ଆଞ୍ଚଳିକ ଜେଏସପି ଫାଉଣ୍ଡେସନ ଏବଂ କୃଷି ବିଭାଗ ପିପିପି ମୋଡରେ କରିବ କୃଷି ସେବାକେନ୍ଦ୍ର Angul OnlineMarch 6, 2023March 6, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର(ଜେଏସ୍ପି)ର ସାମାଜିକ ଦାୟିତ୍ୱବୋଧ ଶାଖା ଭାବେ କାର୍ଯ୍ୟ କରୁଥିବା ଜେଏସପି ଫାଉଣ୍ଡେସନ, କୃଷି ବିଭାଗ ଓ ରାଜ୍ୟ କୃଷକ ସଶକ୍ତିକରଣ ସଙ୍ଗଠନଦ୍ଵାରା ଅନୁଗୁଳର କୃଷି ଉତ୍ପାଦିକତା ସଂସ୍ଥା ନିମନ୍ତେ ଦୂଇଟି କୃଷି ସେବା କେନ୍ଦ୍ରସ୍ଥାପନ କରାଯିବ ବୋଲି ସ୍ଥିର କରାଯାଇଛି । ଏହି କେନ୍ଦ୍ରଗୁଡିକ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା(ଏମକେୟୁୱାଇ) ସହ ସରକାର-ଘରୋଇ ସହଭାଗିତା (ପିପିପି) ମୋଡରେ ନିର୍ମାଣ କରାଯିବ । ରାଜ୍ୟରେ ପ୍ରଥମଥର ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ ୪ ତାରିଖରେ ଅନୁଗୋଳ ଜିଲ୍ଲାପାଳଙ୍କ ସମ୍ମିଳନୀ ପ୍ରକୋଷ୍ଠରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଅନୁଗୋଳ ଅତିରିକ୍ତ ଜିଲ୍ଲାପାଳ ରଜନୀକାନ୍ତ ସ୍ୱାଇଁ ଯୋଗଦେଇ ଆଗକୁ ବଢ଼ିବା ପାଇଁ ତୁବେ ଗାଁର କଳାପାଟ କୃଷି ଉତ୍ପାଦିକତା କମ୍ପାନୀ ଲିମିଟେଡ ଏବଂ ଡେରଜାଙ୍ଗ ଗାଁରେ ଥିବା ପିତାବଳୀ କୃଷକ ଉତ୍ପାଦିକତା କମ୍ପାନୀ ଲିମିଟେଡ ଆଦି ୨ଟି କୃଷକ ଉତ୍ପାଦିକତା ସଂସ୍ଥାର ହିତାଧିକାରୀ ଏବଂ ବୋର୍ଡ ସଦସ୍ୟଙ୍କୁ ପତ୍ର ପ୍ରଦାନ କରିଥିଲେ । ଯୋଜନାରେ ଏହି ୨ଟି କୃଷକ ଉତ୍ପାଦିକତା ସଂସ୍ଥା ନାବାର୍ଡ ଓ ଜେଏସପିର ଯୁଗ୍ମ ସହଭାଗିତାରେ ଉନ୍ନତି କରାଯାଇଥିବା ଜଳଛାୟା ଉନ୍ନୟନ ପ୍ରକଳ୍ପ ମାଧ୍ୟମରେ ପିପିପି ମୋଡରେ ପୂର୍ବରୁ ଗଠିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଦ୍ବାରା କୃଷିରେ ଯନ୍ତ୍ରୀକରଣ ସହାୟତାରେ କୃଷି କ୍ଷେତ୍ରରେ ନିରନ୍ତର ଉତ୍ପାଦନ ବୃଦ୍ଧି ସାଙ୍ଗକୁ ପ୍ରତିଟି କୃଷକ ପରିବାରର ଆର୍ଥିକ ମାନଦଣ୍ଡ ମଜଭୁତ ହୋଇପାରିବାର ଲକ୍ଷ ରହିଛି । ଏହି କୃଷି ସେବା କେନ୍ଦ୍ରଗୁଡିକରେ ଟ୍ରାକ୍ଟର, ପାୱାରଟିଲର୍, ପାୱାରରିପର, ଆକ୍ସିଏଲ୍ଫୋଲ୍ ଥ୍ରେସର୍, ରୋଟାଭେଟର, କଲ୍ଟିଭେଟର, ପାୱାର ୱିଡର, ପାୱାର ସ୍ପ୍ରେୟର, ବୁଷ କଟର ଭଳି ଅତ୍ୟାଧୁନିକ ଯନ୍ତ୍ରପାତିକୁ ଏକ ସ୍ଥାୟୀ ସେଡ଼ ମଧ୍ୟରେ ସୁରକ୍ଷିତ ଭାବରେ ରଖିପାରିବେ । କୃଷକ ଭାଇମାନେ ନାମକୁ ମାତ୍ର ଭଡ଼ା