ମୁଖ୍ୟ ଖବର ଟ୍ରେନର ଦ୍ରୁତ ଗତି ପାଇଁ ହାତୀର ମୃତ୍ୟୁ – ବନ ବିଭାଗ Angul OnlineApril 7, 2023April 7, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲା ଜେରେଙ୍ଗ ନିକଟରେ ଟ୍ରେନ ଧକ୍କାରେ ହାତୀ ମୃତ୍ୟୁ ଘଟଣା । ହାତୀ ମୃତ୍ୟୁ ପାଇଁ ରେଳ ବିଭାଗକୁ ଦାୟୀ କଲା ବନ ବିଭାଗ । ବନ ବିଭାଗ କହିବା ଅନୁସାରେ ଗତ କିଛିଦିନ ହେଲା ଏହି ଅଞ୍ଚଳରେ ହାତୀ ପଲ ବୁଲୁଥିଲେ । ତେବେ ଗତକାଲି ସନ୍ଧ୍ୟାରେ ହାତୀ ପଲ ଜରପଡା ଦେଇ ଯାଇଥିବା ରେଳ ଧାରଣା ଅତିକ୍ରମ କରିବାର ସମ୍ଭାବନା ଥିବାରୁ ବନ ବିଭାଗ ସଜାଗ ଥିଲା । ହାତୀର ଗତିପଥ ଉପରେ ନଜର ରଖାଯିବା ସହ ରେଳ ବିଭାଗକୁ ଏ ନେଇ ସୂଚନା ଦିଆ ଯାଇଥିଲା । ଏହା ସହ ଏହି ରାସ୍ତା ଅତିକ୍ରମ ବେଳେ ଟ୍ରେନର ସ୍ପୀଡ଼ ୫୦ କିମି ପ୍ରତି ଘଣ୍ଟାରୁ କମ ରଖିବାକୁ ଚିଠି ଲେଖି ଜଣା ଯାଇଥିଲା । ଯାହାର EXCLUSIVE ଚିଠି ଅନୁଗୋଳ ଅନଲାଇନ ହାତରେ ଲାଗିଛି । ତେବେ ଏହି ଚିଠି ଆଉ ରେଳ ବିଭାଗକୁ ସୂଚନା ଦିଆଯିବା ସତ୍ୱେ ସମ୍ବଲପୁର ସାଲିମାର ଟ୍ରେନ୍ ର ସ୍ପୀଡ଼ ଅଧିକ ଥିଲା । ଫଳରେ ସେହି ସମୟରେ ଗୋଠଛଡ଼ା ଦନ୍ତା ହାତୀଟି ରେଳଧାରଣା ପାର ହେଉଥିଲା ଏବଂ ଟ୍ରେନ ଧକ୍କା ଦେଇଥିଲା । ବର୍ତ୍ତମାନ ଆହୁରି ଅଧିକ ତଦନ୍ତ କରାଯାଉଛି ବୋଲି ଅନୁଗୋଳ DFO ବିବେକ କୁମାର ସୂଚନା ଦେଇଛନ୍ତି । Advertisement
ଇନ୍ସପେକ୍ଟର ସ୍ତରରେ ଅଦଳ ବଦଳ – ପ୍ରଭାତ ଅନୁଗୁଳ ଥାନା ଓ ସତ୍ୟବ୍ରତଙ୍କୁ ସଦର ଥାନା ଅନୁଗୁଳ – ଅନୁଗୁଳ ଜିଲ୍ଲା ଇନ୍ସପେକ୍ଟର ସ୍ତରରେ ସାମାନ୍ୟ ଅଦଳବଦଳ କରା ଯାଇଛି । କିଛି ଦିନ ପୂର୍ବରୁ ଅନୁଗୁଳ ଥାନା ଅଧିକାରୀ ରମେଶ ଚନ୍ଦ୍ର ବିଶୋଇଙ୍କୁ…
ପୁଲିସର ଥାର୍ଡଡିଗ୍ରୀରେ ବୃଦ୍ଧ ଗୁରୁତର ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ପୁଲିସ ବିରୁଦ୍ଧରେ ସାଂଘାତିକ ଅଭିଯୋଗ ଆସିଛି । ଥାର୍ଡ ଡିଗ୍ରୀ ନିର୍ଯାତନା ଦେବା ଫଳରେ ଜଣେ ବୃଦ୍ଧ ଗୁରୁତର ହୋଇ…
ସ୍କୁଟିକୁ ପଛରୁ ଧକ୍କା ଦେଲା ଟ୍ରକ – ଜଣେ ମୃତ ଅନୁଗୁଳ – ତାଳଚେର-ବଅଁରପାଳ ୧୪୯ ନମ୍ବର ରାଜପଥର ନୂଆପଡା ଗ୍ରାମ ନିକଟରେ ଏକ ସ୍କୁଟିକୁ ପଛପଟୁ ଟ୍ରକ ଧକ୍କା ଦେଇ ସ୍କୁଟି ଚାଳକ ଉପରେ ଚଢି ଯିବା…