ଅନୁଗୋଳ – ଅନୁଗୋଳ ଓକିଲ ସଂଘ ପକ୍ଷରୁ ସ୍ଥାନୀୟ ସଭାଘର ଠାରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଓ ଆଇନଜୀବୀ ଦିବସ ପାଳିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ବିଚାରପତି ଜଷ୍ଟିସ ଗୌରୀଶଙ୍କର ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ସେହିଭଳି ମୁଖ୍ୟବକ୍ତା ଭାବେ ଅନୁଗୋଳ ଜିଲ୍ଲା ଦୌରାଜଜ୍ ପ୍ରଣବ କୁମାର ପାତ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅନୁଗୋଳ ଓକିଲ ସଂଘ ସଭାପତି ଦିଲୀପ କମାର ସାହୁ ଓ ସାଧାରଣ ସମ୍ପାଦକ ହିମାଂଶ ଜଷଣ ସାମଲ ଉପସ୍ଥିତ ଥିଲେ । ଏହିଁ ସେହିଭଳି ଦ୍ଵିତୀୟ ଅଧିବେଶନରେ ମୁଖ୍ୟ ଅତିଥ ଭାବେ ଅନୁଗୋଳ ବିଧାୟକ ତଥା ଉପବାଚସ୍ପତି ଗଜନୀକାନ୍ତ ସିଂହ , ମୁଖ୍ୟବକ୍ତା ଭାବେ ଢେଙ୍କାନାଳ ସାଂସଦ ମହେଶ ସାହୁ , ସମ୍ମାନିତ ଅତିଥି ଭାବେ ଆଠମଲ୍ଲିକ ବିଧାୟକ ରମେଶ ସାଏ ଯୋଗଦେଇଥିଲେ । ଏହି ଅବସରରେ ଅତିଥିମାନେ କହିଥିଲେ ଯେ , ମଧୁ ବାବୁ ଥିଲେ ନାରୀ ସ୍ବାଧୀନତାର ସୂତ୍ରଧର ଏବଂ ଓଡ଼ିଆ ସ୍ବାଭିମାନର ଜନ୍ମଦାତା । ଆଜିର ଯୁବ ପିଢି ଓକିଲାତି ପେସାକୁ ଆପଣାଇଛନ୍ତି । ଏହା ଆମ ସମାଜ ପାଇଁ ଶୁଭ ସଙ୍କେତ । ପରେ ଅନୁଗୋଳ ଓକିଲ ସଂଘ ସଭ୍ୟମାନଙ୍କ ଦ୍ବାରା ତାହା ଏହିଁ ଜୀବନ ନାଟକ ମଞ୍ଚସ୍ଥ ହୋଇଥିଲା . ଯାହାକୁ ବେଶ ମନଭରି ଉପଭୋଗ କରିଥିଲେ ଦର୍ଶକ ।
What’s your Reaction?
+1
+1
+1
+1
+1
+1
+1