ଅପରାଧ ଚୋରି ଅଭିଯୋଗରେ ୭ ଗିରଫ Angul OnlineMay 3, 2023May 3, 2023 ଅନୁଗୋଳ – ଅନୁଗୋଳ ଥାନା ଅନ୍ତର୍ଗତ କଲେଜ କ୍ବାର୍ଟରର ଆଜବେଷ୍ଟସ୍ ଭାଙ୍ଗି ଚୋରି ଅଭିଯୋଗରେ ପୁଲିସ ବୁଧବାର ୭ ଜଣଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ସୂଚନା ଅନୁସାରେ , ଅନୁଗୋଳ କଲେଜ କ୍ବାର୍ଟର ନମ୍ବର ଏଚ୍ଏଫ/୩୨ରେ ଭାନୁପ୍ରଭା ନନ୍ଦ ରୁହନ୍ତି । ସେ କୌଣସି କାମରେ ୨୯ ତାରିଖରେ ତାଳଚେର ଦୁମଦୁମା ଯାଇଥିଲେ । ମଙ୍ଗଳବାର ସନ୍ଧ୍ୟାରେ କ୍ବାର୍ଟରକୁ ଫେରି କବାଟ ଖୋଲି ଦେଖିଲା ବେଳକୁ ଆଜବେଷ୍ଟସ ଭାଙ୍ଗି ଘରୁ ଟିଭି, ଇଲେକ୍ଟ୍ରି ଆଇରନ, ରୁପା ପାଉଁଜି, ଦାମୀ ପାଟ ଶାଢ଼ୀ, ଲୁଗା, ୫ଟି ଏଟିଏମ୍ କାର୍ଡ, ସ୍ମାର୍ଟ ୱାଚ୍ ଓ ଅନ୍ୟାନ୍ୟ ସାମଗ୍ରୀ ଚୋରି ହୋଇଛି। ଏ ନେଇ ଭାନୁପ୍ରଭା ଥାନାରେ ଲିଖିତ ଅଭିଯୋଗ କରିଲେ । ଅଭିଯୋଗପାଇ ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରି କଲେଜ କ୍ବାର୍ଟର ନଂ ୪୨ରେ ରହୁଥିବା ବସନ୍ତ ଗୋଚ୍ଛାୟତ(୩୨)ଙ୍କୁ ଥାନାକୁ ଆଣି ପଚରା ଉଚୁରା କରିଥିଲା । ବସନ୍ତଙ୍କ ତଥ୍ୟକୁ ଆଧାରକରି ପୁଲିସ କଲେଜ ଛକର ସୌମ୍ୟ ରଞ୍ଜନ ଓଝା(୨୪), ହାକିମପଡ଼ାର ପ୍ରକାଶ ନାଏକ(୩୫)ଙ୍କୁ ଗିରଫ କରିଥିଲା । ଏହି ସମସ୍ତେ ଚୋରିକରି ସମସ୍ତ ଜିନିଷକୁ ନେଇ ନାଲକୋ ଥାନା ଅନ୍ତର୍ଗତ କାଣ୍ଡସର ଗାଁର ହାଡ଼ିବନ୍ଧୁ ବେହେରା(୨୯), ପ୍ରମୋଦ ଗୋଚ୍ଛାୟତ(୪୫), ପ୍ରଶାନ୍ତ ବେହେରା(୪୦) ଓ କୁପନ ଗୋଚ୍ଛାୟତ(୪୫)ଙ୍କ ଘରୁ ଚୋରି ଜିନିଷ ଜବତ କରିଥିଲା । ସମସ୍ତ ୭ ଜଣ ଅଭିଯୁକ୍ତଙ୍କୁ ବୁଧବାର କୋର୍ଟ ଚାଲାଣ କରାଯାଇଛି। Advertisement
ଭିଜିଲାନ୍ସ ଫାଶରେ କୋ-ଅପରେଟିଭ ସୋସାଇଟି ସମ୍ପାଦକ ଅନୁଗୁଳ – ଚାଷୀଙ୍କ ଠାରୁ ଧାନ କିଣିବା ପାଇଁ ଟୋକନ କରାଇଦେବା ପାଇଁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ କୋ-ଅପରେଟିଭ ସୋସାଇଟି ସମ୍ପାଦକ ଧରା ପଡିଲେ…
ପ୍ଲାଣ୍ଟରୁ ଲୁହା ଗୁଲି ଚୋରି ଅଭିଯୋଗରେ ୩ ଟ୍ରକ ଜବତ – ଜଣେ ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ନିକଟସ୍ଥ ଜିନ୍ଦଲ ପ୍ଲାଣ୍ଟ ପରିସରରୁ ଲୁହା ଗୁଲି(ପାନ୍ଥର ଶର୍ଟ )ଚୋରୀ କରିବା ଅଭିଯୋଗରେ ପୋଲିସ ୩ ଟି…
ଟଙ୍କା ଲୁଟିନେଲେ ସାଇବର ଠକ ଅନୁଗୁଳ – ଅନୁଗୁଳରେ ପୁଣି ମାତିଲେ ସାଇବର ଠକ । କେୱାଇସି ଅପଡେଟ୍ କରିବା ବାହାନରେ ଶିମିଳିପଡ଼ାର ଜୈନିକ ବ୍ୟକ୍ତିଙ୍କ ଆକାଉଣ୍ଟରୁ ୨୦ ହଜାର ଲୁଟ କରି…