ଅପରାଧ ଦାମୀ କାରରୁ ୪୦୦ ଲିଟର ଦେଶୀ ମଦ ଜବତ – ୨ ଗିରଫ Angul OnlineMay 4, 2023May 4, 2023 ଅନୁଗୋଳ – ଅନୁଗୋଳ ଅବକାରୀ ମୋବାଇଲ ସ୍କ୍ବାର୍ଡ ଦ୍ବାରା ଗୁରୁବାର ସକାଳେ ୪୦୦ ଲିଟର ଦେଶୀ ମଦ ସହ ୨ ଯୁବକ ଗିରଫ ଓ କାର ଜବତ ହୋଇଛି । ସୂଚନା ଅନୁସାରେ , ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଅନୁଗୋଳ ଅବକାରୀ ମୋବାଇଲ ସ୍କ୍ବାର୍ଡ ସବ୍ଇନିସପେକ୍ଟର ଗାୟତ୍ରୀ ମାଝୀ ସଦଳବଳ ଅନୁଗୋଳ ଫାୟାର ଷ୍ଟେଶନ୍ ଛକଠାରେ ଏକ ଦାମି କାର(ଓଡି-୨୨ଏଫ-୪୦୦୦)କୁ ଅଟକାଇ ଯାଞ୍ଚ କରିଥିଲେ । ଯାଞ୍ଚ ବେଳେ କାର ଡିକିରୁ ୪୦୦ ଲିଟର ଦେଶୀ ଜବତ ହୋଇଥିଲା । ଫଳରେ ମଦ ଚାଲଣ କରୁଥିବା ରେଙ୍ଗାଳି ଥାନା ଅନ୍ତର୍ଗତ ବଜ୍ରକୋଟ ଗାଁର ରାହୁଲ ସାହୁ(୨୦) ଓ ରେଙ୍ଗାଲି ଡ୍ୟାମର ସୁଶିଲ ମହାନ୍ତି(୨୦)ଙ୍କୁ ଗିରଫ କରା ଯାଇଥିଲା । ଏଥିସହ ସମ୍ପୃକ୍ତ କାରକୁ ଜବତ କରା ଯାଇଛି । କାରଟି ରେଙ୍ଗାଳି ଥାନା ଅଞ୍ଚଳରୁ ବେଆଇନ ଦେଶୀ ମଦ ନେଇ ଅନୁଗୋଳକୁ ଆସୁଥିଲା । ଜବତ ମଦର ଦାମ ପ୍ରାୟ ୮୦ ହଜାର ଟଙ୍କା ହେବ ବୋଲି ବିଭାଗ ତରଫରୁ ପ୍ରକାଶ କରାଯାଇଛି । Advertisement
ବ୍ରାଉନ୍ସୁଗାର ବ୍ୟବସାୟୀ ଗିରଫ ନାଲକୋ ନଗର – ଅନୁଗୁଳ ଜିଲ୍ଲା ନାଲକୋ ଆଦର୍ଶ ଥାନା ଅଞ୍ଚଳର ଜଣେ ଯୁବକ ଧଳା ଜହର ବ୍ୟବସାୟ କରୁଥିବା ଅଭିଯୋଗରେ ନାଲକୋ ପୁଲିସ ଗିରଫ କରିଛି…
ନକଲି ମଦ କାରଖାନା ଠାବ ଅନୁଗୁଳ – ଅନୁଗୁଳ ଅବକାରୀ ବିଭାଗକୁ ମିଳିଛି ଏକ ବଡ ସଫଳତା । ଜିଲ୍ଲା ସଦର ମହକୁମା ଉପକଣ୍ଠ ରେ ଚାଲିଥିବା ଏକ ନକଲି ମଦ ଫ୍ୟାକ୍ଟେରି…
୪୨ ଗ୍ରାମ ବ୍ରାଉନ ସୁଗାର ଜବତ , ଜଣେ ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲା କୋଳିୟାରୀ ଥାନା ଦେଉଳବେଡା କଲୋନୀ ଅଞ୍ଚଳରୁ ପୁଲିସ ବ୍ରାଉନ ସୁଗାର ଜବତ କରିବା ସହ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ…