ମୁଖ୍ୟ ଖବର ଡାକ୍ତର ଧୀରେନ ପ୍ରଧାନଙ୍କ ପରଲୋକ Angul OnlineApril 5, 2023April 5, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଡାକ୍ତର ଧୀରେନ କୁମାର ପ୍ରଧାନଙ୍କ ବିଳମ୍ବିତ ରାତିରେ ପରଲୋକ ହୋଇଛି । ସେ ଗତ କିଛି ଦିନ ହେଲା ଲିଭର ସୋରିଆସିସ ରୋଗରେ ପୀଡିତ ଥିଲେ । ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଡାକ୍ତର ଧୀରେନଙ୍କ ଘର ଛେଣ୍ଡିପଦା , ବାଲିପଟ୍ଟା ଗାଁରେ । ସେ ଜଣେ ମେଳାପୀ , ବନ୍ଧୁବତ୍ସଳ ବ୍ୟକ୍ତି ଥିବା ବେଳେ ବାଗଡ଼ିଆ , ଠାକୁରଗଡ , କୋଶଳା ଓ ଅନୁଗୋଳ ଡାକ୍ତରଖାନାରେ ନିଶ୍ଚେତକ ଡାକ୍ତର ଭାବେ କାମ କରିଥିଲେ । ଏହି ସବୁ ଅଞ୍ଚଳରେ ସେ ଡାକ୍ତର ଭାବେ ବେଶ ସୁନାମ ଅର୍ଜନ କରିଥିଲେ । Advertisement
ଶନି ପୂଜା ବେଳେ ବଜ୍ରପାତ – ୬ ମହିଳା ଗୁରୁତର ଅନୁଗୁଳ – ଅନୁଗୁଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ବଲାସିଂହା ଗ୍ରାମର ବାଲିସାହି ଠାରେ ଶନିଦେବଙ୍କ ପୂଜା କରୁଥିବା ବେଳେ ବଜ୍ରପାତରେ ୬ ଜଣ ମହିଳା ଗୁରୁତର…
ଦୁର୍ଘଟଣାରେ ଏମ.ପି.ଙ୍କ ଅଫିସ ଆସିଷ୍ଟାଣ୍ଡ ମୃତ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ବାଇପାସ ସ୍ଥିତ ସୂର୍ୟା ଗାର୍ଡେନ ହୋଟେଲ ସମ୍ମୁଖରେ ଏକ ସ୍କୁଟିକୁ ପଛପଟୁ ଏକ ଟ୍ରକ ଧକ୍କା ଦେବା ଫଳରେ ଜଣଙ୍କର…
୨୦୨୬ ପୂର୍ବରୁ ଚାଲିପାରିବନି ତାଳଚେର ମେଡିକାଲ କଲେଜ !! ଅନୁଗୁଳ – ତାଳଚେର ମେଡିକାଲ କଲେଜ ୨୦୨୬-୨୭ରେ କାର୍ଯ୍ୟକ୍ଷମ ହେବ । ବିଧାନସଭାରେ ରାଜ୍ୟ ସରକାର ଏକଥା କହିଛନ୍ତି । ଅକ୍ଟୋବରରୁ ଏହି ମେଡିକାଲ କଲେଜରେ ରୋଗୀସେବା…