ବିବାହ ପରେ ପରେ କନ୍ୟା ଫେରାର

ବିବାହ ପରେ ପରେ କନ୍ୟା ଫେରାର

କଣିହାଁ – ଅନୁଗୋଳ ଜିଲ୍ଲା କଣିହାଁ ଥାନା ଅଞ୍ଚଳରେ ବିବାହ ପରେ ବରକୁ ଛାଡି କନ୍ୟା ଅନ୍ୟ ଜଣଙ୍କ ସହିତ ଛୁ ମାରିଥିବା ଚର୍ଚ୍ଚା ବିଷୟ ପାଲଟିଛି । ସୂଚନା ଅନୁସାରେ , ପାଲଲହଡ଼ା ଅଞ୍ଚଳରୁ ବର ଯାତ୍ରୀ ଦଳ ବୁଧବାର କଣିହାଁ ଅଞ୍ଚଳକୁ ଆସିଥିଲେ । ବାଜା ବାଣ ବଜାଇ ବରଯାତ୍ରୀ ଆସିବା ସହ ଧୁମ୍ ଧାମରେ ଉଭୟ ପକ୍ଷଙ୍କ ସହଯୋଗରେ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଗୁରୁବାର କନ୍ୟାକୁ ଶାଶୁ ଘର ଛାଡ଼ିବା ପାଇଁ କନ୍ୟା ଯାତ୍ରୀଙ୍କ ପାଇଁ ବିଭିନ୍ନ ଗାଡି ବ୍ୟବସ୍ଥା ସହିତ ଝିଅକୁ ଦିଆ ଯାଉଥିବା ଉପହାର ସାମଗ୍ରୀ ଗାଡ଼ିରେ ଲଦା ହୋଇଥିଲା । ବିବାହିତ ନବ ବଧୁଙ୍କୁ ଛାଡି ପାଇଁ କନ୍ୟା ପକ୍ଷର ବନ୍ଧୁ ବାନ୍ଧବ ମଧ୍ୟ ଏକାଠି ହୋଇଥିଲେ । ଏପରି ପରିସ୍ଥିତିରେ କନ୍ୟାଙ୍କ ଦେଖା ନମିଳିବାରୁ ନିରାଶ ଭାବ ସୃଷ୍ଟି ହୋଇଥିଲା । ବହୁ ଖୋଜାଖୋଜି ପରେ ମଧ୍ୟ କନ୍ୟା ନ ମିଳିବା ପରେ ସେ ଅନ୍ୟ କାହା ସହ ପଳାଇଥିବା ଚର୍ଚ୍ଚା ହୋଇଥିଲା । ଖବର ଲେଖା ହେବା ପର୍ଯ୍ୟନ୍ତ ଶାଶୁ ଘରେ ବର ରହିଥିବା ବେଳେ କିଛି ବ୍ୟକ୍ତି କନ୍ୟାର ସାନ ଭଉଣୀଙ୍କୁ ବିବାହ ଉଦ୍ୟମ ଚାଲିଥିବା ଶୁଣିବାକୁ ମିଳୁଛି ।

What’s your Reaction?
+1
6
+1
2
+1
0
+1
1
+1
7
+1
0
+1
0

Leave a Reply