ଅପରାଧ ନାଲକୋରୁ ଯାଇ ତାଳଚେରରେ ବିକ୍ରି କରୁଥିଲା ବ୍ରାଉନସୁଗାର – ଗିରଫ କଲା ଅବକାରୀ ବିଭାଗ Angul OnlineApril 22, 2023April 22, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲା ଅବକାରୀ ବିଭାଗକୁ ବ୍ରାଉନସୁଗାର ଧରିବାରେ ଆଉ ଏକ ସଫଳତା ମିଳିଛି । ନାଲକୋନଗର ଅଞ୍ଚଳର ଜଣେ ଯୁବକ ତାଳଚେର ଅଞ୍ଚଳରେ ବ୍ରାଉନସୁଗାର ବିକ୍ରି କରିବାକୁ ଗରାଖ ଅପେକ୍ଷାରେ ଥିବା ବେଳେ ତାକୁ ଗିରଫ କରିବା ସହ ତା ନିକଟରୁ ୧୬ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି । ଅନୁଗୋଳ ଜିଲ୍ଲା ଅବକାରୀ ଅଧିକ୍ଷକ ମଧୁସ୍ମିତା ନାୟକଙ୍କ କହିବା ଅନୁସାରେ ନାଲକୋନଗର କନିଆବେଡା ଗାଁର ଅମୂଲ୍ୟ ଦାସଙ୍କ ପୁଅ ଅବିନାଶ ଦାଶ ଅନେକ ଦିନ ହେଲା ବ୍ରାଉନସୁଗାର କାରବାର କରୁଥିବା ଜଣା ପଡିଥିବା ବେଳେ ତା ଉପରେ ନଜର ରଖା ଯାଇଥିଲା । ଆଜି ଅବିନାଶ ବ୍ରାଉନସୁଗାର ବିକ୍ରି ପାଇଁ ତାଳଚେର ଡେରା ଛକଠାରେ ଗରାଖ ଅପେକ୍ଷାରେ ଥିବା ବେଳେ ତାଳଚେର ଅବକାରୀ ଇନ୍ସପେକ୍ଟର ମଧୁସୂଦନ ବେହେରା ଅବିନାଶକୁ କାବୁ କରୁ ନେଇଥିଲେ । ଜାଞ୍ଚ ବେଳେ ତା ନିକଟରୁ ୧୬ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଥିଲା । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧ ଲକ୍ଷ ୬୦ ହଜାର ଟଙ୍କା ହେବ ବୋଲି ଜଣା ପଡ଼ିଛି । ତା ନିକଟରୁ ଏକ ବଜାଜ ପଲସର ମୋଟରସାଇକେଲ ମଧ୍ୟ ଜବତ କରା ଯାଇଥିବା ବେଳେ ତାକୁ କୋର୍ଟ ଚାଲାଣ କରାଯାଇଛି । Advertisement
ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ଓ ପ୍ରତିଷ୍ଠାନ ପରିସରରୁ ମହିଳାଙ୍କ ମୃତଦେହ ଉଦ୍ଧାର ଛେଣ୍ଡିପଦା – ଅନୁଗୋଳ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ପାରିବାରିକ କଳହକୁ ନେଇ ଜଣେ ମହିଳା ଆତ୍ମହତ୍ଯା କରିଥିବା ଜଣାପଡିଛି । ମୃତ ମହିଳା ଜଣକ…
ପଥରରେ ଛେଚି ଯୁବକଙ୍କୁ ହତ୍ୟା ଉଦ୍ୟମ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ତିପଦା ଥାନା ପିପଳବାହାଳ ଗ୍ରାମର ଜଣେ ଯୁବକ ଦୋଳମଣ୍ଡପ ପଡିଆ ନିକଟସ୍ଥ କୋଠଘରେ ଶୋଇଥିବା ବେଳେ ତାଙ୍କୁ ପଥରରେ ଛେଚି ହତ୍ୟା…
ରାତି ଅଧରେ ରାସଲୀଳା ଉଦ୍ୟମ – ବନ୍ଧା ହେଲା ରଙ୍ଗିଲା ପୁଲିସ ଅନୁଗୁଳ – ଅନୁଗୁଳ ଜିଲ୍ଲା ପୁଲିସର ଜଣେ କର୍ମଚାରୀଙ୍କ ଏବେ ଏକ ଭିଡିଓ ସାମନାକୁ ଆସିଛି । ଯେଉଁଥିରେ ରାତି ଅଧରେ ଜଣେ ମହିଳାଙ୍କ ଘରକୁ ପୁଲିସ…