ମୁଖ୍ୟ ଖବର ହାତୀ ଆକ୍ରମଣରେ ଜଣେ ମୃତ Angul OnlineMarch 22, 2023March 22, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲାରେ ହାତୀ ଆକ୍ରମଣରେ ପୁଣି ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ବନ୍ତଳା , ମହିଧରପଡାର ଗଣେଶ୍ୱର ବେହେରା । ହାତୀ ତାଙ୍କୁ ମାରି ସାରିବା ପରେ ଗାଁ ନିକଟରେ ଘୁରି ବୁଲିଥିଲା । ଯାହା ଫଳରେ ଗ୍ରାମବାସୀ ମାନେ ଭୟଭୀତ ହୋଇ ପଡ଼ିଥିଲେ । ସୂଚନା ଅନୁସାରେ ଆଜି ମଧ୍ୟାହ୍ନରେ ଗଣେଶ୍ୱର ନିଜ ଘର ବାଡ଼ି ପଟ ଜମିରୁ ଖଜୁରୀ ପତ୍ର ସଂଗ୍ରହ କରି ଫେରୁଥିଲେ । ଏହି ସମୟରେ ଏକ ଦନ୍ତା ହାତୀ ତାଙ୍କୁ ଆକ୍ରମଣ କରିଥିଲା । ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛି । Advertisement
ହାତୀ ଆକ୍ରମଣରେ ଯୁବକ ମୃତ ଅନୁଗୋଳ – ଅନୁଗୋଳ ଜିଲ୍ଲାରେ ହାତୀ ଆକ୍ରମଣରେ ପୁଣି ଜଣଙ୍କର ଜୀବନ ଯାଇଛି । ମୃତ ଯୁବକ ଜଣଙ୍କ ହେଲେ ପୁରୁଣାଗଡ଼ ବଡଦାଣ୍ଡସାହିର ଲିଟୁ ଖଟୁଆ ।…
ହାତୀ ନେଲା ପୁଣି ଏକ ଜୀବନ ଅନୁଗୋଳ – ଅନୁଗୋଳ ଜିଲ୍ଲାରେ ହାତୀଙ୍କ ଉତ୍ପାତ ଜିଲ୍ଲାରେ ଥମୁନି। ହାତୀ ହାବୁଡ଼ରେ ପଡି ଆଜି ପୁଣି ଜଣଙ୍କ ଜୀବନ ଯାଇଛି । ଅନୁଗୋଳ ବ୍ଲକ ବସଲା…
ପ୍ରେମିକ ସହ ସ୍ତ୍ରୀ ଫେରାର ହୋଇଯିବା ପରେ ଆତ୍ମହତ୍ୟା କଲେ ସ୍ୱାମୀ ଛେଣ୍ଡିପଦା – ଅନୁଗୋଳ ଜିଲ୍ଲା ଛେଣ୍ତିପଦା ଥାନା ଲଙ୍ଗୁଳି ଗ୍ରାମରେ ଜୈନେକା ବିବାହିତା ମହିଳା ତାଙ୍କ ସ୍ୱାମୀ ଓ ଦୁଇ ସନ୍ତାନ ଛାଡି ପ୍ରେମିକ ସହ…