୨ୟ ପର୍ଯ୍ୟାୟ ଟୀକାକରଣ – ଜିଲ୍ଲାପାଳ , ଡି.ଆଇ.ଜି. ଓ ଏସ.ପି. ନେଲେ ଟୀକା

୨ୟ ପର୍ଯ୍ୟାୟ ଟୀକାକରଣ – ଜିଲ୍ଲାପାଳ , ଡି.ଆଇ.ଜି. ଓ ଏସ.ପି. ନେଲେ ଟୀକା

ଅନୁଗୁଳ – ଅନୁଗୁଳ ଜିଲ୍ଲାରେ କୋଭିଡ ଟିକା ୨ୟ ପାଳିର ପ୍ରଥମ ଦିବସରେ ଗୃହ , ନଗର ଉନ୍ନୟନ ବିଭାଗ ଓ ରାଜସ୍ବ ବିଭାଗ ବିଭାଗର ସର୍ବମୋଟ ୭୧୧ଜଣ କର୍ମଚାରୀଙ୍କୁ କୋଭିଡ ଟିକା ପ୍ରଦାନ କରାଯାଇଅଛି । ଆଜି ସକାଳେ ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ପ୍ରଥମେ ଏହି ଟିକା ଗ୍ରହଣ କରିଥିଲେ । ପରେ ପରେ ଡି . ଆଇ.ଜି ଡ଼ ସାର୍ଥକ ଷଢଙ୍ଗୀ ଓ ଜିଲ୍ଲା ଆରକ୍ଷୀ ଅଧ୍ୟକ୍ଷକ ଶ୍ରୀ ଜଗମୋହନ ମୀନା ଏହି ଟିକା ଗ୍ରହଣ କରିଥିଲେ । ଟିକା ନେବା ପରେ ନିର୍ଦ୍ଧାରିତ ସମୟ ଯାଏଁ ବିଶ୍ରାମ ନେଇଥିଲେ । ଟିକାକରଣ ସରକାରଙ୍କ ଏକ ବଡ ପଦକ୍ଷେପ । ସୁଯୋଗ ମିଳିଲେ ଟିକା ନେବାକୁ ପରାମର୍ଶ ଦେଇଛନ୍ତି ଜିଲ୍ଲାପାଳ । ଆଜି ଅନୁଗୁଳ ସହରାଞ୍ଚଳରେ ୧୦୫ ଜଣ , ଅନୁଗୁଳ ବ୍ଲକ ରେ ୬୭ , ଛେଣ୍ଡିପଦା ବ୍ଲକରେ ୧୩୮ , କିଶୋରନଗର ବ୍ଲକରେ ୬୦ , ଆଠମଲ୍ଲିକ ବ୍ଲକରେ ୧୨୯ , ତାଳଚେର ବ୍ଲକରେ ୫୯ ଓ ପାଲଲହଡ଼ାରେ ୧୫୩ ଜଣ କର୍ମଚାରୀ ଟିକା ନେଇଛନ୍ତି । ଏହାସହିତ ୫୨ ଜଣ ସ୍ଵାସ୍ଥ୍ୟ କର୍ମଚାରୀ ମଧ୍ୟ ଏହି ଟିକା ଗ୍ରହଣ କରିଛନ୍ତି ବୋଲି ସ୍ବାସ୍ଥ୍ୟ ବିଭାଗ ତରଫରୁ ସୂଚନା ଦିଆଯାଇଛି । ଏହିସବୁ ସ୍ଥାନରେ ସ୍ବତନ୍ତ୍ର ଟିକାକରଣ ସ୍ଥାନ ଚୟନ କରାଯାଇ ପ୍ରତୀକ୍ଷା ସ୍ଥାନ , ଟିକାକରଣ କକ୍ଷ ଓ ଏକ ନିରୀକ୍ଷଣ କକ୍ଷ ପ୍ରସ୍ତୁତ କରାଯାଇଥିଲା । ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡ଼ ଅଭୟ କୁମାର ଦାସ , ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ଶ୍ରୀ ବିଶ୍ବ ରଞ୍ଜନ ରଥ ତଥା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରର ସମସ୍ତ କର୍ମକର୍ତ୍ତା ଓ ଜିଲ୍ଲା ସ୍ତରୀୟ ପରିଚାଳନା କର୍ମକର୍ତ୍ତା ଟିକାକରଣ କାର୍ଯ୍ୟ ଗୁଡିକୁ ତଦାରଖ କରିଥିଲେ । ଆଜିର ଦିନରେ କୌଣସି ଠାରେ ପାର୍ଶ୍ୱ ପ୍ରତିକ୍ରିୟା ପରିଲିକ୍ଷିତ ହୋଇନାହିଁ ବୋଲି ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି ।

What’s your Reaction?
+1
0
+1
0
+1
0
+1
0
+1
1
+1
0
+1
0

Leave a Reply