ମୁଖ୍ୟ ଖବର ସାଇକେଲକୁ ଧକ୍କା ଦେଲା ଟ୍ରକ – ଜଣେ ମୃତ Angul OnlineMarch 13, 2023March 13, 2023 ପାଲଲହଡ଼ା – ଅନୁଗୋଳ ଜିଲ୍ଲା ପାଲଲହଡ଼ା ବ୍ଲକର କାଇଁସିରିପାଲି ଛକଠାରେ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି । ସକାଳ ୮.୩୦ ସମୟରେ ପାଲଲହଡ଼ା ବାଇପାସ୍ ଛକଠାରୁ ଜଣେ ବ୍ୟକ୍ତି ସାଇକେଲ ଯୋଗେ କାଇଁସିରିପାଲିଠାରେ ଥିବା ନିଜ ଦୋକାନକୁ ଆସୁଥିଲେ । ଏହି ସମୟରେ ୪୯ ଏବଂ ୧୪୯ ନଂ ଜାତୀୟ ରାଜପଥକୁ ସଂଯୋଗ କରିଥିବା ଛକଠାରେ ତାଳଚେର ଦେଇ କେନ୍ଦୁଝର ଯାଉଥିବା ଏକ ଟ୍ରକ୍ ବ୍ୟକ୍ତି ଜଣଙ୍କୁ ପଛପଟୁ ଧକ୍କା ଦେଇ ବ୍ୟକ୍ତିଙ୍କ ଉପରେ ଚଢ଼ିଯାଇଥିଲା । ବ୍ୟକ୍ତିଙ୍କ ସାଇକେଲଟିକୁ ପ୍ରାୟ ୧ କିଲୋମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ପରେ ପାଲଲହଡ଼ା ପୋଲିସ୍ ଗାଡ଼ିଟିକୁ ପିଛା କରିଥିବା ଜଣାପଡ଼ିଛି । ମୃତ ବ୍ୟକ୍ତି ଜଣକ ଢେଙ୍କାନାଳ ପରଜଙ୍ଗ ଅଞ୍ଚଳର ୩୯ ବର୍ଷୀୟ କୁନା ବେହେରା ବୟସ ବୋଲି ଜଣାପଡ଼ିଛି । ଦୁର୍ଘଟଣା ପରେ ଉକ୍ତ ଛକକୁ ଗୋଲେଇ ଛକ ସହିତ ଟ୍ରାଫିକ୍ ବ୍ୟବସ୍ଥା କରିବା ଓ ମୃତ ବ୍ୟକ୍ତିଙ୍କୁ କ୍ଷତିପୂରଣ ଦାବିରେ ସ୍ଥାନୀୟ ଗ୍ରାମବାସୀ ରାସ୍ତା ରୋକ କରିଥିଲେ । କାଇଁସିରି ପାଲି ଛକ ଏକ ମୁଖ୍ୟ ଛକ ହୋଇଥିବା ବେଳେ ଏଠାରେ ପୋଲିସର କୌଣସି ବ୍ୟବସ୍ଥା ନ ଥିବାରୁ ଏପରି ସ୍ଥିତି ଉପୁଜୁଛି ବୋଲି ଅଞ୍ଚଳବାସୀ ପ୍ରକାଶ କରିଛନ୍ତି । ତେବେ କୁନା ଦୀର୍ଘ ୧୫ ବର୍ଷ ଧରି ପାଲଲହଡ଼ା କାଇଁସିରି ପାଲି ଗ୍ରାମରେ ନିଜର ଓଲ୍ଡିଂ ଦୋକାନରେ କାମ କରି ପରିବାର ପ୍ରତିପୋଷଣ କରୁଥିଲେ । ଘଟଣାସ୍ଥଳରେ ଉପଜିଲ୍ଲାପାଳ ପହଞ୍ଚି ଲୋକମାନଙ୍କୁ ବୁଝା ସୁଝା କରିବା ପରେ ପରିସ୍ଥିତି ନିୟନ୍ତ୍ରଣାଧୀନ ହୋଇଥିଲା । Advertisement
ଛେଣ୍ଡିପଦା ହେବ କୋଇଲା ହବ୍ ଅନୁଗୁଳ – ପୁଣିଥରେ କୋଇଲା ଖଣି ନିଲାମ ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି କେନ୍ଦ୍ର ସରକାର। ଏଥିନେଇ ଘୋଷଣା ହୋଇଥିଲା ବେଳେ ଏଥିରେ ଅନୁଗୁଳ ଜିଲ୍ଲା ଛେଣ୍ଡିପଦାରୁ…
ଜାତୀୟ ରାଜପଥ ବିରୁଦ୍ଧରେ ୬ ଥାନାରେ ଅଭିଯୋଗ ଅନୁଗୁଳ -(ଅନୁଗୁଳ ଅନଲାଇନ୍) – ଜାତୀୟ ରାଜପଥ ବିଭାଗ ନାମରେ ଥାନାରେ ଅଭିଯୋଗ । ଏକାଥରକେ ୬ ଟି ଥାନାରେ ଅଭିଯୋଗ କଲା ଅନୁଗୁଳ ଓକିଲ ସଂଘ…
ଇନ୍ସପେକ୍ଟର ସ୍ତରରେ ଅଦଳ ବଦଳ – ପ୍ରଭାତ ଅନୁଗୁଳ ଥାନା ଓ ସତ୍ୟବ୍ରତଙ୍କୁ ସଦର ଥାନା ଅନୁଗୁଳ – ଅନୁଗୁଳ ଜିଲ୍ଲା ଇନ୍ସପେକ୍ଟର ସ୍ତରରେ ସାମାନ୍ୟ ଅଦଳବଦଳ କରା ଯାଇଛି । କିଛି ଦିନ ପୂର୍ବରୁ ଅନୁଗୁଳ ଥାନା ଅଧିକାରୀ ରମେଶ ଚନ୍ଦ୍ର ବିଶୋଇଙ୍କୁ…