ମୁଖ୍ୟ ଖବର ପୁଣି ହାତୀ ନେଲା ଆଉ ଏକ ଜୀବନ Angul OnlineApril 29, 2023April 29, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲାରେ ହାତୀ ଆକ୍ରମଣରେ ପୁଣି ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଛି । ବନ୍ତଳା ଥାନା ମରଣ୍ଡା ଗାଁରେ ଆଜି ସକାଳୁ ଏହି ଅଘଟଣ ଘଟିଛି । ମୃତ ବୃଦ୍ଧା ଜଣଙ୍କ ହେଲେ ଝଟକ ବେହେରା । ସେ ବାଡ଼ି ପଟରେ ଆମ୍ବ ଗୋଟାଉଥିବା ବେଳେ ହାତୀ ଆକ୍ରମଣ କରିଥିଲା । ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ଖବର ପାଇ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ତେବେ ଜିଲ୍ଲାରେ ହାତୀ ଆକ୍ରମଣ ଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ବନ ବିଭାଗର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠିଛି । ଗତ ଜାନୁଆରୀ ମାସରୁ ଏ ପର୍ଯ୍ୟନ୍ତ ଜିଲ୍ଲାରେ ୧୫ ରୁ ଉର୍ଦ୍ଧ୍ବ ଜଣଙ୍କର ହାତୀ ଆକ୍ରମଣରେ ମୃତ୍ୟୁ ହେଲାଣି। Advertisement
ନବଜାତକର ମୃତଦେହ ରାସ୍ତାକଡରୁ ଉଦ୍ଧାର ଅନୁଗୁଳ – ଅନୁଗୁଳ ଜିଲ୍ଲା ନିର୍ମାଣାଧୀନ ବାଇପାସର ବେନ୍ତପୁର ଗାଁ ମୁଣ୍ଡରୁ ଏକ ନବଜାତକର ମୃତଦେହ ଉଦ୍ଧାର ହୋଇଛି । ସୂଚନା ଅନୁସାରେ ବାଇପାସ ଦେଇ ଯାଉଥିବା…
ଜଣାଶୁଣା ଡାକ୍ତର ଲକ୍ଷ୍ମୀଧର ସାହୁଙ୍କ ପରଲୋକ ଅନୁଗୁଳ – ଅନୁଗୁଳର ଜଣାଶୁଣା ଡ଼ଃ ଲଷ୍ମୀ ଧର ସାହୁ ଙ୍କ ପରଲୋକ ହୋଇଛି । ଆଜି ସନ୍ଧ୍ୟା ସମୟରେ ହୃଦଘାତରେ ତାଙ୍କର ନିଧନ ହୋଇଯାଇଛି ।…
ରାମନବମୀରୁ ଗଡିବ ପୁରୀ-ସମ୍ବଲପୁର ଇଣ୍ଟରସିଟି ଅନୁଗୁଳ – ରାମନବମୀରୁ ପୁଣି ଗଡ଼ିବ ସମ୍ବଲପୁର-ପୁରୀ ଇଣ୍ଟରସିଟି । ଏ ନେଇ ରେଳ ମନ୍ତ୍ରୀ ଶ୍ରୀଯୁକ୍ତ ବୈଷ୍ଣବ ନିଷ୍ପତ୍ତି ନେଇତଥିବା ବେଳେ ଏ ସମ୍ପର୍କରେ ଯଥା…