ଅନୁଗୋଳ – ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ମତ୍ସ ବିଭାଗ ନାମରେ ଏକ ସାଙ୍ଘାତିକ ହୋଇଛି । ଅନୁଗୋଳ ସହରର ଜଣେ ଦୋକାନୀ ତାଙ୍କ ଦୋକାନ ନାମକୁ ଏବଂ GST ନମ୍ବରକୁ ବ୍ୟବହାର କରି ଚଞ୍ଚକତା କରିଥିବା ଜିଲ୍ଲା ମତ୍ସ ବିଭାଗ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିବା ଜଣା ପଡ଼ିଛି । ସୂଚନା ଅନୁସାରେ ଅନୁଗୋଳ ସହରରେ ଦେବି ଆକ୍ବା ନାମକ ଏକ ଦୋକାନ ରହିଛି । ସେହି ଦୋକାନର ନକଲି ବିଲ ପ୍ରିଣ୍ଟ କରିବା ସହ ଦୋକାନର GST ନମ୍ବରକୁ ବ୍ୟବହାର କରି ଛେଣ୍ଡିପଦା ମତ୍ସ ବିଭାଗ ଅଧିକାରିଣୀ ଜ୍ୟୋତିର୍ମୟୀ ସେଠୀ ସରକାରୀ ସ୍ତରରେ ବିଲ ଦାଖଲ କରି ଟଙ୍କା ହେରଫେର କରିଥିବା ଦୋକାନର ମାଲିକ ଜାଣିବାକୁ ପାଇଥିଲେ । ଏହା ଜାଣିବା ପରେ ସେ ଏ ନେଇ ଜିଲ୍ଲା ମତ୍ସ ବିଭାଗ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି । ସେପଟେ ଜିଲ୍ଲା ମତ୍ସ ବିଭାଗ ସହକାରୀ ନିର୍ଦେଶକ ଶୈଳେନ୍ ନଏକଙ୍କୁ ଏ ସମ୍ପର୍କରେ ପଚରା ଯିବାରୁ ଅଭିଯୋଗ ହୋଇଥିବା କହିଥିବା ବେଳେ ଘଟଣାକୁ ନେଇ ତଦନ୍ତ ଚାଲିଛି , ତଦନ୍ତ ପରେ ପ୍ରକୃତ ଘଟଣା ଜଣା ପଡିବ ବୋଲି କହିଛନ୍ତି ।
What’s your Reaction?
+1
+1
+1
1
+1
+1
2
+1
+1