ମୁଖ୍ୟ ଖବର ବଜ୍ରପାତରେ ୨ ମୃତ ଜଣେ ଆହତ Angul OnlineMay 3, 2023May 3, 2023 ପାଲଲହଡ଼ା – ଅନୁଗୋଳ ପାଲଲହଡ଼ା ବ୍ଲକ୍ କରଡ଼ାପାଳ ପଂଚାୟତ ସହର ଗୁରୁଜାଙ୍ଗ ଗ୍ରାମରେ ବଜ୍ରପାତରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛି । ମୃତ ଦୁଇଜଣ ହେଲେ ସହରଗୁରୁଜାଙ୍ଗ ଗ୍ରାମର ମଦନ ସାହୁ ( ୪୬ ) ଏବଂ ଧନେଶ୍ବର ଦେହୁରୀ । ପାଲଲହଡ଼ା ବ୍ଲକ୍ କରଡ଼ାପାଳ ପଂଚାୟତ ସହର ଗୁରୁଜାଙ୍ଗ ଗ୍ରାମ ଠାରେ ତିନି ଜଣ ଯୁବକ ନିଜ ଜମିରେ ଜେସିପି ସାହାଯ୍ୟରେ ଜମି ମରାମତି ହେଉଥିବା କାର୍ଯ୍ୟ ଜମି ହୁଡାରେରେ ଠିଆ ହୋଇ ଦେଖୁଥିଲେ । ଏହି ସମୟରେ ବଜ୍ରପାତ ହୋଇଥିଲା । ବଜ୍ରପାତରେ ସହରଗୁରୁଜାଙ୍ଗ ଗ୍ରାମର ଗଣେଶ୍ବର ସାହୁଙ୍କ ପୁଅ ମଦନ ସାହୁ ଏବଂ ଅର୍ଜୁନା ଦେହୁରୀଙ୍କ ପୁଅ ଧନେଶ୍ବର ଦେହୁରୀ ( ୫୦ ) ଗୁରୁତର ହୋଇଥିବା ବେଳେ ବିପିନ ସାହୁ ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ସେମାନଙ୍କୁ ତୁରନ୍ତ ପାଲଲହଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ । ସେଠାରେ ଡାକ୍ତର ମଦନ ଓ ଧନେଶ୍ବରଙ୍କୁ ମୃତ ଘୋଷଣା କରିଥିଲେ । ପୁଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । Advertisement
ଚାକିରି ନାଁରେ କୋଟି କୋଟି ଟଙ୍କା ଠକେଇ , ବାପା-ପୁଅ ଗିରଫ ଅନୁଗୁଳ – ଚାକିରି ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକି ନେବା ଆଉ ଟଙ୍କା ଫେରସ୍ତ ମାଗିବା ବେଳେ ଗାଳିଗୁଲଜ କରିବା ଅଭିଯୋଗରେ ବାପା-ପୁଅକୁ ଗିରଫ କରିଛି…
ଅନୁଗୁଳରୁ ଚିହ୍ନଟ ହେଲେ ୨ ଓମିକ୍ରନ୍ ଆକ୍ରାନ୍ତ ଅନୁଗୁଳ – ଅନୁଗୁଳ ଜିଲ୍ଲାରୁ ୨ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି । ଉଭୟ…
୧୨ ଘଣ୍ଟିଆ ତାଳଚେର ଓ ପାଲଲହଡ଼ା ବନ୍ଦ ଡାକରା ତାଳଚେର – ଆସନ୍ତାକାଲି (ଶୁକ୍ରବାର) ତାଳଚେର ଓ ପାଲଲହଡା ୧୨ ଘଣ୍ଟିଆ ବନ୍ଦ । ତାଳଚେର ଓକିଲ ସଂଘ ଏହି ବନ୍ଦ ଡାକରା ଦେଇଥିବା ବେଳେ ଅନେକ…