ମୁଖ୍ୟ ଖବର ହାତୀ ଆକ୍ରମଣରେ ମହିଳା ମୃତ Angul OnlineMay 7, 2023May 7, 2023 ଅନୁଗୋଳ – ଅନୁଗୋଳ ବ୍ଳକ ବନ୍ତଳା ବନାଞ୍ଚଳରେ ହାତୀ ଆକ୍ରମଣରେ ଆଜି ପୁଣି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ବନ୍ତଳା ଥାନା ତଳଗଡ଼ ଗ୍ରାମର ବିଜୁଳି ସାହୁ(୫୭) ବୋଲି ଜଣାପଡିଛି । ସୂଚନା ଅନୁସାରେ ବନ୍ତଳା ବନାଞ୍ଚଳର ତଳଗଡ଼ ଗ୍ରାମର ବିଜୁଳି ସାହୁ ଆଜି ସକାଳେ ଗାଁ ନିକଟରେ ଥିବା ଆମ୍ବ ବାଡିକୁ ଆମ୍ବ ଗୋଟାଇବାକୁ ଯାଇଥିଲେ । ତେବେ ପୂର୍ବରୁ ସେଠାରେ ଥିବା ଏକ ଦନ୍ତା ହାତୀ ବିଜୁଳିଙ୍କୁ ଆକ୍ରମଣ କରିଥିଲା । ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଆକ୍ରମଣ ପରେ ନିକଟରେ ଥିବା ଏକ ସୋଲାର ତାର ବାଡ଼ରେ ହାତୀଟି ଫସି ରହିଥିଲା । ବନ ବିଭାଗର କର୍ମଚାରୀମାନେ ଆସି ହାତୀ ଘଉଡାଇବା ପରେ ହାତୀଟି ଜଂଗଲ ଆଦକୁ ପଳାଇଥିଲା । ତେବେ ଗତ ୨୯ତାରିଖରେ ମରଣ୍ଡା ଗ୍ରାମର ଝଟକ ବେହେରା ହାତୀ ଆକ୍ରମଣରେ ପ୍ରାଣ ହରାଇଥିଲେ । ସେହିଭଳି ଆଜିର ଘଟଣାକୁ ମିଶାଇ ବନ୍ତଳା ବନାଞ୍ଚଳରେ ହାତୀ ଆକ୍ରମଣରେ ୧୦ଜଣଙ୍କ ଜୀବନ ଯାଇଥିବା ଜିଲ୍ଲାରେ କିଛି ମାସ ମଧ୍ଯରେ ୧୫ ରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି । Advertisement
ରେଳ ଯୋଗେ ଗଞ୍ଜେଇ ଚାଲାଣ ପାଇଁ ଜଗିଥିବା ବେଳେ କାବୁ କରିନେଲା ପୁଲିସ – ଦାମିକା ଗାଡି ଜବତ , ଜଣେ ଗିରଫ ଅନୁଗୁଳ – ଦାମୀ ଗାଡ଼ିରେ ଗଞ୍ଜେଇ ରଖି ଟ୍ରେନ୍ ଯୋଗେ ବାହାରକୁ ଚାଲାଣ କରିବାକୁ ଚାହିଁ ରହି ଥିବା ବେଳେ କାବୁ କରିନେଲା ପୁଲିସ । ଆଉ…
ପୁଣି ଅଲୋଡା ହେଲା ଶିଶୁକନ୍ୟା ବନ୍ତଳା – ଅନୁଗୁଳ ଜିଲ୍ଲାରେ ପୁଣି ଶିଶୁକନ୍ୟା ଅଲୋଡ଼ା ହୋଇଛି । ଜନ୍ମ ପରେ ରାସ୍ତା କଡକୁ ଫିଙ୍ଗିଦେଇ ମା ଚାଲି ଯାଇଛି । ଏଭଳି ଏଭଳି…
ସ୍ବାମୀଙ୍କ ସହ ମୋଟରସାଇକେଲରେ ଯାଉଥିଲେ ମହିଳା- ପଡିଯିବା ପରେ ଚଢିଗଲା ଟ୍ରକ୍ ଅନୁଗୋଳ – ସ୍ୱାମୀ ସହ ଚାଷ କାମକୁ ଯାଉଥିବା ବେଳେ ହମ୍ପସରେ ମୋଟରସାଇକେଲରୁ ପଡିଗଲେ ସ୍ତ୍ରୀ । ସଙ୍ଗେ ସଙ୍ଗେ ପଛରେ ଆସୁଥିବା ଟ୍ରକ ତାଙ୍କ ଉପରେ…