ଅପରାଧ ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ଓ ପ୍ରତିଷ୍ଠାନ ପରିସରରୁ ମହିଳାଙ୍କ ମୃତଦେହ ଉଦ୍ଧାର Angul OnlineMarch 16, 2023March 16, 2023 ଛେଣ୍ଡିପଦା – ଅନୁଗୋଳ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ପାରିବାରିକ କଳହକୁ ନେଇ ଜଣେ ମହିଳା ଆତ୍ମହତ୍ଯା କରିଥିବା ଜଣାପଡିଛି । ମୃତ ମହିଳା ଜଣକ ହେଲେ କାମାକ୍ଷାନଗର ଜିରାଳ ଗ୍ରାମର ଅଶୋକ ନାଏକଙ୍କ ସ୍ତ୍ରୀ ସୁଲୋଚନା ନାଏକ ବୋଲି ଜଣା ପଡ଼ିଛି । ସୂଚନା ଅନୁସାରେ ଅଶୋକ ନାଏକ ଛେଣ୍ଡିପଦା ସ୍ଥିତ ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ଓ ପ୍ରତିଷ୍ଠାନରେ ପିଅନ ଭାବେ କାର୍ଯ୍ୟରତ ଥିବା ବେଳେ ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ ପରିସରରେ ଥିବା ସରକାରୀ ବାସ ଭବନରେ ସପରିବାର ରହୁଥିଲେ । ଗତକାଲି ବିଳମ୍ବିତ ରାତିରେ ଅଶୋକ ଓ ସୁଲୋଚନାଙ୍କ ମଧ୍ୟରେ ପାରିବାରିକ କଳହ ହୋଇଥିଲା । ସକାଳେ ଅଶୋକ ଘରୁ ବାହାରି ଯିବାପରେ ତାଙ୍କ ସ୍ତ୍ରୀ ସୁଲୋଚନା ଘରର କବାଟ ବନ୍ଦକରି ଦେଇ ଥିଲେ । ଏହାଦେଖି ପରିବାର ସଦସ୍ୟ ମାନେ କବାଟ ଖୋଲିବା ପାଇଁ କବାଟ ବାଡେଇ ଥିଲେ ମଧ୍ୟ ଭିତରୁ ସୁଲୋଚନା କବାଟ ଖୋଲି ନଥିଲେ । ଏହା ଦେଖି ପରିବାର ଲୋକମାନେ ଅଶୋକଙ୍କୁ ଡାକିବା ସହିତ କବାଟ ଭାଙ୍ଗି ଭିତରକୁ ପ୍ରବେଶ କରିଥିଲେ ।ଭିତରେ ଏକ ଦଉଡିରେ ସୁଲଚନା ଝୁଲୁଥିବା ଦେଖି ପରିବାର ଲୋକମାନେ ତୁରନ୍ତ ରଶି ଖୋଲି ୧୦୮ ଆମ୍ବୁଲାନସ ଡାକିଥିଲେ । କିନ୍ତୁ ସୁଲୋଚନାଙ୍କର ମୃତ୍ୟୁ ହୋଇଯାଇଥିବାରୁ ୧୦୮ ଫେରିଯାଇଥିଲେ । ଖବର ପାଇ ଛେଣ୍ଡିପଦା ପୁଲିସ ଘଟଣାସ୍ଥଳରେ ପହଁଚି ଘଟଣାର ତଦନ୍ତ କରିଛି । Advertisement
୫୫ ବର୍ଷୀୟ ପୁଅକୁ ଟାଙ୍ଗିଆରେ ହାଣି ହତ୍ୟା କଲା ୮୫ ବର୍ଷୀୟ ବାପ ପାଲଲହଡା – ଅନୁଗୁଳ ଜିଲ୍ଲା ଖମାର ଥାନା ମୁଣ୍ଡୁରିବେଡା ଗାଁରେ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟି ଯାଇଛି । ସାମନ୍ୟ କଥାକୁ ନେଇ ୮୫ ବର୍ଷୀୟ ବାପ…
ଠକେଇ ଅଭିଯୋଗରେ ଗିରଫ ପରେ ଛାତ୍ରନେତାଙ୍କୁ ସାଙ୍ଗଠନିକ ପଦବୀରୁ ଅବ୍ୟାହତି ଅନୁଗୁଳ – ଅନୁଗୁଳ ଜିଲ୍ଲା ଯୁବ ନେତାଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିବା ପରେ ଦଳ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଇଛି ।…
ନକଲି ମଦ କାରଖାନା ଠାବ ଅନୁଗୁଳ – ଅନୁଗୁଳ ଅବକାରୀ ବିଭାଗକୁ ମିଳିଛି ଏକ ବଡ ସଫଳତା । ଜିଲ୍ଲା ସଦର ମହକୁମା ଉପକଣ୍ଠ ରେ ଚାଲିଥିବା ଏକ ନକଲି ମଦ ଫ୍ୟାକ୍ଟେରି…