ଅନୁଗୋଳ – ସୋମବାର ଦିନ ମାନ୍ୟବର ଆଡହକ ଆଡିସନାଲ ଜିଲ୍ଲା ଓ ସେସନ୍ ଜଜ୍ ଫାଷ୍ଟଟ୍ରାକ ସ୍ପେସାଲ୍ କୋର୍ଟ ଜଜ ଜଣେ ନାବାଳିକା ଦୁଷ୍କର୍ମ କାରୀକୁ ୨୦ବର୍ଷ ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି । ସୂଚନା ଅନୁସାରେ ଗତ ୧୪/୧୨/୨୦୨୦ ଦିନ ଅନୁଗୋଳ ଜିଲ୍ଲା ରେଙ୍ଗାଳି ଡ୍ୟାମ ସାଇଡ ଥାନା ଅର୍ନ୍ତଗତ ଗଣ୍ଡମୁଣ୍ଡା ଗ୍ରାମର ଦିଲେଶ୍ୱର୍ ବେହେରା ଜନୈକା ନାବାଳିକାକୁ ପ୍ରଲୋଭନ ଦେଖାଇ ନିକଟସ୍ଥ ନଦୀ ପଠାକୁ ଡ଼ାକି ନେଇଥିଲା । ସେଠାରେ ନାବାଳିକାକୁ ଜୋରଜବରଦସ୍ତ ଦୁଷ୍କର୍ମ କରିଥିଲା । ଏହି ଘଟଣା ସଂପର୍କରେ ନାବାଳିକାର ପରିବାର ଲୋକ ଜାଣିବା ପରେ ରେଙ୍ଗାଳି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ପୁଲିସ ଦଫା ୩୭୬(ଏ)(ବି)/୬(୧) ପୋକ୍ସୋ ଆକ୍ଟରେ ମାମଲା ରୁଜୁକରି ଅଭିଯୁକ୍ତ ଡିଲେଶ୍ୱରକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଆଜି ସୋମବାର ଦିନ ମାନ୍ୟବର ଆଡହକ ଆଡିସନାଲ ଜିଲ୍ଲା ଓ ସେସନ୍ ଜଜ୍ ଫାଷ୍ଟଟ୍ରାକ ସ୍ପେସାଲ୍ କୋର୍ଟ ଜଜ ପ୍ରେମରାଜ ବହିଦାର ଏହି ମାମଲାର ଶୁଣାଣି କରି ୧୧ଜଣ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ଅଭିଯୁକ୍ତ ଡିଲେଶ୍ଵର୍ କୁ ୨୦ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବାସହ ୨୫ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି । ଜୋରିମାନା ଅନାଦେୟ ଅଧିକ ୬ ମାସ ଜେଲ ଦଣ୍ଡ ଶୁଣାଣି କରିଛନ୍ତି । ସରକାରଙ୍କ ପକ୍ଷରୁ ଏହି ମାମଲାକୁ ଆଇନଜୀବୀ ସୁଶାନ୍ତ କୁମାର ମିଶ୍ର କେଶ୍ ପରିଚାଳନା କରିଥିଲେ ।
What’s your Reaction?
+1
+1
+1
+1
+1
1
+1
+1