ଅପରାଧ ଆଠ ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନସୁଗାର ଜବତ , ଜଣେ ଗିରଫ Angul OnlineMarch 9, 2023March 9, 2023 ତାଳଚେର – ଅନୁଗୋଳ ଜିଲ୍ଲା ତାଳଚେର କୋଲିୟାରୀ ପୁଲିସ ହାବୁଡ଼ରେ ବ୍ରାଉନସୁଗାର ବେପାରୀ । କାରରେ ବିକ୍ରି କରିବାକୁ ଯାଉଥିବା ବେଳେ ତା ନିକଟରୁ ୮୦ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ତାଳଚେର ବାଘୁଆବୋଲ ଗାଁର ପ୍ରଶାନ୍ତ କୁମାର ସାହୁ । ପ୍ରଶାନ୍ତ ଏକ ଟାଟା ଟିଗର କାରରେ ବାଘୁଆବୋଲରୁ ଦେଉଳବେଡା ଅଞ୍ଚଳକୁ ଯାଉଥିବା ବେଳେ ବାଟରେ ପୁଲିସ ତାକୁ ଅଟକାଇ ଜାଞ୍ଚ କରିଥିଲା । ଜାଞ୍ଚ ବେଳେ କାର ଡିକିରୁ ୮୦ ଗ୍ରାମ ବ୍ରାଉନସୁଗାର ଜବତ କରା ଯାଇଥିଲା । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୮ ଲକ୍ଷ ଟଙ୍କା ହେବ । ତାଳଚେର କୋଲିୟାରୀ ପୁଲିସ ପ୍ରଶାନ୍ତର କାର ଜବତ କରିବା ସହ ତାକୁ କୋର୍ଟ ଚାଲାଣ କରିଛି । Advertisement
ସୁନା ଚେନ ଲୁଟେରା ଗ୍ୟାଙ୍ଗ ଗିରଫ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ପୁଲିସ ହାତରେ ଆନ୍ତରାଜ୍ୟ ସୁନାଚେନ ଲୁଟେରା ଗ୍ୟାଙ୍ଗ । ଲୁଟେରା ଗ୍ୟାଙ୍ଗର ୭ ଜଣଙ୍କୁ ଗିରଫ କରିବା ସହ ତାଙ୍କ…
ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର – ହତ୍ୟା ଅଭିଯୋଗ ଆଣିଲେ ପରିବାର ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ପୁଲିସ ଝୁଲନ୍ତା ଅବସ୍ଥାର ଯୁବକଙ୍କ ମୃତ ଦେହ ଉଦ୍ଧାର କରିଛି । ତାଳଚେର ବହ୍ଲର ଛକ ନିକଟସ୍ଥ ମନ୍ଦିର ସାମ୍ନା…
ଡାକ୍ତରଙ୍କଠାରୁ କୋଟିଏ ଟଙ୍କା ଠକିଥିବା ହୀରକ ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବରିଷ୍ଠ ସ୍ତ୍ରୀ ରୋଗ ଓ ପ୍ରସୂତି ବିଶେଷଜ୍ଞ ଡାକ୍ତର ଗୌରୀଶଙ୍କର ବଳ ପୁଅକୁ ମେଡିକାଲ କଲେଜରେ ପାଠ ପଢ଼ାଇ…