ଅଗ୍ନିସ୍ୱରୂପା ମା’ ହିଙ୍ଗୁଳାଙ୍କ ଯାତ୍ରାରେ ସାମିଲ ହୋଇ ନିଜକୁ ସୌଭାଗ୍ୟଶାଳୀ ମନେ କରୁଛି – ଧର୍ମେନ୍ଦ୍ର ପ୍ରଧାନ

ଅଗ୍ନିସ୍ୱରୂପା ମା’ ହିଙ୍ଗୁଳାଙ୍କ ଯାତ୍ରାରେ ସାମିଲ ହୋଇ ନିଜକୁ ସୌଭାଗ୍ୟଶାଳୀ ମନେ କରୁଛି – ଧର୍ମେନ୍ଦ୍ର ପ୍ରଧାନ

ତାଳଚେର – କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳା ଠାକୁରାଣୀଙ୍କୁ ଦର୍ଶନ କରିଛନ୍ତି । ନବଦିନାତ୍ମକ ଯାତ୍ରାର ଶେଷ ଦିନରେ ମା’ଙ୍କ ଆଶୀର୍ବାଦ ନେବା ସହ ଜଗତର କଲ୍ୟାଣ ପାଇଁ ସେ ପ୍ରାର୍ଥନା କରିଛନ୍ତି । ଶ୍ରୀ ପ୍ରଧାନ ମା’ଙ୍କ ପବିତ୍ର ଉଭାସ୍ଥଳୀକୁ ଯାଇ ମଧ୍ୟ ପ୍ରତ୍ୟକ୍ଷ ଦର୍ଶନ କରିଥିଲେ । ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ମା’ ହେଉଛନ୍ତି ଶ୍ରୀକ୍ଷେତ୍ର ରୋଷଘର ଠାକୁରାଣୀ । ଅଗ୍ନିସ୍ୱରୂପା ମା’ଙ୍କ ଯାତ୍ରାରେ ସାମିଲ ହୋଇ ନିଜକୁ ସୌଭାଗ୍ୟଶାଳୀ ମନେ କରୁଛି । ମା’ଙ୍କ ଆଶୀର୍ବାଦ ସମସ୍ତଙ୍କ ଉପରେ ରହିଥାଉ । ତାଙ୍କ କରୁଣାରୁ ଅନୁଗୋଳ ଜିଲ୍ଲା ସମ୍ପନ୍ନ ହେବା ସହ ରାଜ୍ୟ ଓ ଦେଶ ଆହୁରି ସମୃଦ୍ଧ ହେବା ନେଇ ଶ୍ରୀ ପ୍ରଧାନ କାମନା କରିଛନ୍ତି ।

 

What’s your Reaction?
+1
0
+1
0
+1
0
+1
0
+1
1
+1
0
+1
0

Leave a Reply