କଳାହାଣ୍ଡି କପ ପାଇଁ ଖେଳାଳି ଚୟନରେ ଅନିୟମିତତା – ଅଭିଯୋଗ ଆଣିଲେ ଖେଳାଳି

କଳାହାଣ୍ଡି କପ ପାଇଁ ଖେଳାଳି ଚୟନରେ ଅନିୟମିତତା – ଅଭିଯୋଗ ଆଣିଲେ ଖେଳାଳି

ଅନୁଗୋଳ – କଳାହାଣ୍ଡି କପ କ୍ରିକେଟ ପାଇଁ ଅନୁଗୋଳ ଜିଲ୍ଲାରୁ ଖେଳାଳି ଚୟନ କରି ଆଜି ପଠା ଯାଇଥିବା ବେଳେ ଚୟନରେ ଅନିୟମିତତା ହୋଇଥିବା କିଛି ଖେଳାଳି ଅଭିଯୋଗ କରିଛନ୍ତି । ବିଗତ ଦିନରେ ତଥା ଚୟନ ପାଇଁ ହୋଇଥିବା ମ୍ୟାଚରେ ସେମାନେ ଭଲ ପ୍ରଦର୍ଶନ କରିଥିବା ବେଳେ ସେମାନଙ୍କୁ ଜାଣିଶୁଣି ଚୟନ କରା ଯାଇ ନାହିଁ । ଖେଳାଳି ଚୟନରେ ପକ୍ଷପାତିତା କରିବା ସହ ବାହାର ଜିଲ୍ଲାର ଖେଳାଳିଙ୍କୁ ଦଳରେ ସାମିଲ କରା ଯାଇଛି ବୋଲି ଦୁଇ ଜଣ କ୍ରିକେଟ ଖେଳାଳି ଅଭିଯୋଗ କରି ଆଜି ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି । ଅଭିଯୋଗ କରିଥିବା ଖେଳାଳି ଶୁଭକାନ୍ତ ସାହୁ ଓ ଦୁଷ୍ମନ୍ତ ନାଏକଙ୍କ ଅଭିଯୋଗ ଅନୁଯାୟୀ ଓଡିଶା କ୍ରିକେଟ ଆସୋସିଏସନର ନିୟମ ଅନୁଯାୟୀ ଅନଲାଇନ ସ୍କୋରିଙ୍ଗରେ ଯେଉଁ ଖେଳାଳି ଭଲ ପ୍ରଦର୍ଶନ କରିଥିବେ ସେମାନଙ୍କୁ ଚୟନ କରାଯିବ । ଅନ ଲାଇନ ସ୍କୋରିଙ୍ଗରେ ଉଭୟ ଖେଳାଳି ଭଲ ପ୍ରଦର୍ଶନ କରିଛନ୍ତି । ଶୁଭକାନ୍ତ ସାହୁ ୪ ଟି ମ୍ୟାଚରେ ୧୧୪ ରନ ସଂଗ୍ରହ କରିବା ସହ ୮ ଟି ୱିକେଟ୍ ଏବଂ ଦୁଷ୍ମନ୍ତ ନାଏକ ୪ ମ୍ୟାଚରେ ଗୋଟିଏ ଶତକ ବଳରେ ୧୮୨ ରନ ଏବଂ ଗୋଟିଏ ୱିକେଟ୍ ହାସଲ କରିଛନ୍ତି । ଏହା ସତ୍ୱେ ଉଭୟଙ୍କୁ ଚୟନକର୍ତ୍ତା ଏବଂ କ୍ରିକେଟ ଆସୋସିଏସନ ଅଣଦେଖା କରିବା ସହ ଚୟନରେ ପ୍ରିୟାପ୍ରୀତି ଅବଲମ୍ବନ କରିଛି । ଆଉ ଏ ସମ୍ପର୍କରେ ସମ୍ପାଦକଙ୍କୁ ପଚାରିଲେ ସଠିକ ଉତ୍ତର ମଧ୍ୟ ଦବୁ ନାହାନ୍ତି । ଏହି ଅଭିଯୋଗ ଆଣିବା ସହ ସେମାନେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ ଜିଲ୍ଲା ପାଇଁ ପୂର୍ବରୁ କେବେ ମ୍ୟାଚ ଖେଳି ନଥିବା କିମ୍ବା ଚୟନ ପାଇଁ ହୋଇଥିବା ମ୍ୟାଚରେ ମଧ୍ୟ ଖେଳି ନଥିବା କିଛି ଜିଲ୍ଲା ବାହାରର ଖେଳାଳିଙ୍କୁ କଳାହାଣ୍ଡି କପ ପାଇଁ ଚୟନ କରି ଣିଆ ଯାଇଛି । ଏହା ହେବା ଫଳରେ ଜିଲ୍ଲାରେ ଖେଳୁଥିବା ଖେଳାଳି ମାନେ ଜିଲ୍ଲା ଟିମରେ ସ୍ଥାନ ପାଇବା କଷ୍ଟକର ହୋଇ ପଡିବ । ଏଣୁ ଏହାର ତଦନ୍ତ କରି ପଦକ୍ଷେପ ନେବାକୁ ଉଭୟ ଖେଳାଳି ଆଜି ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ । ସେପଟେ ଏ ନେଇ କ୍ରିକେଟ ଆସୋସିଏସନର ସମ୍ପାଦକ ସାଗର ନାଥ ମିଶ୍ରଙ୍କ କହିବା କଥା ଖେଳାଳି ଚୟନରେ ଯଥାର୍ଥତା ଅବଲମ୍ବନ କରା ଯାଇଛି । ଯିଏ ଟେକନିକାଲ ଦୃଷ୍ଟିରୁ ଏବଂ ଭଲ ପ୍ରଦର୍ଶନ କରିଛି ତାକୁ ଚୟନ କରା ଯାଇଛି । ଆଉ ଅନ୍ୟ ଜିଲ୍ଲାର ଖେଳାଳି ଏନଓସି ଆଣି ଅନ୍ୟ ଜିଲ୍ଲାରେ ଖେଳି ପରିବାର ନିୟମ ରହିଛି । ଉଭୟ ଖେଳାଳିଙ୍କ ଅଭିଯୋଗ ଭିତ୍ତିହୀନ ବୋଲି ସେ କହିଛନ୍ତି ।

What’s your Reaction?
+1
0
+1
0
+1
0
+1
0
+1
9
+1
0
+1
2

Leave a Reply