ଲକ୍ଷେ ଦେଲେ ଅଧିକ ୨୫ ହଜାର ମଳିବାର ଲୋଭ ଦେଖାଇ ଦୁଇ ଲକ୍ଷ ଟଙ୍କା ଠକେଇ

ଲକ୍ଷେ ଦେଲେ ଅଧିକ ୨୫ ହଜାର ମଳିବାର ଲୋଭ ଦେଖାଇ ଦୁଇ ଲକ୍ଷ ଟଙ୍କା ଠକେଇ

ଅନୁଗୋଳ – ପାଞ୍ଚ ଶହ ଟଙ୍କିଆ ନୋଟ ଏକ ଲକ୍ଷ ଦେଲେ ପ୍ରତିବଦଳରେ ଏକ ଲକ୍ଷ ୨୫ ହଜାର ଟଙ୍କା ଦେବାର ପ୍ରଲୋଭନ ଦେଖାଇ ନୋଟ ବଦଳରେ କାଗଜ ଦେଇ ୨ ଲକ୍ଷ ଟଙ୍କା ଠକାମୀର ଶିକାର ହୋଇଛନ୍ତି ଜଣେ ବ୍ୟକ୍ତି । ଠକାମୀର ଶିକାର ଜୋଇଥିବା ବ୍ୟକ୍ତି ଜଣଙ୍କ ହେଲେ ଅନୁଗୋଳ ଥାନା ଅନ୍ତର୍ଗତ ମାଟିଆସାହିର ପଦ୍ମ ଲୋଚନ ପ୍ରଧାନ । ସୂଚନା ଅନୁସାରେ ଗତ ୭ ତାରିଖରେ ପଦ୍ମ ଲୋଚନଙ୍କୁ ଜଣେ ଅଜଣା ବ୍ୟକ୍ତି ସର୍କିଟ ହାଉସ୍ ଛକଠାରେ ଦେଖା ହୋଇଥିଲେ । ତାଙ୍କ ସହ ସମ୍ପର୍କ ଯୋଡ଼ିବା ପରେ ସେ ପୁରୀର ଏକ ମଠର କର୍ମକର୍ତ୍ତା ବୋଲି ପରିଚୟ ଦେବା ସହ , ତାଙ୍କ ମଠରେ ବହୁତ ପରିମାଣର ଶହେ ଟଙ୍କିଆ ନୋଟ ରହିଛି ବୋଲି କହିଥିଲେ । ଏହି ନୋଟକୁ ଆମେ ୫ ଶହ ଟଙ୍କିଆ ନୋଟରେ ବଦଳାଉଛୁ । ସେଥ୍‌ପାଇଁ ଯିଏ ୫ ଶହ ଟଙ୍କିଆ ନୋଟ ୧ ଲକ୍ଷ ଟଙ୍କାର ଦେବ , ଆମେ ତାକୁ ୧ ଲକ୍ଷ ୨୫ ହଜାର ଟଙ୍କା ଦିଆଯିବ ବୋଲି କହିଥିଲେ । ଏଭଳି ପ୍ରଲୋଭନ ଶୁଣି ପଦ୍ମ ଲୋଚନଙ୍କ ମନରେ ଲୋଭ ହୋଇଥିଲା । ଏଥିପାଇଁ ସେ ୧୦ ତାରିଖ ବୁଢ଼ୀ ଠାକୁରାଣୀ ମନ୍ଦିର ନିକଟକୁ ଆସି ଏକ ଟଙ୍କା ଭର୍ତ୍ତି ବ୍ୟାଗ ଧରି ଟଙ୍କା ବଦଳ କରିବାକୁ ଆସିଥିଲେ । ତେବେ ଅଜଣା ବ୍ୟକ୍ତି କହିଥିଲେ ତାଙ୍କ ପାଖରେ ଅଢ଼େଇ ଲକ୍ଷ ଟଙ୍କା ଅଛି , ୨ ଲକ୍ଷ ଟଙ୍କା ଦେଲେ ସେ ଏହି ଅଢ଼େଇ ଲକ୍ଷ ଟଙ୍କା ଦେବେ ବୋଲି କହିଥିଲେ । ଏହାପରେ ପଦ୍ମ ଲୋଚନ ବ୍ୟାଙ୍କରୁ ଟଙ୍କା ଉଠାଇ ମୋଟ ୨ ଲକ୍ଷ ଟଙ୍କା ଅଜଣା ବ୍ୟକ୍ତିଙ୍କୁ ଦେଇଥିଲେ । ଟଙ୍କା ପାଇବା ପରେ ଅଜଣା ବ୍ୟକ୍ତି ଜଣଙ୍କ ପଦ୍ମ ଲୋଚନଙ୍କୁ ସେଲୋ ଟେପ୍ ବନ୍ଧା ଟଙ୍କା ବଣ୍ଡଲ ଦେଇଥିଲେ । ପଦ୍ମ ଲୋଚନ ଟଙ୍କା ନେଇ ଘରେ ପହଞ୍ଚି ଖୋଲି ଦେଖିଲା ବେଳକୁ ଉପର ୨-୩ ଟି ଶହେ ଟଙ୍କିଆ ଥିବା ବେଳେ ତଳେ ପୁରୁଣା ଖବର କାଗଜ କଟାଯାଇ ଟଙ୍କା ଆକାରରେ ସଜାଇ ରଖାଯାଇଥିବା ଦେଖିଥିଲେ । ଏହାପରେ ପଦ୍ମ ଲୋଚନ ୩ ଟି ମୋବାଇଲ ନମ୍ବରକୁ ଫୋନ୍ କରିଥିଲେ । ତେବେ ତାହା ବନ୍ଦ ଥିଲା । ବହୁତ ଖୋଜା ଖୋଜି କରିବାପରେ ଅଜଣା ବ୍ୟକ୍ତିଙ୍କୁ ନପାଇବାରୁ ବାଧ୍ୟ ହୋଇ ବୁଧବାର ରାତିରେ ଅନୁଗୋଳ ଥାନାରେ ଲିଖତ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।

What’s your Reaction?
+1
2
+1
0
+1
0
+1
1
+1
2
+1
0
+1
1

Leave a Reply