କୃଷକ ଉତ୍ପାଦିକତା ସଂସ୍ଥାକୁ ଦେଇ ଏହି ସବୁ ଯନ୍ତ୍ରପାତି ଚାଷ ପାଇଁ ବ୍ୟବହାର କରିପାରିବେ । ଭଡ଼ା ଅର୍ଥରେ ଯନ୍ତ୍ରପାତି ଗୁଡ଼ିକର ମରାମତି ଓ ରକ୍ଷଣାବେକ୍ଷଣ କରାଯିବ । ଜେଏସପି ଫାଉଣ୍ଡେସନ ପକ୍ଷରୁ ଏହି କୃଷି ସେବା କେନ୍ଦ୍ର ୨ଟିର ପ୍ରତିଷ୍ଠା ପାଇଁ ୩୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯିବ । ଅବଶିଷ୍ଟ ପାଖାପାଖି ୧୮ ଲକ୍ଷ ଟଙ୍କା ସେମାନେ ସରକାରୀ ସବସିଡି ଭାବରେ ପାଇ ପାରିବେ । ଏହି ସମାରୋହରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରମିଲ କୁମାର ସ୍ବାଇଁ ସଭାପତିତ୍ବ କରିଥିଲେ । ସମସ୍ତ ବୋର୍ଡ ସଦସ୍ୟ, ସିଇଓ, କୃଷି ଉତ୍ପାଦକ କେନ୍ଦ୍ରର କର୍ମକର୍ତ୍ତା, ଅନ୍ୟାନ୍ୟ ସରକାରୀ ଅଧିକାରୀଙ୍କ ସହ ଜେଏସପି ଏବଂ ଜେଏସପି ଫାଉଣ୍ଡେସନର କର୍ମକର୍ତା ଉପସ୍ଥିତ ଥିଲେ। କୃଷିଉତ୍ପାଦକ ସଂସ୍ଥାର ସଦସ୍ୟମାନେ ନିଜର ମତାମତ ଦେବାସହ କେନ୍ଦ୍ରକୁ ସୂଚାରୁ ରୂପେ ନିରନ୍ତର ଭାବେ ପରିଚାଳନା କରିବା ପାଇଁ ନିଜର ପ୍ରତିବଦ୍ଧତା ଦୋହରାଇଥିଲେ । ଏଭଳି ଏକ ପ୍ରକଳ୍ପ ସ୍ଥାପନ ପାଇଁ ଜେଏସପିର ଜିଏମ ସିଏସଆର ପୁଷ୍ପଲତା ଶତପଥୀ, ଜିଲ୍ଲା ପ୍ରଶାସନ ଏବଂ ଅନ୍ୟାନ୍ୟ କର୍ମକର୍ତ୍ତା ସାମିଲ ହୋଇଥିଲେ । ଶେଷରେ ଏପିକଲର ଜିଲ୍ଲା ପ୍ରବନ୍ଧକ ପ୍ରମୋଦ କୁମାର ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । Advertisement
ବଢୁଛି ସଂକ୍ରମଣ – ଶିକ୍ଷକ ମଧ୍ୟ ବୁଲି ବୁଲି କରିବେ ସଚେତନ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ କରୋନା ସଂକ୍ରମଣ ବଢି ବଢି ଚାଲିଛି । ଲକଡାଉନ ଓ ସପ୍ତାହନ୍ତ ସଟଡାଉନ କରାଯାଇଥିବା ବେଳେ ଅନେକ ଅମାନିଆ ଏହାକୁ ମାନୁ…
ତୈଳଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ରଣହୁଙ୍କାର ଅନୁଗୁଳ – ତୈଳ ଦରରେ ଆହେତୁକ ବୃଦ୍ଧି ପ୍ରତିବାଦରେ ଅନୁଗୁଳ କଂଗ୍ରେସ ରଣହୁଙ୍କାର ଦେଇଛି । ଜିଲ୍ଲାର ସମସ୍ତ ପେଟ୍ରୋଲ ପମ୍ପରେ ବିକ୍ଷୋଭ କରିଛନ୍ତି କଂଗ୍ରେସ କର୍ମକର୍ତ୍ତା…
ବାରହା ଆକ୍ରମଣରେ ଜଣେ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା ମାଣିକଯୋଡି ପଞ୍ଚାୟତ କୂଳସର ଗାଁ ନିକଟ ଜଙ୍ଗଲରେ ବାରହା ଆକ୍ରମଣରେ ନୋଦ ନାଏକ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ…