ନୂଆଦିଲ୍ଲୀ – ଶିଳ୍ପ , ରାଜନୀତି ଏବଂ ଶିକ୍ଷା କ୍ଷେତ୍ରରେ ସଫଳତା ପାଇଁ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ଚେୟାରମ୍ୟାନ୍ ଶ୍ରୀ ନବୀନ ଜିନ୍ଦଲଙ୍କୁ ଟେକ୍ସାସ ୟୁନିଭରସିଟି (ଡଲାସ) ଦ୍ୱାରା ଆଜୀବନ ଆଚିଭମେଣ୍ଟ ଆୱାର୍ଡରେ ସମ୍ମାନିତ କରାଯାଇଛି । ୨୫ ମାର୍ଚ୍ଚ ୨୦୨୩ରେ ବିଶ୍ୱବିଦ୍ୟାଳୟ ଦ୍ବାରା ଆୟୋଜିତ ଏକ ସମାରୋହରେ ଏହି ବିଶ୍ୱବିଦ୍ୟାଳୟ ୧୯୯୨ ବ୍ୟାଚ୍ ର ପୁରାତନ ଛାତ୍ର ଶ୍ରୀ ଜିନ୍ଦଲ ଏହି ପୁରସ୍କାର ଗ୍ରହଣ କରିଥିଲେ । ନୋବେଲ ବିଜେତା ଅଜିଜ ସୈଂକର ପରେ ଏହି ସମ୍ମାନଜନକ ପୁରସ୍କାର ପାଇବାରେ ଶ୍ରୀ ଜିନ୍ଦଲ ଦ୍ୱିତୀୟ ବ୍ୟକ୍ତି । ଟେକ୍ସାସ ୟୁନିଭରସିଟି (ଡଲାସ) ଛାତ୍ର ଭାବରେ ଶ୍ରୀ ଜିନ୍ଦଲ ଷ୍ଟୁଡେଣ୍ଟ ଗଭର୍ଣ୍ଣମେଣ୍ଟର ଉଭୟ ଉପାଧ୍ୟକ୍ଷ ଏବଂ ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିଥିଲେ ଏବଂ ଷ୍ଟୁଡେଣ୍ଟ ଲିଡର ଅଫ୍ ଦି ଇୟର ପୁରସ୍କାର ପାଇଥିଲେ । ସେ ୨୦୧୦ରେ ବିଶ୍ୱବିଦ୍ୟାଳୟର ବିଶିଷ୍ଟ ଆଲୁମିନି ପୁରସ୍କାର ସହିତ ସମ୍ମାନିତ ହୋଇଥିଲେ । ଟେକ୍ସାସ ୟୁନିଭରସିଟି (ଡଲାସ) ଦ୍ବାରା ନିଜର ସ୍କୁଲ୍ ଅଫ୍ ମ୍ୟାନେଜମେଣ୍ଟକୁ 2011 ରେ ନବୀନ ଜିନ୍ଦଲ ସ୍କୁଲ୍ ଅଫ୍ ମ୍ୟାନେଜମେଣ୍ଟ ଭାବରେ ପୁନଃ ନାମକରଣ କରି ନିଜର ଅତିବିଶିଷ୍ଟ ପୁରାତନ ଛାତ୍ରଙ୍କୁ ସମ୍ମାନିତ କରିଥିଲା । ପୁରାତନ ଛାତ୍ର ମାନଙ୍କ ନିମନ୍ତେ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ ଟେକ୍ସାସ ୟୁନିଭରସିଟି (ଡଲାସ)ର ସର୍ବୋଚ୍ଚ ସାମ୍ନାନ । ଯେଉଁମାନେ ସମାଜରେ ପରିବର୍ତ୍ତନ, ବିଶ୍ବବିଦ୍ୟାଳୟର ବିକାଶ ନିମନ୍ତେ ମହତ୍ୱପୂର୍ଣ ଯୋଗଦାନ କରିବା ସହିତ ଏବଂ ଉତ୍କର୍ଷର ନୂତନ ଉଚ୍ଚତାରେ ପହଞ୍ଚିବାକୁ ଅନ୍ୟମାନଙ୍କୁ ପ୍ରେରଣା ଦେଇଥାନ୍ତି, ସେମାନଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥାଏ ।
What’s your Reaction?
+1
1
+1
+1
+1
2
+1
1
+1
+1