ବାଲ୍ୟ ବିବାହକରି ଯୁବକ ଗିରଫ

ଅନୁଗୋଳ – ଅନୁଗୋଳ ଜିଲ୍ଲା ବନ୍ତଳା ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ପ୍ରେମ ବିବାହ କରିବା ଅଭିଯୋଗରେ ବୁଧବାର ପୁଲିସ ଗିରଫ କରିଛି । ସୂଚନା ଅନୁସାରେ , ବଡ଼ଦାଣ୍ଡସାହିର ସୌମ୍ୟଜିତ ମହାନ୍ତି(୨୩) ନାମକ ଜଣେ ଯୁବକ ଜଣେ ୧୪ ବର୍ଷର ନାବାଳିକାଙ୍କ ପ୍ରେମକରି ଫେବୃଆରୀ ୫ ତାରିଖରେ ମନ୍ଦିରରେ ବିବାହକରି ନିଜ ଘରେ ରଖିଥିଲେ । ଏ ନେଇ ଅନୁଗୋଳ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ସୂଚନା ପାଇବାପରେ ସକ୍ଷୀ ଅଧିକାରୀ ସୁଦିପ୍ତା ବେହେରା ବନ୍ତଳା ଥାନାରେ ମଙ୍ଗଳବାର ଅଭିଯୋଗ କରିଥିଲେ । ଅଭିଯୋଗପାଇ ପୁଲିସ ଏକ ମାମଲା ରୁଜୁକରି ନାବାଳିକାଙ୍କୁ ଉଦ୍ଧାରକରି ପରିବାରକୁ ହସ୍ତାନ୍ତର କରିବାସହ ଅଭିଯୁକ୍ତ ସୌମ୍ୟଜିତଙ୍କୁ ଗିରଫକରି ବୁଧବାର କୋର୍ଟ ଚାଲାଣ କରିଛି।

Advertisement

Leave a Reply

Your email address will not be published. Required fields are marked *