ଅନୁଗୋଳ – ଶୁକ୍ରବାର ଅପରାହ୍ନରେ ତାଳଚେର ୧୪୯ ନଂ ଜାତୀୟ ରାଜପଥର ଥର୍ମାଲ ନିକଟସ୍ଥ ନନ୍ଦିରା ବ୍ରିଜ୍ ପାଖରେ ଏକ ସଡକ ଦୁର୍ଘଟଣାରେ ଦୁଇ ଜଣଙ୍କ ଜୀବନ ଚାଲିଯାଇଛି । ସୂଚନା ଅନୁସାରେ ଏକ ଟ୍ରକ ମୋଟର ସାଇକେଲକୁ ଧକ୍କା ଦେବାରୁ ଘଟଣା ସ୍ଥଳରେ ଦୁଇ ମୋଟରସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତକ ଦୁଇ ଜଣ ହେଲେ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ୍ ବିରିବୋଲେଇ ଗ୍ରାମର ୩୦ ବର୍ଷୀୟ ପ୍ରେମ କୁମାର୍ ସାହୁ (ପପୁ ) ବର୍ଷ ଏବଂ ୫୦ ବର୍ଷୀୟ ଗତିକୃଷ୍ଣ ସାହୁ । ଉଭୟ ମୋଟରସାଇକେଲରେ ଯାଉଥିବା ବେଳେ ପଛରୁ ଏକ ଟ୍ରକ ସେମାନଙ୍କୁ ଧକ୍କା ଦେଇଥିଲା । ଉଭୟ ଆଗରେ ଥିବା ଏକ ଟ୍ରଲର ସହ ଧକ୍କା ଖାଇବା ପରେ ରାସ୍ତାରେ ଛିଟିକି ପଡ଼ିଥିଲେ । ଫଳରେ ରାସ୍ତାରେ ଯାଉଥିବା ଅନ୍ୟ ଟ୍ରକ ତାଙ୍କ ଉପରେ ଚଢ଼ି ଯାଇଥିଲା । ଫଳରେ ଉଭୟଙ୍କ ମୃତ୍ୟୁ ହୋଇଥିଲା । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଥିବା ବେଳେ ବାରମ୍ବାର ଏପରି ଦୁର୍ଘଟଣା ଘଟିବାକୁ ନେଇ ସେଇ ଅଞ୍ଚଳରେ ଚାପା ଉତେଜନା ପ୍ରକାଶ ପାଇଥିଲା ।
What’s your Reaction?
+1
+1
+1
+1
+1
2
+1
2
+1
2