ବ୍ୟବସାୟୀଙ୍କ ଘରେ GST ଚଢ଼ାଉ

ବ୍ୟବସାୟୀଙ୍କ ଘରେ GST ଚଢ଼ାଉ

ଅନୁଗୋଳ – ଅନୁଗୋଳ ଜିଲ୍ଲା ତାଳଚେର କୁମୁଣ୍ଡାର ଟାୟାର ବ୍ୟବସାୟୀଙ୍କ ଘରେ GST ବିଭାଗ ପକ୍ଷରୁ ଚଢ଼ାଉ କରା ଯାଇଛି । କୁମୁଣ୍ଡା ଗାଁର ବିରଞ୍ଚି ନାରାୟଣ ସାହୁ ଓ ବିଜୟ କୁମାର ବିଶ୍ବାଳ ନାମକ ୨ ଜଣ ବ୍ୟବସାୟୀଙ୍କ BB ଟ୍ରେଡରସ ନାମକ ଏକ ସଂସ୍ଥା ରହିଛି । ଯେଉଁ ସଂସ୍ଥା ବଡ଼ ବଡ଼ ଗାଡିର ଟାୟାର ବିକ୍ରି କରେ । ଉକ୍ତ ସଂସ୍ଥା ଅନଲାଇନରେ GST ରିଟନ ଆପ୍ଲାଇ କରିଥିଲା । ତେବେ ସେଠାରେ GST ବିଭାଗ କିଛି ଜାଗାରେ ମେଳ ଖାଇ ନଥିଲା । ଯାହା ଫଳରେ ଉକ୍ତ ସଂସ୍ଥା GST ଠକେଇ କରୁଥିବା ସନ୍ଦେହ କରି ଏହି ଚଢ଼ାଉ କରାଯାଉଛି । ଉକ୍ତ ସଂସ୍ଥାର ଦୋକାନ ଓ ଉଭୟ ମାଲିକଙ୍କ ଘରେ ଚଢ଼ାଉ ବର୍ତ୍ତମାନ ଜାରି ରହିଛି । କଟକ ଏନଫୋର୍ସଟିମର ୧୫ ଜଣିଆ ଟିମ ଏହି ଚଢ଼ାଉରେ ସାମିଲ ହୋଇଛନ୍ତି ।

What’s your Reaction?
+1
2
+1
0
+1
0
+1
0
+1
0
+1
2
+1
0

Leave a Reply