ମୁଖ୍ୟ ଖବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସୁରକ୍ଷାକର୍ମୀଙ୍କ ଗୁଣ୍ଡାରାଜ – ରୋଗୀଙ୍କ ସମ୍ପର୍କୀୟଙ୍କୁ ମାଡ Angul OnlineApril 23, 2023April 23, 2023 ଅନୁଗୋଳ – ରୋଗୀଙ୍କ ସମ୍ପର୍କୀୟଙ୍କୁ ଡାକ୍ତରଖାନା ସୁରକ୍ଷାକର୍ମୀଙ୍କ ମାଡ଼ । ଡାକ୍ତରଙ୍କୁ ଦେଖାଇବାକୁ ଧାଡିରେ ଛିଡା ହୋଇଥିବା ବେଳେ କ୍ରମିକ ନମ୍ବରରେ ଉପର ତଳ କରୁଥିବା ଅଭିଯୋଗ କରିବାରୁ ରୋଗୀ ସମ୍ପର୍କୀୟଙ୍କୁ ନିର୍ଧୁମ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଏଭଳି ଘଟଣା ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଘଟିଛି । ସୂଚନା ଅନୁସାରେ ଉଗୀ , ପରା ଅଞ୍ଚଳର ଅଭିରାମ ମୁଖୀ ନାମକ ଜଣେ ବ୍ୟକ୍ତି ତାଙ୍କ ୪ ବର୍ଷର ଶିଶୁପୁତ୍ରର ଦେହ ଖରାପ ଥିବାରୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସିଥିଲେ । ସେଠାରେ ଟିକଟ କରି ଧାଡିରେ ଛିଡ଼ା ହୋଇଥିବା ବେଳେ ମେଡ଼ିକାଲ ସୁରକ୍ଷାକର୍ମୀ କ୍ରମିକ ନମ୍ବର ଅନୁସାରେ ରୋଗୀଙ୍କୁ ଡାକ୍ତରଙ୍କ ପାଖକୁ ପଠାଉଥିଲେ । ହେଲେ ସୁରକ୍ଷାକର୍ମୀ ଜଣଙ୍କ ପାତରଅନ୍ତର କରି ରୋଗୀଙ୍କ କ୍ରମିକ ନମ୍ବର ଉପରତଳ କରୁଥିଲେ । ଯାହାକୁ ପ୍ରତିବାଦ କରିଥିଲେ ଅଭିରାମ । ଆଉ ପ୍ରତିବାଦ କରିବାରୁ ସମ୍ପୃକ୍ତ ସୁରକ୍ଷାକର୍ମୀ ଓ ତାଙ୍କ ସୁପରଭାଇଜର ମିଶି ଅଭିରାମଙ୍କୁ ଗାଳି ଗୁଲଜ କରିବା ସହ ଏକ କୋଠରୀ ଭିତରକୁ ନେଇ ଯାଇ ମାଡ଼ ମାରିଥିଲେ । ବନ୍ଦ କୋଠରୀ ଭିତରେ ତାଙ୍କୁ ଚାପୁଡ଼ା , ବିଧା ମାରିବା ସହ ତାଙ୍କ ସାର୍ଟ ମଧ୍ୟ ଚିରି ଦେଇଥିବା ଅଭିରାମ ଅଭିଯୋଗ କରିଛନ୍ତି । ଏ ନେଇ ସେ ଥାନାର ଦ୍ୱାରସ୍ଥ ମଧ୍ୟ ହୋଇଥିବା ଜଣା ପଡ଼ିଛି । ତେବେ ଏକ ଶିଶୁ ଆଗରେ ତାଙ୍କ ବାପାଙ୍କୁ ଏଭ୍ଲି ଆଚରଣ ପରେ ଶିଶୁଟି ମଧ୍ଯ ଭୟଭିତ ହୋଇ ଯାଇଥିଲା । ଯେତେ ବୁଝାଇଲେ ମଧ୍ଯ ଆଉ ଡାକ୍ତରଖାନା ଭିତରକୁ ଯିବାକୁ ରାଜି ହୋଇ ନଥିଲେ। Advertisement
ଅପାରଗ ଟ୍ୟାକ୍ସ କଲେକ୍ଟରଙ୍କୁ ବାଧ୍ୟତାମୂଳକ ଅବସର ଭୁବନେଶ୍ୱର – ଦୁର୍ନୀତିଗ୍ରସ୍ତ ଓ ଅପାରଗଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଠୋର ଆଭିମୁଖ୍ୟ ଜାରି ରହିଛି । ଆଜି ପୁଣି ୧୪ ଜଣ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ…
ସରକାରୀ ଡାକବଙ୍ଗଳାରୁ ଗଛ କଟା ଘଟଣା – ପୌରପାଳିକା କର୍ମଚାରୀ ଗିରଫ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେରରେ ଥିବା ସରକାରୀ ଡାକ ବଙ୍ଗଳାରୁ ୧୪ ତାରିଖ ବିଳମ୍ବିତ ରାତିରେ ମୂଲ୍ୟବାନ ଶାଗୁଆନ ଗଛ କାଟି ନେଇ ଯାଇଥିବା ଘଟଣାରେ…
ବିଜେପି ନେତା ଗିରଫ – ଗିରଫଦାରୀକୁ ବିଜେପିର ନିନ୍ଦା ଅନୁଗୋଳ – ଅନୁଗୋଳ ଜିଲ୍ଲା ଏସ ଟି ମୋର୍ଚ୍ଚା ଜିଲ୍ଲା ସଭାପତି ଅର୍ଜୁନ କିସ୍କୁଙ୍କୁ ବିକ୍ରମପୁର ଥାନା ପୋଲିସ ଗିରଫ କରିଛି । ସରକାରୀ ସମ୍ପତ୍ତି ନଷ୍ଟ…