ମୁଖ୍ୟ ଖବର ପୋଖରୀରୁ ଯୁବକଙ୍କ ମୃତ ଦେହ ଉଦ୍ଧାର ,ହତ୍ୟା ସନ୍ଦେହ Angul OnlineMarch 6, 2023March 6, 2023 ଛେଣ୍ଡିପଦା – ଅନୁଗୋଳ ଜିଲ୍ଲା ଜରପଡା ଥାନା କତଡା ଗାଁ ନିକଟସ୍ଥ ପୋଖରୀରୁ ଜୈନେକ ଯୁବକଙ୍କ ମୃତ ଦେହ ଉଦ୍ଧାର କରାଯାଇଥିବା ବେଳେ କେହି ହତ୍ୟାକରି ପୋଖରୀରେ ଫୋପାଡି ଦେଇଥିବା ଗ୍ରାମବାସୀ ସନ୍ଦେହ ପ୍ରକାଶ କରିଛନ୍ତି । ମୃତକ ଜଣକ ହେଲେ ଶ୍ରୀକର ବାଘଙ୍କ ୧୯ ବର୍ଷୀୟ ପୁଅ ଚିଣ୍ଟୁ ବାଘ । ସୂଚନା ଅନୁସାରେ କତଡା ଗ୍ରାମର ଚିଣ୍ଟୁ ବାଘ ୪ ଦିନ ତଳେ ସେହି ଗ୍ରାମର ଧଉରାବେଣୀ କୋଡାସାହିକୁ ଯାଇଥିବା ଘରେ କହି ଯାଇଥିବା ବେଳେ ଆଉ ଘରକୁ ଫେରି ନଥିଲେ । ପୁଅ ଘରକୁ ନଫେରିବାରୁ ପରିବାର ଲୋକମାନେ ବନ୍ଧୁବାନ୍ଧବ ତଥା ସମ୍ପର୍କିୟଙ୍କୁ ପଚରାଉଚରା କରିବା ସହ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ । ଦୀର୍ଘ ୪ ଦିନ ହେବ ଚିଣ୍ଟୁଙ୍କର କୈାଣସି ପତ୍ତା ମିଳି ନଥିବା ବେଳେ ଆଜି ଗ୍ରାମ ନିକଟସ୍ଥ ଯାଉଁଳି ନାଳ ପୋଖରୀରେ ତାଙ୍କ ମୃତ ଦେହ ଭାସୁଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ । ଏ ନେଇ ଗ୍ରାମବାସୀ ପରିବାର ଲୋକଙ୍କୁ ଖବର ଦେଇଥିଲେ । ପରିବାର ଲୋକ ଘଟଣାସ୍ଥଳରେ ଚିଣ୍ଟୁର ମୃତ ଦେହକୁ ଚିହ୍ନଟ କରିଥିଲେ । ଚିଣ୍ଟୁ ୪ ଦିନ ହେବ ନିଖୋଜ ଥିବା ବେଳେ ୨ ଦିନ ହେବ ତାର ମୋବାଇଲ ରିଙ୍ଗ ହେଉଥିଲା । ଏଥିପାଇଁ ପୋଖରୀରେ ବୁଡି ମରିବା ଘଟଣାକୁ ପରିବାର ଲୋକ ସହଜରେ ଗ୍ରହଣ କରିପାରୁ ନଥିବା ବେଳେ କେହି ହତ୍ୟାକରି ପକାଇ ଦେଇଥିବା ଗ୍ରାମବାସୀ ଓ ପରିବାର ଲୋକ ସନ୍ଦେହ କରିଛନ୍ତି । ଜରପଡା ପୁଲିସକୁ ଖବର ପାଇ ଘଟଣା ସ୍ଥଳରେ ପହଁଚି ମୃତଦେହକୁ ଜବତ କରି ବ୍ୟବଛେଦ କରିବା ସହିତ ଘଟଣାର ତଦନ୍ତ ଜାରି ରଖିଛି । ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟାସତ୍ୟ ଜଣାପଡିବ ବୋଲି ଜରପଡା ଥାନା ପୁଲିସ ପ୍ରକାଶ କରିଛି । Advertisement
ଦୁଇ ଘଣ୍ଟାରେ ଚାରି ଜଣଙ୍କୁ ଗୋଡ଼ାଇ ମାରିଲା ହାତୀ ୩୦ ରୁ ଅଧିକ ହାତୀ ଗତ ଦୁଇ ମାସ ହେଲା ଅନୁଗୁଳ ସହର ଉପଖଣ୍ଡ ଏବଂ ଏହାର ଆଖପାଖ ଅଞ୍ଚଳରେ ଘୁରି ବୁଲୁଥିଲେ । ସେଥିରୁ ଗୋଠଛଡ଼ା…
ବିଦ୍ୟୁତ ସଂସ୍ପର୍ଶରେ ଆସି ବୃଦ୍ଧା ମୃତ୍ୟୁ ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଚଉରିଡିହ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଚାଷ ଜମିକୁ ଯାଉଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ…
୨ୟ ପର୍ଯ୍ୟାୟ ଟୀକାକରଣ – ଜିଲ୍ଲାପାଳ , ଡି.ଆଇ.ଜି. ଓ ଏସ.ପି. ନେଲେ ଟୀକା ଅନୁଗୁଳ – ଅନୁଗୁଳ ଜିଲ୍ଲାରେ କୋଭିଡ ଟିକା ୨ୟ ପାଳିର ପ୍ରଥମ ଦିବସରେ ଗୃହ , ନଗର ଉନ୍ନୟନ ବିଭାଗ ଓ ରାଜସ୍ବ ବିଭାଗ ବିଭାଗର ସର୍ବମୋଟ…