ବ୍ୟାଙ୍କ ମ୍ଯାନେଜର ହେଲେ ସାଇବର ଠକେଇର ଶିକାର – ୭ ଲକ୍ଷ ଲୁଟିଲେ ସାଇବର ଲୁଟେରା

ବ୍ୟାଙ୍କ ମ୍ଯାନେଜର ହେଲେ ସାଇବର ଠକେଇର ଶିକାର – ୭ ଲକ୍ଷ ଲୁଟିଲେ ସାଇବର ଲୁଟେରା

ଅନୁଗୋଳ – ଅନୁଗୋଳ ଜିଲ୍ଲାରେ ଜଣେ ବ୍ୟାଙ୍କ ପରିଚାଳକଙ୍କଠାରୁ ୭ ଲକ୍ଷ ଲୁଟିଲେ ସାଇବର ଲୁଟେରା । ଟଙ୍କା ଦେଣ ନେଣରେ ଦକ୍ଷତା ଥିବା ବ୍ୟାଙ୍କ ପରିଚାଳକ ଲୁଟ୍ ର ଶିକାର ହୋଇଛନ୍ତି । ସୂଚନା ଅମୁସାରେ , ଅନୁଗୋଳ ସହରରେ ଏକ ଘରୋଇ ବ୍ୟାଙ୍କ୍ ର ଶାଖା ପରିଚାଳକ ଭାବେ କାମ କରୁଥିବା ମାନସ ରଞ୍ଜନ ଖୁଣ୍ଟିଆ ବ୍ୟାଙ୍କ୍ ଆକାଉଣ୍ଟରେ ୧୨ ଲକ୍ଷ ଟଙ୍କା ଥିଲା । ଶନିବାର ହଠାତ୍ ତାଙ୍କୁ ଏକ ଅଜଣା ମୋବାଇଲ୍ରୁ ଫୋନ୍ କଲ୍ ଆସିଲା। ଫୋନ୍ କରିଥିବା ବ୍ୟକ୍ତି ନିଜକୁ ଏୟାରଟେଲ୍ ଅଫିସର ବୋଲି ପରିଚୟ ଦେଇ କହିଥିଲେ, ଆପଣଙ୍କ ଏୟାରଟେଲ୍ ସିମ୍କୁ ୪-ଜିରୁ ୫-ଜିକୁ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି କି ? ମାନସ ଚାହୁଁଥିଲେ ସେୟା । ତେଣୁ ହଁ କହିଥିଲେ । ହଁ ଶୁଣି ମାନସଙ୍କ ମୋବାଇଲ୍କୁ ଏକ ଲିଙ୍କ୍ ପଠାଇଥିଲା ଫୋନ୍ କରିଥିବା ବ୍ୟକ୍ତି । ଏଥିସହ ଏକ ମୋବାଇଲ୍ ନମ୍ବର ମଧ୍ୟ ଦେଇଥିଲା । ପଠାଯାଇଥିବା ଲିଙ୍କ୍କୁ ଦିଆଯାଇଥିବା ମୋବାଇଲ୍ ନମ୍ବରରେ ସେୟାର କରିବାକୁ କହିଥିଲା । ମାନସ ସେୟା ହିଁ କରିଥିଲେ । ଲିଙ୍କ୍କୁ ମୋବାଇଲ୍ ନମ୍ବରରେ ସେୟାର କରି ଦେଇଥିଲେ । ଏହା ପରଠାରୁ ତାଙ୍କ ଆକାଉଣ୍ଟ୍ରୁ ଟଙ୍କା କଟିବା ଆରମ୍ଭ ହୋଇଥିଲା । ଆଇଏମ୍ପିଏସ୍ ରେ ୩ ଥରରେ ମାନସଙ୍କ ଆକାଉଣ୍ଟ୍ରୁ ମୋଟ୍ ୪ଲକ୍ଷ ଟଙ୍କା, ଆର୍ଟିଜିଏସ୍ ରେ ୨ ଲକ୍ଷ ଓ ଏନ୍ଇଏଫ୍ଟିରେ ୧ ଲକ୍ଷ ଟଙ୍କା କଟିଥିଲା । ଠକେଇର ଶିକାର ହୋଇଥିବା ମାନସ ଅନୁଗୋଳ ସାଇବର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ସାଇବର ଥାନା ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

What’s your Reaction?
+1
1
+1
0
+1
0
+1
0
+1
4
+1
2
+1
0

Leave a Reply