ଅପରାଧ ସାଙ୍ଗ ପରିଚୟ ଦେଇ ଟଙ୍କା ଠକେଇ ଅଭିଯୋଗରେ ଯୁବକ ଗିରଫ Angul OnlineApril 28, 2023April 28, 2023 ଅନୁଗୋଳ – ଅନୁଗୋଳ ସାଇବର ପୁଲିସ ଶୁକ୍ରବାର ୫୦ ହଜାର ଟଙ୍କା ଠକେଇ ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରିଛି । ସୂଚନା ଅନୁସାରେ , ଅନୁଗୋଳ ସଦର ଥାନା ଅନ୍ତର୍ଗତ କୁମଣ୍ଡ ଗାଁର ବିଶ୍ବମ୍ବର ସାହୁ(୪୨)ଙ୍କର ଜଣେ ପିଲା ଦିନର ସାଙ୍ଗ ରାଜେଶ ବାରିକ ଅଛନ୍ତି । ଏହି ସାଙ୍ଗଙ୍କ ପୁତୁରାର ଚିକିତ୍ସାପାଇଁ ଗତ ୨ ତାରିଖରେ ନିଜକୁ ରାଜେଶ ବାରିକ କହି ଏକ ଫୋନ୍ କଲ ଆସିଥିଲା । ପୁତୁରା ଚକିତ୍ସା ପାଇଁ ୫୦ ହଜାର ଟଙ୍କା ଦେବାକୁ ଅନୁରୋଧ କରିଥିଲେ । ୨ ଦିନପରେ ଫେରାଇ ଦେବେ ବୋଲି କହିଥିଲେ । ସେହି ଅନୁସାରେ ବିଶ୍ବମ୍ବର ତାଙ୍କ ଦଦାପୁଅ ଭାଇ ଦିବ୍ୟ ରଞ୍ଜନଙ୍କୁ କହି ରାଜେଶ ବାରିକ ଦେଇଥିବା ଫୋନ୍ ପେ ନମ୍ବରରେ ୫୦ ହଜାର ଟଙ୍କା ପଠାଇଥିଲେ । ତେବେ ୫ ତାରିଖରେ ଟଙ୍କା ନ ଫେରାଇବାରୁ ବିଶ୍ବମ୍ବର ରାଜେଶଙ୍କୁ ତାଙ୍କ ନିଜସ୍ବ ନମ୍ବରରେ ଫୋନ୍ କରି ଟଙ୍କା ମାଗିଥିଲେ । ତେବେ ରାଜଶେ ଏହି ଟଙ୍କା ମାଗି ନଥିବା କହିଥିଲେ । ତୁମକୁ କିଏ ମୋ ନାଁରେ ଠକି ଥିବା କହିଥିଲେ । ଏହାପରେ ବିଶ୍ବମ୍ବର ଅନୁଗୋଳ ସାଇବର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ସାଇବର ଥାନାରେ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା । ତଦନ୍ତରେ ଜଣାପଡ଼ିଲା ଯେ, ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଅନ୍ତର୍ଗତ ଜାମୁଗାଁ ଧମିଲାପରି ଗାଁର ପ୍ରକାଶ ମଲ୍ଲିକ(୨୮) ନାମକ ଜଣେ ଯୁବକ ଏହି ୫୦ ହଜାର ଟଙ୍କା ଠକି ନେଇଛନ୍ତି । ସାଇବର ପୁଲିସ ପ୍ରକାଶଙ୍କୁ ଶୁକ୍ରବାର ଗିରଫକରି କୋର୍ଟ ଚାଲାଣ କରିଛି । Advertisement
ମଦ ଦୋକାନ ଡକାୟତି ଘଟଣାରେ ତିନି ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ଥାନା ଟିଟିପିଏସ ଠାରେ ଥିବା ଏକ ମଦ ଦୋକାନରୁ ବନ୍ଧୁକ ଓ ଭୁଜାଲି ଦେଖାଇ ଟଙ୍କା ଲୁଟ ଘଟଣାରେ ତାଳଚେର…
କେନାଲରେ ଭାସୁଛି ମୃତଦେହ ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଥାନା ମାନଜୋର ଡ୍ୟାମର ପୂର୍ଵ ପାଖ ମୁଖ୍ୟ କେନାଲ ମଝିରେ ଶନିବାର ଜଣେ ଅଚିହ୍ନା ବ୍ୟକ୍ତିଙ୍କ ମୃତଦେହ ଭାସୁଥିବା ଦେଖିବାକୁ…
କୁରକୁରେ ଆଳରେ ୫ ବର୍ଷ ନାବାଳିକା ସହ ଦୁଷ୍କର୍ମ କଲା ସମ୍ପର୍କୀୟ କକା ପାଲଲହଡା – ଅନୁଗୁଳ ଜିଲା ପାଲଲହଡା ଥାନା ଅଞ୍ଚଳରେ ଜଣେ ୫ ବର୍ଷ ର ନାବାଳିକାକୁ ନିଜ ସମ୍ପର୍କୀୟ କକା ଦୁଷ୍କର୍ମ କରିଥିବା ଥାନାରେ ଅଭିଯୋଗ ହୋଇଛି…