ମୁଖ୍ୟ ଖବର ବରଣମାଳା ପଡିବା ପୂର୍ବରୁ ପାଣିରେ ପଡି ଯୁବକଙ୍କ ମୃତ୍ୟୁ Angul OnlineMarch 8, 2023March 8, 2023 ଅନୁଗୋଳ – ରାତି ପାହିଲେ ପଡ଼ିଥାନ୍ତା ବରଣମାଳା । ହେଲେ ବିଧିର ବିଧାନ ଥିଲା ଅଲଗା । ହୋଲି ଖେଳି ସାରି ଗାଧେଇ ଯାଇଥିବା ବେଳେ ପାଣିରେ ମୃତ୍ୟୁ ହୋଇଗଲା । ଭଲ ପାଇ ଘରୁ ନେଇ ପଳେଇ ଆସିଥିବା ପ୍ରେମିକ ସହ ବରଣମାଳା ଦେବା ପୂର୍ବରୁ ଏଭଳି ଅଘଟଣ ଘଟିଗଲା । ଏଭଳି ଘଟଣା ଅନୁଗୋଳ ଜିଲ୍ଲା ପୁରୁଣାକୋଟ ଥାନା ଜଗନ୍ନାଥପୁର ଗାଁରେ ଏକ ଘଟିଛି । ସୂଚନା ଅନୁସାରେ ଜଗନ୍ନାଥପୁର ଗାଁର ନିଶା ବେହେରା ବାଗଡିଆ ଥାନା ନୂଆଗାଁ ଅଞ୍ଚଳର ଜଣେ ଝିଅକୁ ଭଲ ପାଉଥିଲେ । ତେବେ ଝିଅଙ୍କ ପରିବାର ଲୋକ ଏହାକୁ ସ୍ୱୀକୃତି ଦେଉ ନଥିବାରୁ ନିଶା ଭଲ ପାଉଥିବା ଝିଅକୁ ଘରକୁ ନେଇ ପଳାଇ ଆସିଥିଲେ । ହୋଲି ପରଦିନ ଗାଁ ମନ୍ଦିରରେ ଉଭୟ ବରଣମାଳା ଦେଇଥାନ୍ତେ । ଏଥିପାଇଁ ସମସ୍ତ ପ୍ରସ୍ତୁତି କରା ଯାଇଥିଲା । ତେବେ ଆଜି ହୋଲି ଥିବା ବେଳେ ନିଶା ହୋଲି ଖେଳିସାରି ମଧ୍ୟାହ୍ନରେ ନିଶା ପାଖ ନାଳକୁ ଗାଧୋଇବାକୁ ଯାଇଥିଲେ । କିନ୍ତୁ ସେ ପାଣିରେ ପଶିବା ପରେ ଆଉ ଉଠି ପାରିନଥିଲେ । ସାଙ୍ଗରେ ଯାଇଥିବା ଏକ ଛୋଟପିଲା ଘରକୁ ଆସି ଏ ସମ୍ପର୍କରେ ସୂଚନା ଦେଇଥିଲା । ଘର ଲୋକ ତୁରନ୍ତ ନିଶାକୁ ପାଣିରୁ ଉଦ୍ଧାର କରି ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ନିଶାକୁ ମୃତ ଘୋଷଣା କରିଥିଲେ । ଏଭଳି ଘଟଣା ପରେ ଗାଁରେ ଶୋକର ଛାୟା ଖେଳିଯାଇଛି । ଖବର ପାଇ ପୁଲିସ ଘଟଣାର ତଦନ୍ତ କରୁଛି । ତେବେ ପାଣିରେ ବୁଡି ତାଙ୍କର ମୃତ୍ୟୁ ହୋଇଛି ବୋଲି କିଛି ଲୋକ କହୁଥିବା ବେଳେ ନାଳରେ ଲାଗିଥିବା ପାଣିପମ୍ପର ବିଦ୍ୟୁତ ତାର ଆଘାତରେ ଆସି ତାଙ୍କର ମୃତ୍ୟୁ ହୋଇଥିବା ଅନ୍ୟ କିଛି ଲୋକ କହୁଛନ୍ତି । ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଏବଂ ପୁଲିସର ତଦନ୍ତ ପରେ ପ୍ରକୃତ ଘଟଣା ଜଣା ପଡିବ । Advertisement
ବାଲ୍ୟ ବିବାହ ବନ୍ଦ କଲା ପ୍ରଶାସନ ଅନୁଗୁଳ – ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକରେ ହେବାକୁ ଥିବା ଏକ ବାଲ୍ୟ ବିବାହକୁ ପ୍ରାସାଶନ ବନ୍ଦ କରିଛି । ସୂଚନା ଅନୁସାରେ ଇଛାପୁର ଗ୍ରାମରେ ଆଗାମୀ…
ଏକ କୋଟି ୮୫ ଲକ୍ଷ ଟଙ୍କାର ହିସାବ ନାହିଁ – ଥାନାରେ ଅଭିଯୋଗ ଅନୁଗୋଳ – ଆଇସିଆଇ ବ୍ୟାଙ୍କରୁ ୧ କୋଟି ୮୫ଲକ୍ଷ ଟଙ୍କା ହଡପ ନେଇ ଥାନାରେ ଅଭିଯୋଗ । ଜଣେ ଅଟକ । ଅନୁଗୋଳ ଜିଲା ଛେଣ୍ଡିପଦା ରେ…
କୋଭିଡ କେୟାରରୁ ନିଖୋଜ – କୋଭିଡ ହସ୍ପିଟାଲରୁ ଉଦ୍ଧାର ଅନୁଗୁଳ – ଅନୁଗୁଳ ଆଦର୍ଶ ଠାରେ ଥିବା କୋଭିଡ କେୟାର କେନ୍ଦ୍ରରୁ ଜଣେ କରୋନା ସଂକ୍ରମିତ କୁଆଡ଼େ ହଜିଯାଇଥିବା ଅଭିଯୋଗ ହୋଇଥିଲା । ୫ ଦିନ ହେଲା…