ମୁଖ୍ୟ ଖବର ବିଦ୍ୟୁତ ଆଘାତରେ ଠିକା କର୍ମଚାରୀଙ୍କ ମୃତ Angul OnlineApril 17, 2023April 17, 2023 ତାଳଚେର – ଖୁଣ୍ଟରେ ଚଢି କାମ କରୁଥିବା ବେଳେ ବିଦ୍ୟୁତ ଆଘାତରେ ଜଣେ ଠିକା କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ମୃତ କର୍ମଚାରୀ ଜଣଙ୍କ ହେଲେ ରେଙ୍ଗାଳି ଅଞ୍ଚଳର ନଗେନ କୁମାର ସାହୁ । ସୂଚନା ଅନୁସାରେ ନଗେନ ଆଜି ସକାଳେ ତାଳଚେର ରେମୁଆଁ ଅଞ୍ଚଳରେ ବିଦ୍ୟୁତ ସରବରାହରେ ତ୍ରୁଟି ଥିବା ଯୋଗୁଁ ଖୁଣ୍ଟରେ ଚଢି କାମ କରୁଥିଲେ । ତେବେ ହଠାତ ବିଦ୍ୟୁତ ଆଘାତ ଲାଗିବାରୁ ସେ ଖୁଣ୍ଟରୁ ଛିଟିକି ପଡ଼ିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ତାଳଚେର ମଣ୍ଡାପାଳ ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲା । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ନଗେନଙ୍କର ଏଭଳି ମୃତ୍ୟୁ ଯୋଗୁଁ ଅସନ୍ତୋଷ ଦେଖା ଦେଇଛି । ଟାଟା ବିଦ୍ୟୁତ ବିତରକ ସଂସ୍ଥାର ଅବହେଳା ପାଇଁ ନଗେନଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ କରି ପରିବାର ଲୋକ କ୍ଷତିପୂରଣ ଦାବି କରିଛନ୍ତି । Advertisement
ଅର୍ଥନୈତିକ ଅବରୋଧ ଯୋଗୁଁ କୋଇଲା ଉତ୍ପାଦନ ଓ ପରିବହନ ଠପ – ଆଲୋଚନା ପରେ ପ୍ରତିଶ୍ରୁତି ପାଇ ଆନ୍ଦୋଳନ ପ୍ରତ୍ୟାହୃତ ଅନୁଗୁଳ – ୫ଦଫା ଦାବୀ ନେଇ ତାଳଚେର ସୁରକ୍ଷା ମଞ୍ଚ ପକ୍ଷରୁ ଆଜି ସକାଳୁ ଅର୍ଥନୈତିକ ଅବରୋଧ କରାଯାଇଥିଲା । ମଞ୍ଚର କାର୍ଯ୍ୟକର୍ତାମାନେ ତାଳଚେରସ୍ଥିତ ଏମସିଏଲର ବିଭିନ୍ନ…
ଉପ ବାଚସ୍ପତିଙ୍କ ଗାଡ଼ିରେ ଜାତୀୟ ପତାକାକୁ ଅସମ୍ମାନ ଅନୁଗୁଳ – ଅନୁଗୁଳ ବିଧାୟକ ତଥା ବିଧାନସଭା ଉପ ବାଚସ୍ପତି ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସାରି ବନ୍ତଳା ଅଭିମୁଖେ ଯାଉଥିବା ବେଳେ ପଞ୍ଚମହଲା ନିକଟରେ ତାଙ୍କ ଗାଡି…
ବର୍ଷା ବିତ୍ପାତ – ଟ୍ରେନ ହେଲା ଲାଇନଚ୍ୟୁତ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଗତ ୨ ଧରି ହୋଇଥିବା ଲଗାଣ ବର୍ଷାରେ ଜଣ ଜୀବନ ଅସ୍ତବ୍ୟସ୍ତ ହୋଇ ଯାଇଛି । ଏହି ବର୍ଷା ଯୋଗୁଁ ବିଭିନ୍ନ…