ମୁଖ୍ୟ ଖବର ଟ୍ରକ ଧକ୍କାରେ ମହିଳା ମୃତ Angul OnlineMay 1, 2023May 1, 2023 ଅନୁଗୋଳ – ଅନୁଗୋଳ ସହର ଦେଇ ଯାଇଥୁବା ୫୫ ନମ୍ବର ଜାତୀୟ ରାଜପଥର ବୁଢ଼ୀ ଠାକୁରାଣୀ ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ଗଣେଶ ରାଉତଙ୍କ ପତ୍ନୀ ଉର୍ମିଳା ରାଉତ । ତାଙ୍କ ପ୍ରକୃତ ଘର ଢେଙ୍କାନାଳ ଜିଲ୍ଲାରେ ହୋଇଥିବା ବେଳେ ଅନୁଗୋଳ ସହର କଲେଜପଡ଼ାରେ ଘରଭଡା ନେଇ ରହୁଥିଲେ । ବୁଢ଼ୀ ଠାକୁରାଣୀ ମନ୍ଦିର ପରିସରରେ ଗଣେଶଙ୍କ ଏକ ଭୋଗ ଦୋକାନ ରହିଛି । ସେ ସକାଳେ ଦୋକନକୁ ଆସୁଥିବା ବେଳେ ଏକ ଟ୍ରକ ତାଂକୁ ଧକ୍କା ଦେଇଥିଲା ।ମହିଳାଙ୍କ ମୃତ୍ୟୁ ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା । ଫଳରେ ବହୁ ସମୟ ଧରି ଟ୍ରାଫିକ୍ ସମସ୍ୟା ସୃଷ୍ଟି ହୋଇଥିଲା । ସୂଚନା ଅନୁସାରେ , ଆଜି ସକାଳେ ଉଭୟ ପତି – ପତ୍ନୀ ମୋଟରସାଇକେଲ ଯୋଗେ ଦୋକାନ ଖୋଲିବାକୁ ଯାଉଥିଲେ । ବୁଢ଼ୀ ଠାକୁରାଣୀ ଛକ ନିକଟରେ ଭାରସାମ୍ୟ ହରାଇ ଉର୍ମିଳା ବାଇକରୁ ଖସି ପଡ଼ିଥିଲେ । ଏହି ସମୟରେ ପଛରୁ ଆସୁଥିବା ଏକ ଟ୍ରକ ତାଙ୍କୁ ଚାପି ଦେଇଥିଲା । ଘଟଣା ସ୍ଥଳରେ ତାଙ୍କ ପ୍ରାଣବାୟୁ ଉଡି ଯାଇଥିଲା । Advertisement
ଝିଅ ବାହାଘର ଦିନ ରେଳ ଧାରଣାରୁ ବାପାଙ୍କ ମୃତଦେହ ଉଦ୍ଧାର ଅନୁଗୁଳ – ଝିଅ ବାହାଘର ପୂର୍ବରୁ ଉଠିଲା ବାପାର କୋକେଇ । ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ସ୍ଥାନୀୟ ହଣ୍ଡପା ଥାନା ଅନ୍ତର୍ଗତ ପର୍ଶୁମାଳ…
ତାଳଚେର ଏସ.ଡି.ପି.ଓ. ହେଲେ ଗଜପତି ଏସ.ପି. ଭୁବନେଶ୍ୱର – ଅନୁଗୁଳ ଜିଲ୍ଲା ତାଳଚେର ଏସ.ଡି.ପି.ଓ ଭାବେ କାର୍ଯ୍ୟରତ ସ୍ୱାଥି ଏସ କୁମାରଙ୍କୁ ଗଜପତି ଜିଲ୍ଲାର ପୋଲିସ ଅଧୀକ୍ଷକ ଭାବରେ ନିଯୁକ୍ତ କରା ଯାଇଛି ।…
ଟିଟିପିଏସ୍ର ତୃତୀୟ ପର୍ଯ୍ୟାୟ ସଂପ୍ରସାରଣ ପାଇଁ ଧର୍ମେନ୍ଦ୍ରଙ୍କ ଚିଠି ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ତାପଜ ବିଦ୍ୟୁତ କେନ୍ଦ୍ର ବା ଏନଟିପିସି ଟିଟିପିଏସ୍ର ତୃତୀୟ ପର୍ଯ୍ୟାୟ ସଂପ୍ରସାରଣକୁ ତ୍ୱରାନ୍ୱିତ କରାଯିବ । ଭବିଷ୍ୟତରେ ଏହି ପ୍ରକଳ୍ପ…