୬୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର GST ଠକେଇ

୬୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର GST ଠକେଇ

ତାଳଚେର – ଅନୁଗୋଳ ଜିଲ୍ଲା ତାଳଚେରର ଦୁଇ ପ୍ରତିଷ୍ଠିତ ବ୍ୟବସାୟୀ ତଥା ଦୁଇ ଭାଇଙ୍କ ବ୍ୟବସାୟ ଅନୁଷ୍ଠାନ ରେ CT & GST ପକ୍ଷରୁ ଚଢ଼ାଉ କରାଯାଉଛି । CT & GST କଟକ ପକ୍ଷରୁ ଆଜି ସକାଳ ପ୍ରାୟ ୧୧ଟା ବେଳୁ ଏହି ଚଢ଼ାଉ ଜାରି ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୬୦ କୋଟି ଟଙ୍କାର GST ଠକେଇ ହୋଇଥିବା ସ୍ପଷ୍ଟ ହୋଇଛି । ଏହି ପରିମାଣ ଆହୁରି ୧୦ ରୁ ୧୫ କୋଟି ବୃଦ୍ଧି ହେବାର ସମ୍ଭାବନା ରହିଛି । ଏଥିପାଇଁ ଏହି ଦୁଇ ପ୍ରତିଷ୍ଠାନର ଟିକିନିଖି କାଗଜପତ୍ର ଜାଞ୍ଚ କରା ଯାଉଛି । ମହେନ୍ଦ୍ର ବେହେରା ନାମକ ବ୍ୟବସାୟୀଙ୍କ ହିଙ୍ଗୁଳା ଟ୍ରାନ୍ସପୋର୍ଟ ଏବଂ ତାଙ୍କ ଭାଇ ରାଜେନ୍ଦ୍ର ବେହେରାଙ୍କ ହିଙ୍ଗୁଳା ଟ୍ରେଡ଼ର୍ସରେ ଏହି ଚଢ଼ାଉ ଜାରି ରହିଛି । ବ୍ୟବସାୟ ସହ ସମ୍ପୃକ୍ତ ଥିବା ସମସ୍ତ କାଗଜପତ୍ର ଓ ଇଲେକଟ୍ରୋନିକସ ଡିଭାଇସ ଜବତ କରା ଯାଇଛି । ସୂଚନା ଅନୁସାରେ ଗତ ଏପ୍ରିଲ ୪ ତାରିଖରେ ତାଳଚେରର ବି.ବି. ଟ୍ରେଡ଼ର୍ସ ଓ ଓମ ରୋଡୱେଜ ରେ CT & GST ପକ୍ଷରୁ ଚଢ଼ାଉ ହୋଇଥିଲା । ସେଥିରୁ ଲିଙ୍କ କରି ଆଜିର ଏହି ଚଢ଼ାଉ କରା ଯାଇଛି । ମୁଖ୍ୟତଃ କୋଇଲା ବ୍ୟବସାୟ ଓ କୋଇଲା ଟ୍ରାନ୍ସପୋର୍ଟ ବ୍ୟବସାୟରେ ଏହି ଠକେଇ କରା ଯାଇଥିବା ବିଭାଗ ପକ୍ଷରୁ କୁହା ଯାଇଛି ।ତେବେ ତାଳଚେର ଅଂଚଳ କୋଇଲା ଅଂଚଳ ହୋଇଥିବା ବେଳେ ଏଠାରେ ଅନେକ କୋଇଲା ବ୍ଯବସାୟୀ ମଧ୍ଯ ଅଛନ୍ତି । ଏମାନଂକ ମଧ୍ଯରୁ ଅନେକ GST ଠକେଇ କରୁଥିବା GST ବିଭାଗ ପାଖରେ ସୁଚନା ରହିଛି  ଯାହାଦ୍ୱାରା ସରକାର ଅନେକ ରାଜସ୍ୱ ହରାଉଛନ୍ତି । । ଏଥିପାଇଁ GST ବିଭାଗ ପକ୍ଷରୁ ବାରମ୍ବାର ଚଢାଉ ଜାରି ରହିଥିବା ବେଳେ ଆଗକୁ ମଧ୍ଯ ଚଢାଉକୁ ଜୋରଦାର କରାଯିବ ବୋଲି GST ଅଫିସର ବିରଞ୍ଚି ମହାନନ୍ଦିଆ ସୁଚନା ଦେଇଛନ୍ତି ।

 

What’s your Reaction?
+1
1
+1
1
+1
0
+1
0
+1
4
+1
1
+1
0

Leave a Reply