ମୁଖ୍ୟ ଖବର ନୂମା-ବାପିଙ୍କ କୁଟୀର ହେଲା ନୂଆ ଛପର Angul OnlineApril 19, 2023April 19, 2023 ଅନୁଗୋଳ – ଅନୁଗୋଳ ବାଜିରାଉତ ଛାତ୍ରାବାସ ପରିସରରେ ଥିବା ନୁମା-ବାପିଙ୍କ ମାଟି କୁଟୀରରେ ଆରମ୍ଭ ହେଲା ନୂଆ ଚାଳ ଛପର । ସରକାରଙ୍କ ପକ୍ଷରୁ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଏବଂ ସ୍ବାଧୀନତା ସଂଗ୍ରାମୀ ମାଳତୀ ଦେବୀଙ୍କ ଝାଟିମାଟିର କୁଟୀର ବିକଶିତ ହେବାପୂର୍ବରୁ ନବକୃଷ୍ଣ ଚୌଧୁରୀ ଓ ମାଳତୀ ଦେବୀ ଟ୍ରଷ୍ଟ ଚାଳ ଛପର କାମ ଆରମ୍ଭ କରି ଦେଇଛି । ସ୍ବାଧୀନତା ସଂଗ୍ରାମ ସହିତ ଜଡ଼ିତ ଏହି ସ୍ମୃତିପୀଠକୁ ସଜାଡ଼ିବା ପାଇଁ ପାଖାପାଖି ୫/୭ଜଣ ଚାଳ ଛପର କାରିଗର ଲାଗିପଡ଼ିଛନ୍ତି । ପୂରା ଛପରକୁ ସଜାଡ଼ିବାକୁ ପ୍ରାୟ ତିନିଦିନ ଲାଗିଯିବ ବୋଲି ଟ୍ରଷ୍ଟ ପକ୍ଷରୁ କୁହାଯାଇଛି । ଉତ୍କଳ ନବଜୀବନ ମଣ୍ଡଳର କର୍ମକର୍ତା ମୁରଲୀଧର ମୂଳିଆ କହିଛନ୍ତି, ଗତବର୍ଷ ଚାଳ ଘର ଛପର ହୋଇ ନଥିଲା । ଏବର୍ଷ ବି ଛପର ନ ହେଲେ, ନୁମା-ବାପିଙ୍କ ସ୍ମୃତିପୀଠ ପ୍ରତି ବିପଦ ଆଶଙ୍କା ରହିଛି। ତେଣୁ, ତାହାକୁ ଆଖି ଆଗରେ ରଖି ବର୍ଷା ଋତୁ ଆସିବା ପୂର୍ବରୁ ଆଜି ନବକୃଷ୍ଣ ଚୌଧୁରୀ ଓ ମାଳତୀ ଦେବୀ ଟ୍ରଷ୍ଟ ନୂଆ ଚାଳଛପର କରିବା ଆରମ୍ଭ କରି ଦେଇଥିବା ସେ କହିଛନ୍ତି । Advertisement
ଶୀଘ୍ର ସାର ଜାତୀୟ ରାଜପଥ ୫୫ କାର୍ଯ୍ୟ – ମୁଖ୍ୟ ଶାସନ ସଚିବ ଅନୁଗୁଳ – ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସମ୍ବଲପୁର ଜିଲ୍ଲା ଗସ୍ତ କରି କଟକ – ସମ୍ବଲପୁର ଜାତୀୟ ରାଜପଥ ( ଏନ୍ଏଚ୍…
ସିଙ୍ଗରାଣୀ କମ୍ପାନୀର ଗଛକଟାକୁ ତୀବ୍ର ବିରୋଧ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଳକର ଛେଣ୍ଡିପଦା ସରଂକ୍ଷିତ ଜଙ୍ଗଲରେ ଗଛ କଟାକୁ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ସରକାର ଓ ପ୍ରଶାସନର…
ନାଳରେ ଭାସୁଛି ନବଜାତକର ମୃତଦେହ ଛେଣ୍ଡିପଦା – ନାଳରେ ଭାସୁଛି ନବଜାତକର ମୃତଦେହ । ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ବାଗଡିଆ ଗ୍ରାମ ନିକଟ ଦେଇ ବହି ଯାଇଥିବା ବଡଯୋରା ନାଳରେ ଏକ…