସୁଥିବା ବେଳେ ଜେଇଙ୍କୁ ଠିକାଦାର ସଜାଇ ବିଜେଡି କର୍ମୀ ଙ୍କୁ କାମ ଦେଇ ଦଳୀୟ ପାଣ୍ଠି ସଂଗ୍ରହ କରୁଛି ପ୍ରଶାସନ ବୋଲି କହିଥିଲେ । ପଂଚାୟତିରାଜ ବ୍ୟବସ୍ଥାରେ ପ୍ରତ୍ୟେକ ବର୍ଷ ୫ ହଜାର କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଦୁର୍ନୀତି ହେଉଛି ।ଅନ୍ୟାନ୍ୟ ବକ୍ତା ମାନେ ପଂଚାୟତିରାଜ ଦିବସ ପାଳନ ନାଁରେ ଡ୍ରାମାବାଜୀ କରୁଛନ୍ତି ରାଜ୍ୟ ସରକାର, ଯାହାକି ଧର୍ମକୁ ଆଖିଠାର ସଦୃଶ ତେଣୁ ରାଜ୍ୟ ସରକାରଙ୍କ ତରଫରୁ ପାଳନ କରାଯାଉଥିବା ପଂଚାୟତିରାଜ ଦିବସକୁ ଭ୍ରଷ୍ଟାଚାର ଦିବସ ପାଳନ କରୁଛି ବିଜେପି ବୋଲି ପ୍ରକାଶ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପ୍ରଭାତ ପ୍ରଧାନ, ସରୋଜ କାନ୍ତ ଜେନା, ଅମୁଲ୍ୟ ପ୍ରଧାନ,ଦିଲ୍ଲୀପ ପ୍ରଧାନ, ପ୍ରହ୍ଲାଦ ଦାସ, ସରପଞ୍ଚ ସୁମିତା ସାହୁ, ସୁଜାତା ସାହୁ ଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ । Advertisement
ଭାଗିରଥି ଛାଡିଲେ ରମେଶ ସାଏ ଧରିଲେ ପଦ୍ମ ଅନୁଗୁଳ ଜିଲ୍ଲା ବିଜେପିର ଗୋଟିଏ ପଟେ ଦୁଇ ଦୁଇ ଜଣ ବରିଷ୍ଠ ନେତା ଦଳ ଛାଡିଥିବା ବେଳେ ଅନ୍ୟପଟେ ଆଠମଲ୍ଲିକ ବିଧାୟକ ବିଜେଡି ଛାଡି ବିଜେପିରେ ଯୋଗ…
ଅନୁଗୁଳରେ ବିଜେଡିର ମହିଳା ପ୍ରାର୍ଥୀ !! ଅନୁଗୁଳ – ବୁଧବାର ବିଜୁ ଜନତା ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ବିଭିନ୍ନ ସାଂସଦୀୟ କ୍ଷେତ୍ର ଓ ବିଧାନସଭା କ୍ଷେତ୍ର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି…
ତାଳଚେର ବ୍ଲକ ୧୨ ଓ ୧୬ ନମ୍ୱର୍ ୱାର୍ଡର ପୁନଃ ନିର୍ବାଚନ ପାଇଁ ଦାବି ଅନୁଗୁଳ – ଅନୁଗୁଳ ତାଳଚେର ବ୍ଲକ କୋଡ଼ିଏ ନମ୍ୱର୍ ଜିଲ୍ଲା ପରିଷଦ ଅନ୍ତର୍ଗତ ୧୨ ଓ ୧୬ ନମ୍ୱର୍ ୱାର୍ଡ ପାଇଁ ହୋଇଥିବା ପଞ୍ଚାୟତ ନିର୍ବାଚନ ଗଣତି…