ସମସ୍ୟା ଆମ ହସପିଟାଲ ଦାବିରେ ତହସିଲ ଅଫିସ ଘେରାଉ Angul OnlineMay 2, 2023May 2, 2023 ଛେଣ୍ଡିପଦା – ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଡାକ୍ତରଖାନାକୁ ଆମ ହସପିଟାଲ ଯୋଜନାରେ ସାମିଲ କରିବା ଦାବିରେ ଛେଣ୍ଡିପଦା ଠାରେ ଏହି ହସପିଟାଲ ଉପରେ ନିର୍ଭର କରୁଥିବା ପ୍ରାୟ ୪୦ ଗାଁର ଲୋକ ଅଂଦୋଳନ ଆନ୍ଦୋଳନ ଚଳାଇଛନ୍ତି । ରାଜ୍ୟର ସବୁ ନିର୍ବାଚନ ମଣ୍ଡଳୀର ସଦର ମହକୁମା ଡାକ୍ତରଖାନାକୁ ଆମ ହସପିଟାଲ ଯୋଜନାରେ ସାମିଲ କରାଯାଇଛି । ଛେଣ୍ଡିପଦା ହସପିଟାଲଟି ଏହି ନିର୍ବାଚନ ମଣ୍ଡଳୀର ସର୍ବ ପୁରାତନ CHC ଏବଂ ସଦର ମହକୁମାରେ ଅବସ୍ଥିତି ସତ୍ୱେ ଏଠାରେ ବ୍ୟତିକ୍ରମ ଦେଖାଦେଇ ଅନ୍ୟତ୍ର ଯୋଜନା ସ୍ଥାନାନ୍ତର କରାଯାଇଛି । ଛେଣ୍ଡିପଦା ଡାକ୍ତରଖାନା ଉପରେ ସର୍ବାଧିକ ଲୋକ ମଧ୍ୟ ନିର୍ଭରଶୀଳ ରୁହନ୍ତି । ଏଣୁ ପୂର୍ବ ନିର୍ଦ୍ଧାରିତ ଛେଣ୍ଡିପଦା ଡାକ୍ତରଖାନାକୁ ଆମ ଡାକ୍ତରଖାନା ଯୋଜନାରେ ସାମିଲ କରିବାକୁ ଦାବି କରା ଯାଇଛି । ତେବେ ଏହି ଦାବି ନେଇ ସୋମବାର ଶତାଧିକ ମହିଳା ଶୋଭାଯାତ୍ରାରେ ଆସି ତହସିଲ ଅଫିସ ଘେରାଉ କରିଥିଲେ । ଏହି ସମୟରେ ସେଠାରେ ଉପସ୍ଥିତ ଥିବା ପୁଲିସ କର୍ମଚାରୀ ମନଂକ ସହ ଧସ୍ତାଧସ୍ତି ପରିସ୍ଥିତି ମଧ୍ଯ ଉପୁଜିଥିଲା । Advertisement
ପୁଅକୁ କ୍ୟାନସର – ଟଙ୍କା ମାଗିବାରୁ ଚାକିରିରୁ ତଡିଦେଲା ମାଲିକ ଅନୁଗୁଳ – ଜୀବନ ସହ ସଂଗ୍ରାମ କରୁଛି ଓମ । ମାତ୍ର ତେର ବର୍ଷ ବୟସ । ହେଲେ ନିଷ୍ଠୁର ଭଗବାନ ଦେଇଛି ବଡ ରୋଗ ।…
ମାର୍ଚ୍ଚ ପହିଲାରୁ ଜଳକଷ୍ଟ – ଜଳ ଯୋଗାଣ ଦାବିରେ ରାସ୍ତାରୋକ ଅନୁଗୁଳ – ମାର୍ଚ୍ଚ ମାସ ପହିଲାରୁ ଗ୍ରୀଷ୍ମ ପ୍ରବାହ କଷ୍ଟ ଦେଲାଣି । ଖରାର ପ୍ରକୋପରେ ବାହାରକୁ ବାହାରିବା ମୁସ୍କିଲ ହୋଇ ଗଲାଣି । ଏପରିସ୍ଥଳେ ପାଣି…
ତୈଳ ଦର ବୃଦ୍ଧି ପ୍ରତିବାଦ – କଂଗ୍ରେସର ଅଭିନବ ବିକ୍ଷୋଭ ଅନୁଗୁଳ – ଅନୁଗୁଳ ଜିଲ୍ଲା କଂଗ୍ରେସ ତୈଳ ଦର ବୃଦ୍ଧି ପ୍ରତିବାଦରେ ଅଭିନବ ବିକ୍ଷୋଭ କରିଛି । ଜିଲ୍ଲା କଂଗ୍ରେସ ପକ୍ଷରୁ ଶଗଡ଼ ଗାଡ଼ି ଓ ସାଇକେଲ…