ଅପରାଧ ଭାଉଜଙ୍କୁ ଦୁଷ୍କର୍ମକରି ଦିଅର ଗିରଫ Angul OnlineApril 25, 2023April 25, 2023 ଅନୁଗୋଳ- ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅଞ୍ଚଳରେ ନିଜ ଭାଉଜଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଦିଅରଙ୍କୁ ଗିରଫ କରିଛି ପୁଲିସ। ସୂଚନା ଯେ, ଅଭିଯୋଗ କାରରିଣୀ ଭାଉଜଙ୍କ ସ୍ବାମୀ ରାଜ୍ୟ ବହାରେ କାମ କରନ୍ତି। ଏହାର ସୁଯୋଗ ନେଇ ତାଙ୍କ ଦିଅର ନାଣ୍ଡୁ ନାଏକ(୧୯) ତାଙ୍କୁ ଅଶ୍ଳିଳ ଇଙ୍ଗିତ ଓ ମନ୍ତବ୍ୟ ଦିଅନ୍ତି । ଏଥିରେ ଭାଉଜ ପ୍ରତିବାଦ କରିଲେ ନାଣ୍ଡୁ ତାଙ୍କୁ ବାଡ଼ିଆପିଟା କରନ୍ତି । ତେବେ ମାସେ ତଳେ ନାଣ୍ଡୁ ତାଙ୍କୁ ଦୁଷ୍କର୍ମ କରିଥିଲେ। ସ୍ବାମୀ ଫେରିବାପରେ ଘଟଣା ପ୍ରକାଶକରି ସୋମବାର ବଅଁରପାଳ ଥାନାରେ ଭାଉଜ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗପାଇ ପୁଲିସ ଏକ ମାମଲା ରୁଜୁକରି ଅଭିଯୁକ୍ତ ଦିଅରକୁ ମଙ୍ଗଳବାର ଗିରଫକରି କୋର୍ଟ ଚାଲାଣ କରିଛି । Advertisement
ବ୍ରାଉନସୁଗାର ଜବତ , ଚାରି ଗିରଫ ଅନୁଗୋଳ – ଅନୁଗୋଳ ପୋଲିସ ସହର ଉପକଣ୍ଠ ଗୀତାଗ୍ରାମରେ ଚଢ଼ାଉକରି ୬ ଗ୍ରାମର ବ୍ରାଉନ୍ ସୁଗାର ଜବତ କରିବାସହ ୪ ଜଣଙ୍କୁ ଗିରଫ କରିଛି । ସୂଚନା…
ସିବିଆଇ ଜାଲରେ ଏମସିଏଲର ମ୍ୟାନେଜର ଓ ଏଆରଆଇ – ଲାଞ୍ଚ ନେଲାବେଳେ ପଡିଲେ ଧରା ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ସ୍ଥିତ ମହାନଦୀ କୋଲ ଫିଲଡ ଲିମିଟେଡ(MCL) ର ମ୍ୟାନେଜର ଏବଂ ସହକାରୀ ରାଜସ୍ଵ ନିରୀକ୍ଷକ(ARI) ୨୦ ହଜାର ଟଙ୍କା ଲାଞ୍ଚ…
ଠକେଇ ଅଭିଯୋଗରେ ମହିଳା ଗିରଫ ଅନୁଗୁଳ – ଜାଲ ଦସ୍ତଖତ କରି ଟଙ୍କା ଉଠାଇବା ଅଭିଯୋଗରେ ଅନୁଗୁଳ ପୁଲିସ ଜଣେ ମହିଳାଙ୍କୁ ଗିରଫ କରିଛି । ମହିଳା ଜଣଙ୍କର ହେଲେ ଅନୁଗୁଳ ସହର…