ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କ ଖାଇବାରୁ ହରିଲୁଟ

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କ ଖାଇବାରୁ ହରିଲୁଟ

ଅନୁଗୋଳ – ଅନୁଗୋଳ ଜିଲ୍ଲା ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ରୋଗୀଙ୍କୁ ସୁଷମ ଖାଦ୍ୟ ବଣ୍ଟନ କରିବାର ମହତ୍ ଉଦ୍ଦେଶ୍ୟ ନେଇ ସରକାର ଦିନକୁ ତିନି ଓଳି ଖାଦ୍ୟର ବ୍ୟବସ୍ଥା କରିଛନ୍ତି । ସବୁକୁ ଦୃଷ୍ଟିରେ ରଖି ରୋଗୀଙ୍କ ପାଇଁ ସରକାର ଏତେ ଚମତ୍କାର ଖାଦ୍ୟ ଥାଳି ବ୍ୟବସ୍ଥା କରିଛନ୍ତି ଯେ , ସାଧାରଣ ଗରିବ ଲୋକଟିଏ ଉତ୍ତମ ଓ ପୁଷ୍ଟିକର ଖାଦ୍ଯ ପାଇପାରିବ । ପ୍ରତିଦିନ ସକାଳ ଜଳଖିଆରେ ୨୫୦ ମିଲିଲିଟର / ଗୋଟିଏ ଗ୍ଲାସ୍ କ୍ଷୀର ସହିତ ରାତ୍ରିଭୋଜନରେ ବି ସେତିକି ପରିମାଣର କ୍ଷୀର ସରକାର ବାଧ୍ୟତାମୂଳକ କରିଛନ୍ତି । ସକାଳେ ଗୋଟିଏ ଫଳ ଦେବାକୁ ନିଶ୍ଚିତ କରାଯାଇଛି । ତା ‘ ସହିତ ଇଡ୍‌ଲି , ସମ୍ବର , ସିମେଇ , ଉପମା , ଚୁଡ଼ା ସନ୍ତୁଳା ଆଦି ବିଭିନ୍ନ ଆଇଟମ୍ ଭିନ୍ନଭିନ୍ନ ବାରରେ ବିଭିନ୍ନ ପ୍ରକାରର ଖାଦ୍ଯ ରହିଛି । ମଧ୍ୟାହ୍ନ ଭୋଜନରେ ସପ୍ତାହକୁ ତିନି ଦିନ ଅଣ୍ଡା ତରକାରୀ ସହିତ ପ୍ରତ୍ୟେକ ଦିନ ଭାତ ସହିତ ୧୦୦ ଗ୍ରାମ୍ ଦହି ମଧ୍ୟ ବାଧ୍ୟତାମୂଳକ କରାଯାଇଛି । ଏହା ସହିତ ଘାଣ୍ଟ ତରକାରୀ , ସୋୟାବିନ୍ ତରକାରୀ , ବନ୍ଧାକୋବି ଭଜା , ଡାଲି , ଡାଲମା ଆଦି ବ୍ୟବସ୍ଥା ମଧ୍ଯ ରହିଛି । ରାତ୍ରିରେ ୪ ଗୋଟି ରୁଟି ଭାତ ସହିତ ତରକାରୀ ବ୍ୟବସ୍ଥା ବି କରାଯାଇଛି । କିନ୍ତୁ , ଖାଦ୍ୟ ବଣ୍ଟନର ଦାୟିତ୍ଵ ମୁଣ୍ଡାଇଥିବା ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ସକାଳ ଭୋଜନରୁ ପାଞ୍ଚ ଭାଗରୁ ଭାଗେ କ୍ଷୀର କାଣ୍ଟଛାଣ୍ଟ କରି ଚାଲିଛି । ଯେଉଁଠି ଗୋଟିଏ ଗ୍ଲାସ୍ ( ୨୫୦ମିଲିଲିଟର ) କ୍ଷୀର ବାଣ୍ଟିବା କଥା , ସେଇଠି ଗୋଟିଏ କପ୍ ( ୫୦ ମିଲିଲିଟର ) ଦେଇ ରୋଗୀଙ୍କ ଭୋକକୁ ମରାଯାଉଛି । ପ୍ରତି ରବିବାର ଏବଂ ଶୁକ୍ରବାର ସକାଳ ଭୋଜନରେ ମୁଣ୍ଡ ପିଛା ଚାରି ଗୋଟି ଇଡଲି ଦେବାକୁ ସରକାର ନିୟମ କରିଛନ୍ତି । ସ୍ବୟଂ ସହାୟିକା ଗୋଷ୍ଠୀ ସେଥିରୁ ବି ଗୋଟିଏ ଲେଖାଏ ଇଡ୍‌ଲି କାଟି ରୋଗୀଙ୍କୁ ମାତ୍ର ତିନି ଗୋଟି ଇଡ୍‌ଲି ଦେଉଥିବା ବେଳେ ତା ସହିତ ଦିଆଯାଉଥିବା ତରକାରୀର ମାନ ନ କହିବା ଭଲ । ରାତ୍ରିଭୋଜନ ଅବସ୍ଥା ବି ସେୟା । ରାତିରେ ଚାରି ଗୋଟି ରୁଟି ବଦଳରେ ଦୁଇ ଗୋଟି ରୋଗୀଙ୍କୁ ଦିଆ ଯାଉଛି । ସବୁ ଦିନ ସକାଳ ଭୋଜନରେ ଫଳ ବାଧ୍ୟତାମୂଳକ କରାଯାଇଛି । ହେଲେ ଅନ୍ଯ ଫଳ କିଛି ନାହିଁ , କେବଳ କଦଳୀ ଦେଇ କାମ ତୁଲାଇ ଦିଆ ଯାଉଛି । ପ୍ରତ୍ୟେକ ଦିନ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାୟ ୨୫୦ରୋଗୀଙ୍କ ପାଇଁ ତିନି ବେଳା ଖାଦ୍ୟ ତିଆରି ଚାଲିଛି । ପ୍ରତ୍ୟେକ ଦିନ ଯଦି ରୋଗୀଙ୍କ ଖାଦ୍ୟ ଥାଳିରୁ ଏମିତି ଆଇଟମକୁ ଗାଏବ ଓ କାଣ୍ଟଛାଣ୍ଟ କରାଯିବ , ତେବେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ଖାଇବେ କ’ଣ ତାହାକୁ ନେଇ ପ୍ରଶ୍ନ ଉଠିଛି ।

What’s your Reaction?
+1
0
+1
0
+1
1
+1
0
+1
2
+1
1
+1
0

Leave a Reply